-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||     

HOME   ଜୀବନଶୈଳୀ

ଆଜି ମନେ ପଡନ୍ତି ପଣ୍ଡିତ ଜୱାହରଲାଲ ନେହରୁ

14-Nov-2020



୧୪ ନଭେମ୍ବର୍‌ ୧୮୮୯ରେ ଇଲାହାବାଦରେ ଜନ୍ମ ହୋଇଥିଲେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହରୁ। ୧୫ ଅଗଷ୍ଟ୍‌ ୧୯୪୭ରୁ ୨୭ ମେ ୧୯୬୪ ପର୍ଯ୍ୟନ୍ତ ସେ ପ୍ରଥମେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନ ମନ୍ତ୍ରୀ ଏବଂ ୧୯୫୦ରୁ ପୂର୍ଣ୍ଣକାଳୀନ ପ୍ରଧାନ ମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ପ୍ରଧାନ ମନ୍ତ୍ରୀ ପଦରେ ଥିବା ବେଳେ ହିଁ ୧୯୬୪ ମେ ୨୭ରେ ତାଙ୍କର ପରଲୋକ ହୋଇଥିଲା। ନେହରୁ ପିଲାଦିନୁ ଥିଲେ ପଠନ-ଅଧ୍ୟୟନପ୍ରିୟ। ଭାରତୀୟ ତଥା ପାଶ୍ଚାତ୍ୟ ଲେଖକମାନଙ୍କୁ ପାଠକରି ତାଙ୍କର ଚିନ୍ତାଧାରା ବେଶ୍‌ ମାର୍ଜିତ ହୋଇପାରିଥିଲା। ତାଙ୍କର ବାଲ୍ୟଶିକ୍ଷା ବିଦ୍ୟାଳୟରେ ନ ହୋଇ ଘରୁ ଆରମ୍ଭ ହୋଇଥିଲା। ପିତା ମୋତୀଲାଲ ସେହି କାଳର ବିଦ୍ୟାଳୟ ଶିକ୍ଷା ପର୍ଯ୍ୟାପ୍ତ ନୁହେଁ ବୋଲି ମନେକରୁଥିଲେ। ତେଣୁ, ପୁଅକୁ ପଢ଼ାଇବା ପାଇଁ ଏକାଧିକ ଦେଶୀ-ବିଦେଶୀ ଘରୋଇ ଶିକ୍ଷକ ନିଯୁକ୍ତ କରିଥିଲେ। ସେମାନଙ୍କ ଭିତରେ ଥିଲେ ୟୁରୋପୀୟ ଶିକ୍ଷକ ଟି ବ୍ରୁକ୍‌ସ, ଯାହାଙ୍କ ଦ୍ବାରା ନେହରୁ ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ତାଙ୍କଠାରୁ ପ୍ରେରଣା ପାଇ ସେ ଦର୍ଶନ, ବିଜ୍ଞାନ, ସାହିତ୍ୟ ଓ ଇତିହାସ ଆଦିରେ ମନଦେଇଥିଲେ। ଏହା ଦ୍ବାରା ତାଙ୍କ ଜୀବନ-ଶୈଳୀ ମାର୍ଜିତ ହୋଇପାରିଥିଲା। ପରେ ସେ ଲଣ୍ତନ୍‌ର ହାରୋ ବିଦ୍ୟାଳୟ ଏବ˚ କେମ୍ବ୍ରିଜ୍‌ର ଟ୍ରିନିଟି ମହାବିଦ୍ୟାଳୟରେ ପଢ଼ିଥିଲେ। ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ହେବା ପରେ ଲଣ୍ତନ୍‌ରେ ଆଇନ ମଧ୍ୟ ପାଠକରିଥିଲେ। ବିଦେଶରେ ଶିକ୍ଷା-ଦୀକ୍ଷା ପରେ ସେ ଚାହିଁଥିଲେ ଉଚ୍ଚ ପଦ-ପଦବିରେ ଅଧିଷ୍ଠିତ ହୋଇପାରିଥା’ନ୍ତେ। ପିତା ମୋତୀଲାଲ ବି ଚାହୁଁଥିଲେ ପୁଅ ସର୍ବ-ଭାରତୀୟ ସେବାରେ ଯୋଗଦେଉ। କିନ୍ତୁ, ନେହରୁ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ଆନ୍ଦୋଳନରେ ଝାସଦେଇଥିଲେ।

