-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
25-Jul-2026
ତୁଷୁରା (ପଞ୍ଚାନନ ନାଏକ) ହଜାର ହଜାର ଭକ୍ତଙ୍କ ସମାଗମରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସି ଅନ୍ତର୍ଗତ ଖର୍ଡା ଗ୍ରାମରେ ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହୋଇଛି। ସେହିପରି ନଅ ଦିନ ଧରି ଚତୁର୍ଦ୍ଧା ମୂର୍ତ୍ତୀ ନିଜର ଜନ୍କ ବେଦୀରେ ଲୀଳା କରି ତାଙ୍କ ମନ୍ଦିରକୁ ଶୁକ୍ରବାର ଦିନ ରଥାରୂଢ଼ ହୋଇ ବିଜେ କରୁଥିବା ବେଳେ ଅଧା ବାଟରେ ଅଟକି ଯାଇଥିଲେ। ଶନିବାର ଦିନ ଘଣ୍ଟ, ଶଙ୍ଖ, କୀର୍ତ୍ତନ ଦଳ ସହିତ ହଜାର ହଜାର ଭକ୍ତ ଙ୍କ ଉପସ୍ଥିତି ରେ ପୁଣି ରଥ ଟଣାଯାଇ ଭଗବାନ ମନ୍ଦିର କୁ ବିଜେ କରିଛନ୍ତି। ଛୋଟ ଛୋଟ ଶିଶୁ ମାନଙ୍କୁ ରଥ ଛୁଆ ପାଇଁ ଅଭିଭାବକ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା।