-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
20-Aug-2022
ବଲାଙ୍ଗିର(ପ୍ରେରଣା ଖବର)- ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁନିଅର ରେଡକ୍ରସ ଓ ଇକୋ କ୍ଲବ ଆନୁକୂଲ୍ୟରେ ଡାଇରିଆ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଉ୍ଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡାଇରିଆରୁ ରକ୍ଷା ପାଇବାପାଇଁ ସର୍ବଦା
ହାତକୁ ସାବୁନରେ ଭଲ ଭାବରେ ଧୋଇବା,ଯୋତା ପିନ୍ଧି ଶୌଚାଳୟର ବ୍ୟବହାର କରିବା, ହେଲୋଜେନ ବଟୀକା ପଡିଥିବା ପାଣି ବା ବିଶୁଦ୍ଧ ଫୁଟା ପାଣି ପିଇବା, ତଟକା ଓ ଗରମ ଖାଦ୍ୟ ଖାଇବା, ତରଳ ଝାଡା ହେଲେ ଓଆରସର ବ୍ୟବହାର କରିବା ଏବଂ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ମଶାରୀ ଟାଙ୍ଗି ଶୋଇବା, ଘର ପାଖ ବୁଦା ସଫା କରିବା ଓ ଆବର୍ଜନା ତଥା ମଇଳା ପାଣି ଜମି ବାକୁ ନ ଦେବା, ଘର ବାହାର ସଫା ରଖି
ଧୁପଦାନୀ ର ବ୍ୟବହାର କରିବା ସହ ଆବଶ୍ୟକ ହେଲେ ସ୍ୱାସ୍ଥ୍ୟ କର୍ମି ଓ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ପ୍ରଧାନଶିକ୍ଷକ ଶ୍ରୀପଶାୟତ ବୁଝଥିାଇଥିଲେ । ଏଥି ସହିତ ହାତ ଧୁଆର ୬ ଗୋଟି ସୋପାନକୁ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆ ଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସଂଗୀତା ସାହୁ,ଧୀରେନ୍ଦ୍ର କୁମାର ସାହ. ଜ୍ୟୋର୍ତିମୟ ମିଶ୍ର ଓ ସନ୍ତୋଷ କୁମାର ପାଇକ ଚନ୍ଦନ, କମିଟୀ ଚେୟାରମ୍ୟାନ ରଧେଶ୍ୟାମ କରନ ପ୍ରମୁଖ ସହଯୋଗ କରିଥିଲେ ।