*ସେ ଆଜୀବନ ଶାନ୍ତି ଓ ଅହି˚ସାର ପୂଜାରୀ ଥିଲେ। ପ୍ରାକ୍‌-ସ୍ବାଧୀନତା କାଳରେ ବ୍ରିଟିସ୍‌ ବି‌ରୋଧୀ ଆନ୍ଦୋଳନରେ ଯୋଗଦେଇ, ସେ ଏକାଧିକବାର ଗିରଫ ହୋଇଥିଲେ। ତାଙ୍କ ସଂଗ୍ରାମୀ ଜୀବନର ପ୍ରାୟ ନଅ ବର୍ଷ କାରାଗାରରେ କଟିଥିଲା। କାରାଗାରରେ ଖାଲି ବସି ନ ରହି, ସେ ନିଜକୁ ଲେଖା-ପଢ଼ାରେ ନିୟୋଜିତ କରିଥିଲେ। ସେ ନିଜର ସମସ୍ତ ପ୍ରମୁଖ ପୁସ୍ତକର ପାଣ୍ତୁଲିପି ବନ୍ଦୀ ଥିବା ବେଳେ ପ୍ରସ୍ତୁତ କରିଥିଲେ। ୧୯୩୪ରେ ‘ଗ୍ଲିମ୍ପ୍‌ସେସ୍‌ ଅଫ୍‌ ୱାର୍ଲ‌୍ଡ ହିଷ୍ଟ୍ରି’, ୧୯୩୬ରେ ଆତ୍ମଚରିତ  ‘ଟୁୱାର୍ଡ‌୍ସ ଫ୍ରିଡମ୍‌’, ୧୯୪୬ରେ ‘ଡିସ୍‌କଭରି ଅଫ୍‌ ଇଣ୍ତିଆ’ ପ୍ରକାଶ ପାଇଥିଲା। କାରାଗାରର କାଳ-କୋଠରିରେ ରଚିତ ପାଣ୍ଡୁଲିପିଗୁଡ଼ିକ ପ୍ରକାଶ ପାଇବା ପରେ ଚାରି ଆଡ଼େ ଉଚ୍ଚ-ପ୍ରଶ˚ସିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଧର୍ମ ପ୍ରତି ତାଙ୍କର କୌଣସି ଆକର୍ଷଣ ନ ଥିଲା। ମହାତ୍ମାଙ୍କ ପରି ‘ଅହି˚ସା’କୁ ହିଁ ସେ ନିଜର ଧର୍ମ ଭାବେ ଗ୍ରହଣ କରିଥିଲେ। ସେ ଧର୍ମନିରପେକ୍ଷ ବ୍ୟକ୍ତିତ୍ବ ଥିଲେ। ତାଙ୍କର ବ୍ୟକ୍ତିଗତ ଧର୍ମ-ଧାରଣା ଏବ˚ ଦର୍ଶନକୁ ସେ ନିଜର ପୁସ୍ତକମାନଙ୍କରେ ସ୍ପଷ୍ଟ କରିଯାଇଛନ୍ତି।*

