-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
30-Sep-2026
ଟିଟିଲାଗଡ଼(ପ୍ରେରଣା ଖବର): ଭୁବନେଶ୍ବର ସ୍ଥିତ ଲାଇଫ ହୋଟେଲରେ ଇନସାଇଡ କଭର ମେଗେଜିନ ପକ୍ଷରୁ ' ଦି ନେସନ୍ ସ୍ପିକ୍ ଲିଡରସିପ ସମିଟ ୨୦୨୬ ଆୟୋଜିତ ହୋଇଯାଇଛି। ଏହି ସମିଟରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ଵ ଓ ନେତୃତ୍ୱ ମାନେ ଏକାଠି ହୋଇ ଭାରତର ଭବିଷ୍ୟତ ସମ୍ପର୍କରେ ମତ ବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର,ବିଧାୟକ ଅଗସ୍ତି ବେହେରା,ସମ୍ମାନିତ ଅତିଥି ଭାବରେ ଏନଟିପିସିର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ବିଜୟ ଚାନ୍ଦ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସମିଟରେ ତିନୋଟି ପର୍ଯ୍ୟାୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଇଞ୍ଜିିନିୟରିଙ୍ଗ୍ କ୍ଷେତ୍ରରେ ଉଲ୍ଲେଖନିୟ ସଫଳତା ଏବଂ ପ୍ରତିଭା ପାଇଁ ଟିଟିଲାଗଡର ଇଂ ଅନ୍ୱେଷ ମୁକୁଲ ଷଡ଼ଙ୍ଗୀଙ୍କୁ 'ଓଡ଼ିଶା ବେଷ୍ଟ ଇଞ୍ଜିନିୟର ' ଆୱାର୍ଡ଼ରେ ମୁଖ୍ୟ ଅତିଥି ଆଈ ଏମଡିଡିଯି ଶ୍ରୀ ମହାପାତ୍ର ସମ୍ମାନିତ କରିଥିଲେ। ଈଂ ଅନ୍ୱେଷଙ୍କୁ ଏହି ଆୱାର୍ଡ଼ ମିଳିବା ପରେ ତାଙ୍କୁ ଟିଟିଲାଗଡର ବୁଦ୍ଧିଜୀବୀ ମହଲ ଏବଂ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତୋରତ୍ତର କାମନା କରିଛନ୍ତି।