-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିର ପ୍ରତି ରେଳମନ୍ତ୍ରାଳୟ ବୈମାତୃକ ମନୋଭାବ - ଜନ ଆକ୍ରୋଶ ସମାବେଶରେ ଗର୍ଜିଲେ କଂଗ୍ରେସ ନେତା, ବିଜେପିର ଜନ ଆଶିର୍ବାଦ ଯାତ୍ରା ଜନ ଆକ୍ରୋଶରେ ହେବ ପରିଣତ-କଂଗ୍ରେସ

22-Aug-2021



ବଲାଙ୍ଗିର,(ପ୍ରେରଣା ଖବର)- କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର କରିବାର ୭ ବର୍ଷ ବିତିଲା । ସେମାନେ ଦେଇଥିବା ଗୋଟିଏ ବି ପ୍ରତିଶୃତି ପୂରଣ ହୋଇନାହିଁ । ତୈଳଦର ବୃଦ୍ଧି, କଳାକୃଷି ଆଇନ, ଦରଦାମ ବୃଦ୍ଧି, ଲାଭଜନକ ସରକାରୀ ଉଦ୍ୟୋଗର ଘରୋଇକରଣ, ରୋଜଗାର ସୃଷ୍ଟି କରିବାରେ ସରକାର ବିଫଳତା ଇତ୍ୟାଦି ସମସ୍ୟାରେ ସାରା ଦେଶର ଲୋକେ ଅତିଷ୍ଟ ହୋଇଗଲେଣି କିନ୍ତୁ ନିଜର ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ ଭାରତୀୟ ଜନତା ପାର୍ଟି ସରକାରରେ ଥିବା ବିଭିନ୍ନ ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଂଚଳକୁ ନେଇ ଜନ ଆଶିର୍ବାଦ ଯାତ୍ରା କରୁଛି କିନ୍ତୁ ଦେଶର ଲୋକେ ଠିକ୍ ବୁଝି ଗଲେଣି । କେନ୍ଦ୍ର ସରକାରରେ ଥିବା ବିଭିନ୍ନ ମନ୍ତ୍ରୀ ଯେତେ ଆଶିର୍ବାଦ ଯାତ୍ରା କଲେ ମଧ୍ୟ ତାହା ନିଶ୍ଚିତ ଭାବେ ଜନ ଆକ୍ରୋଶରେ ହିଁ ପରିଣତ ହେବ ବୋଲି ଆଜି କେନ୍ଦ୍ରୀୟ ରେଳମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ହୋଇଥିବା ଜନ ଆକ୍ରୋଶ ସମାବେଶରେ ଦଳର ଜିଲ୍ଲା ସଭାପତି ଦିଲିପ ବେହେରା ରେଳ ମନ୍ତ୍ରୀଙ୍କୁ ଟାର୍ଗେଟ କରି ନିଜର ବକ୍ତବ୍ୟ ରଖିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି କରୋନା ମହାମାରିର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ତଥା ସରକାରଙ୍କ କରୋନା ବିରୁଦ୍ଧ ଲଢେଇର ଭୁଲ ପରିଚାଳନା ଯୋଗୁଁ ଦେଶର ଅନେକ ଲୋକ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇବା ସହ ସମଗ୍ର ଦେଶବାସୀ

