-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ) କଂଟାବାଞ୍ଜି ଅଂଚଳର ଚାଷୀ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଗତ ୨ଠ୨୧ ଖରିପ ଋତୁରେ ଫସଲ ବୀମା ପାଇଁ ଆବଶ୍ୟକ ପ୍ରିମିୟମ ଟଙ୍କା ଜମା କରିଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଫସଲ କ୍ଷୟକ୍ଷତିଜନିତ କ୍ଷତିପୂରଣ ଟଙ୍କା ମିଳିପାରି ନାହିଁ । କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ ଟି ବ୍ଲକର ୬୭ ଟି ପଂଚାୟତରେ ୩ଠ ରୁ ୯ଠ ପ୍ରତିଶତ ଧାନ ଫସଲ ନଷ୍ଟ ହୋଇଛି । ତେବେ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତ, ବଙ୍ଗୋମୁଣ୍ଡନ୍ୱ୍କର ୨୬ ଗୋଟି ପଂଚାୟତ ଓ ମୁରିବାହାଲ ବ୍ଲକର ୨୨ ଗୋଟି ପଂଚାୟତର ମୋଟ ୬୭ ଗୋଟି ପଂଚାୟତର ଚାଷୀ ମାନେ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫସଲ ବୀମା କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ରାଜ୍ୟ ପ୍ରଶାସନ ଠାରେ ଦାବି କରିଛନ୍ତି । ଆକି କଂଟାବାଞ୍ଜି ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଓ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l