-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
20-Aug-2022
ସମ୍ବଲପୁର(ସଂଜୀପ ପାଣିଗ୍ରାହୀଙ୍କ ରିପୋର୍ଟ): ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଜୁ ଯୁବ ଜନତା ଦଳର ପୁନର୍ଗଠନ କରିଛନ୍ତି I ସଙ୍ଗଠନରେ କିଛି ନୂଆ ମୁହଁକୁ ସ୍ଥାନ ମିଳିଥିବା ବେଳେ ବହୁ ପୁରାତନ ଯୁବନେତା ନିଜ ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି I ତେବେ ଦଳର ଏହି ପୁନର୍ଗଠନରେ ସମ୍ବଲପୁରର ବିଜେଡି ନେତା ହୀରାଲାଲ ବେହେରାଙ୍କୁ ପୁନଶ୍ଚ ସାଧାରଣ ସମ୍ପାଦକ ପଦବୀ ମିଳିଛି I ସଙ୍ଗଠନର ମହାସଚିବ ଏଲିନା ଦାଶଙ୍କ ପଦ ମଧ୍ୟ ସୁରକ୍ଷିତ ରହିଛି I କମିଟିରେ କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠନାଥ ନାୟକ, ଶୁଭେନ୍ଦୁ ମଙ୍ଗରାଜ ଓ ଧୃତିରଂଜନ ମାର୍ଥାଙ୍କୁ ନିଯୁକ୍ତି ମିଳିଛି I ସେହିପରି ବରିଷ୍ଠ ଉପସଭାପତି ଭାବେ ଜ୍ୟୋତିର୍ମୟୀ ପରିଡ଼ା, ସୁବାସ ଚନ୍ଦ୍ର ନାୟକ, ମଣ୍ଟୁ ନାୟକ, ଜୋନ୍ ସଭାପତି ଭାବେ ଭୁବନେଶ୍ୱର ପାଇଁ ବିଜୟ କେତନ ସାହୁ, କଟକ ପାଇଁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ପାଇଁ ନଚିକେତା ସ୍ୱାଇଁ, ବଲାଙ୍ଗୀର ପାଇଁ ମନୀନ୍ଦ୍ର ମହାନ୍ତି, କୋରାପୁଟ ପାଇଁ ତାପସ ତ୍ରିପାଠୀ, ବାଲେଶ୍ୱର ପାଇଁ ଜୟରାମ ଦାସ ଓ ସମ୍ବଲପୁର ପାଇଁ ଯୁବ ନେତା ଦେବାଶିଷ ପରିଡ଼ାଙ୍କୁ ପୁନଶ୍ଚ ନିଯୁକ୍ତି ମିଳିଛି I ଜଣେ ମହାସଚିବ, ୩ ଜଣ କାର୍ଯ୍ୟକାରୀ ସଭାପତି, ୩ ଜଣ ବରିଷ୍ଠ ଉପ ସଭାପତି, ୭ ଜଣ ଜୋନ ସଭାପତି, ୧୩ଜଣ ଉପସଭାପତି, ୪୬ଜଣ ସାଧାରଣ ସମ୍ପାଦକ, ୬୩ଜଣ ସମ୍ପାଦକ, ୨୩ଜଣ ଯୁଗ୍ମ ସମ୍ପାଦକ ଓ ୩୫ଜଣ ଜିଲ୍ଲା ସଭାପତିଙ୍କୁ ନେଇ ଏକ ବଡ଼ ଟିମ୍ ଗଠନ କରାଯାଇଛି I ତେବେ ହୀରାଲାଲ ବେହେରା ପୁନଶ୍ଚ ରାଜ୍ୟ ସାଧାରଣ ସମ୍ପାଦକ ମନୋନୀତ ହେବାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି I ଅନ୍ୟପକ୍ଷରେ ତାଙ୍କୁ ଏହି ଏହି ଗୁରୁ ଦାୟିତ୍ୱ ପଦବୀ ପୁନଶ୍ଚ ପ୍ରଦାନ କରିଥିବାରୁ ଶ୍ରୀ ବେହେରା ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ବରିଷ୍ଠ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ, କୁଚିଣ୍ଡା ବିଧାୟକ କିଶୋର ନାୟକ, ବିଜେଡି ଜ଼ିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସ ଙ୍କୁ ଧନ୍ୟବାଦ୍ ତଥା କୃତଜ୍ଞତା ଜ୍ଞାପନ କରିଛନ୍ତି I