*ପଣ୍ତିତ ଜୱାହରଲାଲଙ୍କର ପୂର୍ବ-ପୁରୁଷ ଥିଲେ କଶ୍ମୀର ଉପତ୍ୟକାର ମୂଳ ବାସିନ୍ଦା; ଜାତିରେ ବ୍ରାହ୍ମଣ। ସେମାନେ ଥିଲେ ‘କୌଲ’ ସାଙ୍ଗିଆଧାରୀ। ତାଙ୍କ ପୂର୍ବଜ ପଣ୍ଡିତ ରାଜ କୌଲ ସ˚ସ୍କୃତ ଓ ପାରସୀ ଭାଷାରେ ବିଦ୍ବାନ୍‌ ଥିଲେ। ତାଙ୍କ ପାଣ୍ତିତ୍ୟ ଦ୍ବାରା ମୁଗ୍‌ଧ ହୋଇ ମୁଗଲ ସମ୍ରାଟ୍‌ ଫର୍ରୂଖ ସିୟର, ତାଙ୍କୁ ୧୭୧୬ରେ ଦିଲ୍ଲୀ ନିମନ୍ତ୍ରିତ କରି, ସ୍ଥାୟୀ ଭାବେ ବସବାସ କରିବା ନିମନ୍ତେ ବାସଗୃହ ଏବ˚ ଭୂ-ସ˚ପତ୍ତି ଯୋଗାଇଦେଇଥିଲେ। ଏକ ‘ନହର’ ବା  କେନାଲ ପାର୍ଶ୍ବରେ ଜାଗିରି ରୂପେ କିଛି ଗ୍ରାମ ପ୍ରଦାନ କରିଥିଲେ। ଜାଗିରି ପାଇବା ପରେ ସେ ପଣ୍ଡିତ ରାଜ କୌଲ ନହର ଭାବେ ପରିଚିତ ହୋଇଥିଲେ। କାଳକ୍ରମେ ମୂଳ ସାଙ୍ଗିଆ ଲୋପ ପାଇବା ସହ ‘ନହର’ ଅପଭ୍ର˚ଶ ହୋଇ ‘ନେହରୁ’ ପାଲଟିଥିଲା ଏବଂ ପରବର୍ତ୍ତୀ ବ˚ଶଧର ଏହି ସାଙ୍ଗିଆକୁ ଗ୍ରହଣ କରିନେଇଥିଲେ। ପଣ୍ତିତ ଜୱାହରଲାଲଙ୍କର ଜେଜେବାପା ଗଙ୍ଗାଧର ଥିଲେ ଦିଲ୍ଲୀର କୋତୱାଲ। ୧୮୫୭ ସିପାହି ବିଦ୍ରୋହ କାଳରେ ଗଙ୍ଗାଧର ସପରିବାର ଆଗରା ଚାଲିଆସିଥିଲେ।  ତାଙ୍କ ପୁତ୍ର ମୋତୀଲାଲ ଆଇନ ବ୍ୟବସାୟ କରୁଥିଲେ। ଆଗରା ଉଚ୍ଚ ନ୍ୟାୟାଳୟ ଇଲାହାବାଦ ଉଠିଯିବା କାରଣରୁ ମୋତୀଲାଲ ନେହରୁ ସପରିବାର, ଇଲାହାବାଦକୁ ନୂଆ ବାସସ୍ଥାନ ଭାବେ ଗ୍ରହଣ କରିଥିଲେ। ଇଲାହାବାଦରେ ଥିବା ସାର୍‌ ସୟଦ ଅହମଦ ଖାନଙ୍କ ପୁରାତନ ପ୍ରାସାଦକୁ କିଣି ସେ ନବ-ରୂପ ତଥା ନବ-ନାମ ଦେଇଥିଲେ। ଏଠାରେ ପଣ୍ତିତ ଜୱାହରଲାଲ ଜନ୍ମ ହୋଇଥିଲେ।

*ଗାନ୍ଧୀ-ଟୋପି, ମାଓ-କୋଟ୍‌ ପରି ନେହରୁ-ଜ୍ୟାକେଟ୍‌ ଏକ ପ୍ରତୀକାତ୍ମକ ପୋଷାକ। ଏହା ଦକ୍ଷିଣ ଏସୀୟମାନେ ପିନ୍ଧୁଥିବା ଅଚକନ ଏବ˚ ଶେରୱାନୀର ମିଶ୍ରଣ। ଅଚକନ ଓ ଏହା ମଧ୍ୟରେ ମୁଖ୍ୟ ପାର୍ଥକ୍ୟଟି ହେଲା- ପ୍ରଥମଟି ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥାଏ। ତେବେ, ନେହରୁ-ଜ୍ୟାକେଟ୍‌ର ଲମ୍ବ ଇ˚ଲିସ୍‌ କୋଟ୍‌ ସହ ସମାନ। କଲାର‌୍‌ରେ ମଧ୍ୟ ପାର୍ଥକ୍ୟ ଅଛି।* *ନେହରୁ-ଜ୍ୟାକେଟ୍‌ର କଲାର‌୍‌କୁ ମାଣ୍ତାରିନ୍‌ କଲାର‌୍‌ କହାଯାଏ। ଏହାକୁ ପ୍ରଥମେ ‘ବନ୍ଦ ଗଲେ କା କୋଟ୍‌’ ନାମ ଦିଆଯାଇଥିଲା। ନେହରୁ ସ୍ବାଧୀନତା ପରଠାରୁ ପରଲୋକ ପର୍ଯ୍ୟନ୍ତ ଏହା ପିନ୍ଧୁଥିବା ଜଣାଯାଏ। ତାଙ୍କ ଜୀବଦ୍ଦଶାରେ ଏହା ଏପରିକି ବିଦେଶରେ ସୁଦ୍ଧା ଲୋକପ୍ରିୟ ହୋଇପାରିଥିଲା ଏବ˚ ପରିଚିତ ‘ନେହରୁ-ଜ୍ୟାକେଟ୍‌’ ରୂପେ ପରିଚିତ ହୋଇଥିଲା। ବହୁ ବିଶିଷ୍ଟ ବିଦେଶୀ ଏହାକୁ ନିଜ ପରିଧାନରେ ଗ୍ରହଣ କରିଥିଲେ। ‘ଦ ବିଟଲ୍‌ସ’ମାନେ ଗୋଟିଏ ସୋ’ରେ ଏ ଭଳି ଜ୍ୟାକେଟ୍‌ ପିନ୍ଧି ବାହାରିଥିଲେ। ହଲିଉଡ୍‌ର ଏକାଧିକ ଜେମ୍‌ସ ବଣ୍ତ୍‌ ଫିଲ୍ମ- ‘ଡ. ନୋ’, ‘ମୁନ୍‌ରାକର‌୍‌’, ‘ଅକ୍‌ଟୋପସି’, ‘ୟୁ ଓନ୍‌ଲି ଲିଭ୍‌ ଟ୍ବାଇସ୍‌’ ଏବ˚ ‘ଟୁମରୋ ନେଭର‌୍‌ ଡାଇଜ୍‌’ରେ ଖଳନାୟକମାନେ ଏହାକୁ ପିନ୍ଧିଥିଲେ। ହଲିଉଡ୍‌ ଅଭିନେତା ସାମି ଡାଭିସ୍‌ ଏବ˚ ଷ୍ଟିଭେନ୍‌ ସେଗାଲ୍‌ ଏହାକୁ ନିୟମିତ ପିନ୍ଧନ୍ତି। ଭାରତୀୟଙ୍କ ମଧ୍ୟରେ ହୋମୀ ଜହଁାଗୀର ଭାଭା ଏବ˚ ରାଜେନ୍ଦ୍ର ପଚୌରୀ ଏହା ପିନ୍ଧିଛନ୍ତି। ଆମେରିକାର କେତେକ ପପ୍‌-ଗାୟିକା ମଧ୍ୟ ଏହାକୁ ପିନ୍ଧି ବାହାରିଥିବା ଜଣାଯାଏ।*

