-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
24-Sep-2026
ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS) ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝା, ଅଜିତ କୁମାର ପଣ୍ଡା, ରାକେଶ ମଲ୍ଲିକ ପ୍ରମୁଖ ଏହି ଜାତୀୟ ସେବା ଯୋଜନା ଛାତ୍ରୀମାନଙ୍କୁ ସମାଜ ସହିତ କିପରି ଯୋଡି ପାରିଛି ଉକ୍ତ ବିଷୟ ଉପରେ ମତ ଦେଇ ଥିଲେ ।ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ, ସାମାଜିକ ଦାୟିତ୍ୱ ଓ ଯୁବପିଢ଼ିର ଭୂମିକା ବିଷୟରେ ମଧ୍ଯ ଆଲୋଚନା କରିଥିଲେ। NSS ପ୍ରୋଗ୍ରାମ ଅଫିସର ଡଃ ମିନତି ଦେବତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଛାତ୍ରୀମାନେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସମାଜସେବା ସମ୍ପର୍କିତ ବାର୍ତ୍ତା ଦେଇଥିଲେ। ଶେଷରେ ସ୍ୱେଚ୍ଛାସେବୀମାନଙ୍କୁ ସମାଜ ପ୍ରତି ନିଜ ଦାୟିତ୍ୱ ପାଳନ କରିବା ସହ ଲୋକଙ୍କ ସେବାରେ ନିରନ୍ତର କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇ ଥିଲା। ଇତିହାସ ବିଭାଗର ଅଧ୍ୟାପକ ଦିନେଶ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।