-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
16-Sep-2026
ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ହାଇସ୍କୁଲ ଖେଳ ପଡିଆ ଠାରେ ପାନ୍ଥର କ୍ରିଡ଼ା ସଂଘ ପକ୍ଷରୁ ନୁଆଁ ଖାଇ ଉପଲକ୍ଷେ ତିନିଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତା ୧୨/୦୯ ରୁ ୧୫/୦୯ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାର ବିଧାୟକ ଶ୍ରୀଯୁକ୍ତ ନିରଂଜନ ପୂଜାରୀ ଉପସ୍ଥିତ ଥିଲେ ଏବଂ ଉପ ବିଜେତା ଓ ବିଜେତା ଙ୍କୁ ପୁରସ୍କାର ବିତରଣ କରିଥିଲେ। ସମ୍ମାନୀତ ଅତିଥି ଭାବେ ଇଚ୍ଛାପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମାନ ତପନ କୁମାର ବୁଡେକ,ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ଗ୍ରାମ ର ଗଅନ୍ତିଆଁ ଗୋବିନ୍ଦ ବରିହା, ନାରାୟଣ ସାହୁ ,ସନାତନ ବେହେରା,ସଉଦା କୁଦାଇ, ଭାଗିରଥି ବାଗ, ପ୍ରମୁଖ ଉପସ୍ଥିତ ଥିଲେ। ଆଜି ପଶ୍ଚିମ ଓଡ଼ିଶାର ବଡ଼ ତିହାର ନୁଆଁଖାଇ ଉପଲକ୍ଷେ ଶରତ ଇଲେଭେନ୍ ଏବଂ ଜାରିଂ ମଧ୍ୟ ରେ ହୋଇଥିଲା। ଶରତ ଇଲେଭେନ୍ ଦଲ କୁ ୦୨ ଗୋଲ୍ ସ୍କୋର୍ କରି ଜାରିଂ ଦଲ ବିଜେତା ହାସଲ କରିଥିଲା ଶ୍ରେଷ୍ଠ ଖେଳାଳି ଭାବେ ଜାରିଂ ଦଲ ର ରାଜାରାମ ଓରାମ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏବଂ ଗ୍ରାମର ୮୦ ବର୍ଷ ର ବୃଦ୍ଧ ମାନଙ୍କୁ ମାନ୍ୟବର ବିଧାୟକ ବୃଦ୍ଧ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଖେଳ କୁ ପରିଚାଳନା କରୁଥିଲେ, ବୃନ୍ଦାବନ ନାଏକ, ସନ୍ତୋଷ ପୁଟେଲ, ରଘୁନାଥ ସେଠ୍,ସାଲେଗ୍ରାମ ମାଝୀ, କୃଷ୍ଣ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିଲେ। ପାନ୍ଥର କ୍ରିଡ଼ା ସଂଘ ସମସ୍ତ ସଭ୍ୟ ବିଶେଷ ସହଯୋଗ କରିଥିଲେ