-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
19-Aug-2022
ଆଗଲପୁର (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା କଲ୍ୟାଣମଣ୍ଡପ ଠାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ର ଉତଘାଟନ ମହୋତ୍ସବରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଳିଙ୍ଗ. ବ୍ଲକ ଅଧକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ. ଉପାଧ୍ୟକ୍ଷ ଶ୍ରୀମତୀ ନିରୁପମା ପଧାନ. ବି. ଡି. ଓ ଶ୍ରୀ ଶଙ୍କର କେରକେତା. ଏ ବି ଡି ଓ ଶ୍ରୀ ରୁଦ୍ର ପ୍ରସାଦ ସୁନା. ଡି. ଏସ. ଏସ. ଓ ବଲାଙ୍ଗୀର ଶ୍ରୀ ନବକୃଷ୍ଣ ସାହୁ. ବି. ଏସ. ଏସ. ଓ ସ୍ନିଗ୍ଧାରାଣୀ ବାରିକ. ସି. ଡି. ପି. ଓ ଜୋତିର୍ମାୟା
ନାୟକ ସମସ୍ତ ସରପଞ୍ଚ ବ୍ଲକ କର୍ମଚାରୀ, ଅଙ୍ଗନବାଡି କର୍ମୀ ଓ ବ୍ଲକ ଅଧୀନ ଆଗଲପୁର ବ୍ଲକର ସମସ୍ତ ପଂଚାୟତର ଭିନ୍ନକ୍ଷମ ମାନେ ଉପସ୍ଥିତ ଥିଲେ l ଏହି ଶିବିରରେ ଏସଏସଇପିଡି, ଡ଼ିଏସଏସଓ ବାଲାଙ୍ଗୀର ତରଫରୁ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଜରିଆରେ ସିନିଅର ସିଟିଜେନ ମାନଙ୍କ ପାଇଁ ଭାମ୍ୟମାଣ ଚିକିତ୍ସା ର ସ୍ୱାସ୍ଥ୍ୟ କ୍ୟାମ୍ପ ର ବ୍ୟବସ୍ତା କରାଯାଇଥିଲା l ଡ଼. ସନ୍ଧ୍ୟାରାଣୀ ପଣ୍ଡା. ଚନ୍ଦ୍ରମା ରଥ ଓ ସୁଶୋବନ ମହାପାତ୍ର ଲୋକଙ୍କୁ ବିଭିନ୍ନ ପରୀକ୍ଷା କରି ମେଡ଼ିସିନ ପ୍ରଦାନ କରିଥିଲେ l ଆଗଲପୁର ବ୍ଲକର ଗୋଟିଏ ସ୍ଥାନ ଡୁଡୁକା କଲ୍ୟାଣମଣ୍ଡପରେ କାର୍ଯ୍ୟକ୍ରମ ହେବାଯୋଗୁଁ ଅନେକ ଭିନ୍ନକ୍ଷମଙ୍କ ସହ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥିଲା l