-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
30-Dec-2022
ସବର୍ଣ୍ଣପୁର : ଜାନୁଆରୀ ୧୩ ତାରିଖ ରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ଓଡିଶା ର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଳା ପରିକ୍ରମା କରୁଥିବା ୨0୨୩ ହକି ବିଶ୍ୱକପ ଟ୍ରଫି ଜାନୁଆରୀ 3 ତାରିଖରେ ଆମ ଜିଲ୍ଳା କୁ ପହଞ୍ଚିବ l ରାଜ୍ୟ ର ଗର୍ବ ଗୌରବ କୁ ବହନ କରୁଥିବା ହକି ବିଶ୍ୱକପ ଟ୍ରଫି କୁ ଯେପରି ଉଚ୍ଚ୍ବସିତ ସ୍ୱାଗତ କରି ଜିଲ୍ଲାରେ ହକିଖେଳ ର ପରିପୃଷ୍ଟତାକୁ ଜୀବନ୍ତ ତଥା ଜନାଦୃତ କରିପାରିବା ସେଥି ନିମନ୍ତେ ସମସ୍ତ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ ବର୍ଗ ଆନ୍ତରିକ ଭାବେ ନିଜକୁ ଏହି ମହାକୁମ୍ଭ ରେ ସାମିଲ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନୀଲ ନରୱଣେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣ ଙ୍କୁ ଆହ୍ୱାନ କରିଛନ୍ତି l ଏହି ହକି ବିଶ୍ୱକପ ଟ୍ରଫି ରଥ ବୌଦ୍ଧ ଜିଲ୍ଳା ରୁ ଆସି ସୁବର୍ଣ୍ଣପୁର ସହର ଉପକଣ୍ଠ ତେଲ ନଦୀ ପୋଲ ଠାରେ ପହଞ୍ଚିବ, ସେହିଠାରେ ପ୍ରଶାସନ ଓ ଜନସାଧାରଣ ଙ୍କ ଦ୍ୱାରା ଭବ୍ୟସ୍ୱାଗତ କରାଯାଇ ସୋନପୁର ସହର କୁଞ୍ଜ ଛକ - ନଳିନୀ ଛକ - ବିଜୁ ପଟ୍ଟନାୟକ ଛକ - କଚେରୀ ଛକ - ଆମ୍ବେଦକର ଛକ -ବ୍ଲକ ଛକ ଓ ବୁଢାରଜା ଛକ ଦେଇ ମହାନଦୀ ବ୍ରିଜ ଅତିକ୍ରମ କରିବ | ଟ୍ରଫି ରଥ କୁ ବିଶେଷ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତ୍ୟେକ ଛକରେ ସ୍ୱାଗତ କରାଯିବା ସହ ସହର ପରିକ୍ରମା କରାଯିବ, କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ନିମନ୍ତେ ସମସ୍ତ ଜନସାଧାରଣ ନିଜ ନିଜର ପରିବାର ସଦସ୍ୟ ଙ୍କ ସହ ଆୟୋଜିତ ଶୋଭାଯାତ୍ରା ରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର l ଏହି ହକି ବିଶ୍ୱକପ ଟ୍ରଫି ଜାନୁଆରୀ 3 ତାରିଖ ପୂର୍ବାହ୍ନ 11 ଘଣ୍ଟା ସମୟରେ ଜିଲ୍ଳା ସୀମାନ୍ତ ତେଲ ନଦୀ ବ୍ରିଜ ପାଖରେ ପହଂଚିବାର ସୂଚନା ଦିଆଯାଇଛି l ଉକ୍ତ ଦିନ ସମସ୍ତ ଜନ ସାଧାରଣ ସହ ସହର ସ୍ଥିତ ସମସ୍ତ ଅନୁଷ୍ଠାନ ର କର୍ମକର୍ତ୍ତା, ପ୍ରଶାସନିକ କାର୍ଯ୍ୟକର୍ତ୍ତା ପ୍ରମୁଖ ସ୍ଥାନୀୟ ହସ୍ତ ତନ୍ତ ବସ୍ତ୍ର ପରିଧାନ କରି ଏହି ସ୍ୱାଗତ ଉତ୍ସବ କୁ ଆହୁରି ରଙ୍ଗାୟିତ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇ ଥିବା ସୂଚନା ପ୍ରଦାନ କରାଯାଇଛି | ଅଦ୍ୟ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଳା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ |ଏହି