-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
24-Sep-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଗୁରୁବାର ଏନଏସଏସ ଦିବସ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟା ଡ଼. ରେଖା ପ୍ରଧାନଙ୍କ ଅଧ୍ୟକ୍ଷ୍ୟତାରେ ଏବଂ ଏନ.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଖେଳ ବିଭାଗର ଅଧ୍ୟାପକ ନାରାୟଣ ଚୌଧୁରୀ,ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ୟାପକ ଡ଼. ନୀଳମାଧବ ଛତ୍ର,ମୁଖ୍ୟବକ୍ତା ସଂସ୍କୃତ ଅଧ୍ୟାପକ ଧନେଶ୍ୱର ସାହୁ ତଥା ଯୁବ ରେଡକ୍ରସର ପରାମର୍ଶ ଦାତା ଯୋଗଦେଇ ସମସ୍ତ ସ୍ୱଚ୍ଛସେବୀ ମାନଙ୍କର ଜୀବନ ଦର୍ଶନ ତଥା ସେବା ସଦଭାବନାକୁ ଜାଗରଣ କରିଥିଲେ । ଏନ.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀ ରୋହିତ ଧରୁଆ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଗରିବ ସେଲମା,ଝଲକ କୁମାର ମିଶ୍ର,ଆଶୀର୍ବାଦ ପ୍ରଧାନ, ବିଶ୍ୱମୟ ଗୁରୁ,ଦେବେଷ ଗଡ଼ନାୟକ,ମନୋଜ କୁମାର ନାଏକ,ଦିପ୍ତିମୟୀ ଭୋଇ, ଜାହ୍ନବୀ ନାଏକ,କୀର୍ତ୍ତନ ବାରିକ ଏବଂ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l