*ତାଙ୍କ ସ˚ପର୍କରେ ଆଉ କିଛି ଜଣା-ଅଜଣା କଥା। ସେ କେମ୍ବ୍ରିଜ୍‌ର ହାରୋ ଓ ଟ୍ରିନିଟି କଲେଜ୍‌ରେ ପଢ଼ୁଥିବା ବେଳେ ସହପାଠୀଙ୍କ ମଧ୍ୟରେ ‘ଜୋ ନେହରୁ’ ଭାବେ ପରିଚିତ ଥିଲେ। ୧୯୩୪ରେ ଜେଲ୍‌ରେ ବନ୍ଦୀ ଥିବା ବେଳେ ସେ ନିଜର ଆତ୍ମ-ଚରିତ ‘ଟୁଆର୍ଡ‌୍‌ସ ଫ୍ରିଡମ୍‌’ ରଚନା କରିଥିଲେ। ୧୯୩୬ରେ ଏହା ଆମେରିକାରୁ ପ୍ରକାଶିତ ହୋଇଥିଲା। ତାଙ୍କ ଦ୍ବାରା ରଚିତ ଅନ୍ୟ ପ୍ରସିଦ୍ଧ ପୁସ୍ତକ ‘ଗ୍ଲିମ୍ପ୍‌ସ ଅଫ୍‌ ଵାର୍ଲ‌୍‌ଡ ହିଷ୍ଟ୍ରି’ ମୋଟ ୧୪୬ଟି ପତ୍ରର ସମାହାର। ପତ୍ରଗୁଡ଼ିକ ସେ କନ୍ୟା ଇନ୍ଦିରାଙ୍କ ପାଖକୁ ଲେଖିଥିଲେ। ନେହରୁ ଗୋଟିଏ ପୁତ୍ର ସନ୍ତାନର ଜନକ ମଧ୍ୟ ଥିଲେ। ତେବେ, ଶିଶୁଟି ମାତ୍ର ଏକ ସପ୍ତାହ ବଞ୍ଚିପାରିଥିଲା। ୧୯୪୯ରେ ଜାପାନ ଗସ୍ତ ବେଳେ ସେଠାକାର ଶିଶୁଙ୍କୁ ସେ ହାତୀଟିଏ ଉପହାର ଦେଇଥିଲେ। ତାହାର ନାମ ଥିଲା ‘ଇନ୍ଦିରା’। ସେ ନିୟମିତ ଧୂମପାନ କରୁଥିଲେ। ତାଙ୍କ ପ୍ରିୟ ବ୍ରାଣ୍ତ୍‌ ଥିଲା  ତ୍ରିପଲ୍‌ ଫାଇଭ୍‌ ସିଗାରେଟ୍‌। ନେହରୁଙ୍କ ନାମରେ ଦିଲ୍ଲୀ, ମୁମ୍ବଈ, ବେଙ୍ଗଲୁରୁ, ପୁଣେ ଓ ଇଲାହାବାଦରେ ପ୍ଲାନେଟୋରିଅମ୍‌ ଅଛି।*


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