ଆର୍ଥିକ ସ୍ତରରେ ଅନେକ କ୍ଷତି ସହିଛନ୍ତି । ଏପରିକି ଖଟିଖିଆ ଦିନମଜୁରିଆ, କମ୍ ଆୟ କରୁଥିବା ଲୋକେ ଦୁଇ ବେଳା ଖାଇବା ପାଇଁ ପାଉ ନାହାନ୍ତି । ଏପରି ସ୍ଥଳେ ଭାରତୀୟ ଜନତା ପାର୍ଟିର ନେତାମାନେ ସରକାରୀ ପଇସାରେ ଜନ ଆଶିର୍ବାଦ ଯାତ୍ରା ଦେଶର କୋଟି କୋଟି ଗରିବ, ଖଟିଖିଆ, ସାଧାରଣ ଜନତାଙ୍କର ଅସହାୟତା ଉପରେ ଉପହାସ ବୋଲି ସେ ଆକ୍ଷେପ କରିଛନ୍ତି । ତେଣୁ ଏପରି ଆଶିର୍ବାଦ ଯାତ୍ରା ଏବଂ ଏହି ଯାତ୍ରାର ପୁରୋଧା ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଶ୍ଚିତ ଭାବେ ବଲାଙ୍ଗିର ଜିଲ୍ଲାବାସୀଙ୍କର ଆକ୍ରୋଶର ଶିକାର ହେବେ ବୋଲି ସଭାପତି ଶ୍ରୀ ବେହେରା କହିଛନ୍ତି । ଆଜିର ଏହି ସମାବେଶ ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ସାନନ୍ଦ ମିଶ୍ର ସଂଯୋଜନା କରିଥିବା ବେଳେ ଆକ୍ରୋଶ ସମାବେଶରେ ଉପସ୍ଥିତ ଥିବା ପିସିସି ସଂପାଦକ ଉମାଶଙ୍କର ପଣ୍ଡା, ସଂପାଦକ ଅଜୟ ବାଲି, ଜିଲ୍ଲା-ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଉମାକାନ୍ତ ସାହୁ, ରାମଜୀ ଚୈାଧୁରୀ, ମନମୋହନ ପଟେଲ, ସୋମନାଥ ପଟେଲ, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ନଗର ସଭାପତି ବୁଲୁ ଦାନୀ, ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର ସଭାପତି ଅଙ୍କିତ ସାହୁ, ବ୍ୟାସଦେବ ନନ୍ଦ, ରାମ ପ୍ରସାଦ ମିଶ୍ର, ଅରବିନ୍ଦ ସାହୁ ପ୍ରମୁଖ କେନ୍ଦ୍ର ସରକାରଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ । ଏହା ସହ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ୫ଦଫା ଦାବି ଯଥା ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ୨୦୨୩ ଭିତରେ ସମ୍ପୁର୍ଣ୍ଣ କରିବା, କଣ୍ଟାବାଞ୍ଜିରେ ଥିବା ରେଳ ବିଭାଗର ୭୦୦ଏକର ଜମିରେ ରେଳ ୱାଗନ ଫେକ୍ଟ୍ରି ନିର୍ମାଣ କରିବା, ବଲାଙ୍ଗିର ଭାୟା ପାଟଣାଗଡ ଦେଇ ନୂଆଁପଡା ଦେଇ ନୂତନ ରେଳ ଲାଇନ ବିଛାଇବା, ଟିଟିଲାଗଡରେ ଏକ ଅଟୋମେଟିକ୍ ରେଲୱେ ୱାସିଂ ପ୍ଲାଣ୍ଟ ର ସ୍ଥାପନ କରିବା ଏବଂ ବଲାଙ୍ଗିର ରୁ ଦେଶର ରାଜଧାନୀ ଦିଲ୍ଲୀକୁ ଏକ ଏକ୍ସପ୍ରେସ ଟ୍ରେନ ଆରମ୍ଭ କରିବା କୁ ନେଇ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି । ତା ସହ ଏହା ପୁରଣ ନ ହେଲେ ଆଗାମୀ ଦିନରେ ବଲାଙ୍ଗିରବାସୀ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ଜିଲ୍ଲା ଭିତରେ ତିବ୍ର ବିରୋଧ କରିବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମୀରା ମଣ୍ଡଳ, ବବିତା ସାହୁ, ଅନିତା ସେଠ, ବ୍ଲକ ଉପାଧ୍ୟକ୍ଷ ଯଶୋବନ୍ତୀ ବଘାର, ସବିତା ଶତପଥି,  ପୂର୍ବ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ଚନ୍ଦ୍ରମଣି ତ୍ରିପାଠି, କାନ୍ତେଶ୍ୱର ପ୍ରଧାନ, ଝୁପଲୁ ମହାନ୍ତି, ଟୁଲୁ ସେନ, ହରି ନନ୍ଦ, ଅଶ୍ୱିନୀ ସାହୁ, ଅଭିନାଶ ସାଏ, ଲୋପନ ମିଶ୍ର, ନାସିର ଖାନ, ସାଧୁ ମେହେର, ଅଖଣ୍ଡ ସେଠ, ଆର୍ତ୍ତ ଘିଭେଲା, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ମନବୋଧ ହରପାଲଙ୍କ ସମେତ ସହସ୍ରାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like