-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
25-Sep-2026
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଗିରଲିଗୁଡା ଗ୍ରାମରେ ବନ ବିଭାଗ ପକ୍ଷରୁ ଭାଲୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଡ୍ୟୁଟି ଲଗାଯାଇଛି।ଗତ କିଛି ଦିନ ହେବ ଡାବୁଗାଁ ଅଞ୍ଚଳରେ ଭାଲୁ ଚଳପ୍ରଚଳ ଦେଖାଯାଉଥିବାରୁ ଗ୍ରାମବାସୀ ଭୟଭୀତ ଅଛନ୍ତି। ରାତି ସମୟରେ ଭାଲୁ ଗାଁ ମୁହାଁ ହେଉଥିବା ସୂଚନା ପରେ ବନ ବିଭାଗ ସତର୍କ ହୋଇଛି।ଗ୍ରାମବାସୀ ଓ ପଶୁ ଉଭୟଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀ ଦିନରାତି ପାଟ୍ରୋଲିଂ କରୁଛନ୍ତି। ଲୋକଙ୍କୁ ଏକାକୀ ଜଙ୍ଗଲକୁ ନ ଯିବା ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ଡାବୁଗାଁ ରେଞ୍ଜେର ରାମ ଚନ୍ଦ୍ର ଭତ୍ରା
କହିଛନ୍ତି, "ଭାଲୁକୁ ଘଉଡାଇବା ନୁହେଁ, ବରଂ ମଣିଷ-ଭାଲୁ ସଂଘର୍ଷ ରୋକିବା ଆମର ଲକ୍ଷ୍ୟ।"