-+91-9937148622 |
prerana_bgr@rediffmail.com |
Wednesday 6th December 2023 |
R.N.I. Regd No. ODIODI/2010/46693
Breaking News
20-Aug-2022
ବଲାଙ୍ଗିର(ପ୍ରେରଣା ଖବର) ବଲାଙ୍ଗିରବାସୀଙ୍କ ଇଷ୍ଟଦେବୀ ତଥା ଭାବନା ବିଶ୍ବାସର ପ୍ରତୀକ ହେଉଛନ୍ତି ମାଁ ସମଲେଶ୍ୱରୀ l ତେବେ ବଲାଙ୍ଗିର ରେ ମାଁ ସମଲେଶ୍ୱରୀ ଓ ମାଁ ପାଟଣେଶ୍ୱରୀଙ୍କ ମନ୍ଦିର ବର୍ତ୍ତମାନ ଅବହେଳିତ ହୋଇ ପଡିରହିଛି l ସାମାନ୍ୟ ବର୍ଷା ହେଲେ ପାଟନେଶ୍ୱରୀ ମନ୍ଦିରକୁ ରାସ୍ତା ପାଣି ପ୍ରବେଶ
କରୁଥିବା ବେଳେ କିଛି ଦିନ ତଳେ ସମଲେଶ୍ୱରୀ ମନ୍ଦିର ର ଛାତ ରୁ ସିମେଣ୍ଟ ଅତଡା ଖସି ଥିଲା l ବିପଦସଙ୍କୁଳ ଅବସ୍ଥାରେ ପଡିଥିବା ଏହି ଦୁଇ ଦେବୀ ପୀଠର ସୁରକ୍ଷା ପାଇଁ ବର୍ତ୍ତମାନ 'କିଛି ସ୍ୱେଚ୍ଛାସେବୀ ସଂଗଠନ ଅଣ୍ଟା ଭିଡିଛନ୍ତି l ବଲାଙ୍ଗୀରର ଏହି ଦୁଇ ପ୍ରମୂଖ ମନ୍ଦିର ସୁରକ୍ଷା ତଥା ନିର୍ମାଣ ନିର୍ମାଣ ପାଇଁ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି l ଜିଲ୍ଲାର ଏକାଧିକ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ
ବୃନ୍ଦଙ୍କୁ ଆରମ୍ଭ ହୋଇଛି l ଦଳମତ ନିର୍ବିଶେଷରେ ବଲାଙ୍ଗୀର ଜନତା ଠୁ ଆରମ୍ଭ କରି ସଂଗଠନ ନେତା, ମନ୍ତ୍ରୀ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ମାଁ ଙ୍କ ମନ୍ଦିର ନିର୍ମାଣ କରାଯିବା ବୋଲି କୁହାଯାଇଛି l ଏହି ଅଭିଯାନରେ ବଲାଙ୍ଗୀ ର ନାଗରିକ କମିଟି, ସ୍ୱାଭିମାନ ପରିବାର, ଯାଦବ ସମାଜ,ବଣୀକ ସଂଘ , ମାରୱାଡି ସମାଜ ,ବଲାଙ୍ଗିର ହୋଟେଲ ମାଲିକ ସଂଘ ,ରାଇଡର ଗ୍ରୁପ,ସିମାଇଲ ଫର ଅଲ ସଂଗଠନ ପ୍ରମୂଖ ଏହି ଅଭିଯାନକୁ ସମର୍ଥନ କରିଛନ୍ତି ।