-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
09-Jun-2026
(ତ୍ରିନାଥ ବେଶ୍ରା )
ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ଆମପାଣି ମଣ୍ଡଳ ଯୁବ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୧ ତାରିଖରେ ବଡ଼ କେନ୍ଦୁଗୁଡା ଝାରବନ୍ଧ କାଳେଶ୍ୱର ଶୈବପୀଠ ରେ ଯୁବ ସମାବେଶ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ଡେଙ୍ଗାଗୁଡା ଧାନ ମଣ୍ଡି ପ୍ରାଙ୍ଗଣରେ ଆମପାଣି ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରସ୍ତୁତି ବୈଠକରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସମ୍ପାଦକ ତୁଲାରାମ ନାଏକ, ଯୁବ ମୋର୍ଚ୍ଚା କର୍ମକର୍ତ୍ତା ସୁରେନ୍ଦ୍ର ଭାଇସାଲ, ଜନାର୍ଦ୍ଦନ ନାଏକ,ସିମାଞ୍ଚଳ ମାଝୀ, ଭିକାରୀ ଚରଣ ବେଶ୍ରା, ଗୋବର୍ଦ୍ଧନ ନାଏକ,ଟୁନା ବିଶି,ରମେଶ ରାଠି, ଲକ୍ଷ୍ମୀଧର ମାଝୀ, ଚୈତନ୍ୟ ନାଏକ, ପବିତ୍ର ଭାଟି,ନବୀନ ହଂସ, ଆକାଶ କୁମାର ସରାବୁ,ଗୌରଚନ୍ଦ୍ର ନାଗ, ସନାତନ ସୁନାନୀ,ବାଲ୍ମୀକି ବାଗ,ମେଘ ସେଠି,ସଞ୍ଜୀବ ମୁଲକିଆ, ଅଭିଜିତ ପଣ୍ଡା ପ୍ରମୁଖ ଯୁବ ମୋର୍ଚ୍ଚା ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ଯୁବ ସମାବେଶ କୁ କେମିତି ସଫଳ କରାଯିବ ସେନେଇ ଆଲୋଚନା କରିଥିଲେ।