-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
25-Sep-2026
(ପ୍ରିୟଦର୍ଶିନୀ ପାତ୍ର)ଲଗାଣ ବର୍ଷା ଯୋଗୁଁ ଝରିଗାଁ ବ୍ଲକ ଧମଣା ପଞ୍ଚାୟତ ଅନ୍ତର୍ଗତ ମେଟଗୁଡା ଗ୍ରାମର ଗୋବିନ୍ଦ ଭତରାଙ୍କ ରୋଷେଇ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।ଗତ ଦୁଇ ଦିନର ଲଗାତାର ବର୍ଷାରେ ମାଟି କାନ୍ଥ ଦୁର୍ବଳ ହୋଇ ଘର ଭୁଶୁଡି ପଡିଛି ବୋଲି ପରିବାର ଲୋକେ କହିଛନ୍ତି। ଘର ଭିତରେ ଥିବା ଚାଉଳ, ବାସନ ଓ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏ ନେଇ ଗୋବିନ୍ଦ ଭତରା ରେଭିନ୍ୟୁ ଡିପାର୍ଟମେଣ୍ଟ ନିକଟରେ ଗୁହାରି କରିଛନ୍ତି ଯେ, "ମୋର ରୋଷେଇ ରୁମ ଭାଙ୍ଗି ଯାଇଛି, ଦୟାକରି ମୋତେ କିଛି ସରକାରୀ ସହାୟତା ଯୋଗାଇ ଦିଆଯାଉ।"ସ୍ଥାନୀୟ ଲୋକେ ପ୍ରଶାସନକୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି କରିଛନ୍ତି।