-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||     

HOME   ଜିଲ୍ଲା

ଐତିହାସିକପୁସ୍କରିଣୀ ଗୁଡିକ ସହିତ ବଲାଙ୍ଗୀରବାସୀଙ୍କ ଭାବଗତସମ୍ପର୍କ ରହିଛି-ବିଧାୟକ କଳିକେଶ

02-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସହରରେ ରାଜୁଡା ଅମଳରୁ ରହିଆସିଥିବା ବନ୍ଧକଟା ଗୁଡିକ ସହିତ ବଲାଙ୍ଗୀର ବାସୀ ଓ ଆମପରିବାରର ଭାବଗତସଂମ୍ପର୍କ ରହିଆସିଛି। ଶହଶହ ବର୍ଷଧରି ଆମ ବାପଅଜାଠାରୁ ଆରମ୍ଭ ବଲାଙ୍ଗୀର ସହରବାସୀ ଏହାର ପାଣିକୁ ବ୍ୟବହାର କରିଆସୁଛନ୍ତି । ଏବେ କିଛିବର୍ଷ ହେଲା ବନ୍ଧଗୁଡିକର ପାଣି ବ୍ୟବହାର ଉପଯୋଗୀ ହୋଇ ନଥିଲା। ତେଣୁ ପୌରପାଳିକା ପକ୍ଷରୁ ଏକଐତିହାସିକ ପଦକ୍ଷେପ ନିଆଯାଇ ଏହି ପୁସ୍କରିଣୀଗୁଡିକର ପୁନଃରୁଦ୍ଧାର କରାଯାଉଛି। ଏକାଥରକୁ ୧୧ଟି ବନ୍ଧର ପୁନଃରୁଦ୍ଧାର କରା ଯାଉଛି। ଏହା ଫଳରେ ସହରରେ କିଛିମାତ୍ରାରେ ଜଳସଂକଟ ଦେଖାଦେଇଛି। ସେଥିପାଇଁ ପିଏଚବିଭାଗ ଓ ଅରଡବ୍ଲୁଏସଏସ ବିଭାଗ ସହିତ ପ୍ରାକପ୍ରସ୍ତୁତି କରାଯାଇଥିଲା। ଲୋକଙ୍କ ବ୍ୟବହାର ପାଇଁ ବିକଲ୍ପ ପାଣିବ୍ୟବସ୍ଥା କରାଯାଉଛି।

ତେବେ ବହୁବର୍ଷ ପରେ ଯେହେତୁ ଏକ ବଡ ପଦକ୍ଷେପ ନିଆଯାଇଛି ସେଥିପାଇଁ ସହରବାସୀଙ୍କ ସହଯୋଗର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଆଜି ପୁସ୍କରିଣୀ ପୁନଃରୁଦ୍ଧାର କାମ ଗୁଡିକ ପରିଦର୍ଶନ କରି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି। ବଲାଙ୍ଗୀରବାସୀ ସହରରେ ଜଳସଂକଟଦୂର କରିବାକୁ ଏହି ପୁସ୍କରିଣୀଗୁଡିକୁ ପୁନଃରୁଦ୍ଧାର କରିବାକୁ ଦାବି କରିଆସୁଥିଲେ। ରାଜ୍ୟସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇ ଏହି ପ୍ରକଲ୍ପଗୁଡିକ ଅନୁମୋଦନ କରାଇ ଉନ୍ନୟନ କାମ କରାଯାଉଛି। ଯେଉଁମାନେ ଆଜି ଏହି ଉନ୍ନୟନ କାମକୁ ସମାଲୋଚନା କରୁଛନ୍ତି ସେମାନେ ନକରାତ୍ମାକ ବିଚାର ଛାଡି ବିକାଶ କାମରେ ସହଯୋଗ କରନ୍ତୁ ବୋଲି ବିଧାୟକ ଆହ୍ୱାନ କରିଛନ୍ତି। ପୂର୍ବତନ ବିଧାୟକ ନରସିଂହ ମିଶ୍ରଙ୍କ ଆରୋପ ବିଷୟରେ ଗଣମାଧ୍ୟମର ପ୍ରଶ୍ନରେ ବିଧାୟକ କଳିକେଶ କହିଲେ ଯେ, ଶ୍ରୀ ମିଶ୍ର ବିଧାୟକ ଥିବା ବେଳେ କୌଣସି ଗୋଟିଏ ମଧ୍ୟ ବନ୍ଧର ପୁନଃରୁଦ୍ଧାର କରାଇ ପାରିଲେ ନାହିଁ। ଅନ୍ୟ ପକ୍ଷରେ ଲକ୍ଷ୍ମୀଯୋର ନାଳରେ ଯୋଜନାହୀନ କାମ କରାଇ ୨୦କୋଟି ଟଙ୍କା ବରବାଦ କରାଇଲେ। ଏହା ବାଦ ଛତାମଖନାଠାରେ ହୋଇଥିବା ଆଇଏସଏସ କାମରେ ଡିଜାଇନ ଚେଞ୍ଜ କରାଇ ବିପୁଳ ପରିମାଣରେ ହୋଇଥିବା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଇବାର ନରସିଂହଙ୍କର ସତସାହସ ଅଛି କି ବୋଲି ବିଧାୟକ କଳିକେଶ ଓଲଟା ପ୍ରଶ୍ନ କରିଥିଲେ। ବିଧାୟକ ଶ୍ରୀ ସିଂଦେଓ ଆଜି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, କାଉନସିଲରଗଣ ଓ ଯନ୍ତ୍ରୀମାନଙ୍କୁ ସାଙ୍ଗରେ ନେଇ ପ୍ରଥମେ ବେହେରାପାଲିବନ୍ଧକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଚାଲିଥିବା ମାଟିକାମକୁ ଦେଖି ସନ୍ତୋଷବ୍ୟକ୍ତ କରିଥିଲେ। ଏହା ସହିତ ବେହେରପାଲି କାଉନସିଲର ପ୍ରେମଲତା ନାଏକ ଓ ଲୋକଙ୍କ ସହିତ ଆଲୋଚନା କରିଥିଲେ। ବନ୍ଧରଚାରିକଡେ ଥିବା ଆଡିରେ ମାଟିଭର୍ତ୍ତି କରାଯାଇ ଚୌଡାକରାଯଉଥିବା ଦେଖିଥିଲେ। ଏହା ସହିତ ବାହାର ଡ୍ରେନପାଣି ଯେଭଳି ବନ୍ଧକୁ ନପଶିବ ସେନେଇ ରେଳଲାଇନ ପଟକୁ ଏକ ବଡ ନାଳ କରାଯାଉଥିବା ଦେଖିଥିଲେ। ଏଣିକି ବନ୍ଧରେ ଆଉ ଡ୍ରେନପାଣି ମିଶିବ ନାହିଁ ଓ ବର୍ଷାପାଣି ସଂରକ୍ଷିତ

ହୋଇ ସଫାରହିବ ବୋଲି ବିଧାୟକ ଗଣମାଧ୍ୟମକୁ କହିଥିଲେ । ଏହାପରେ ଐତିହାସିକ କରଙ୍ଗାକଟା ବନ୍ଧ ପୁନଃରୁଦ୍ଧାର କାମ ପରିଦର୍ଶନ କରି ସ୍ଥାନୀୟ ବ୍ରାହ୍ମଣପଡାର ଡ.ଶିବପ୍ରସାଦ ନନ୍ଦ,ଡ.ରାଜକୁମାର ହୋତା(ବାବୁଲା),ବରିଷ୍ଠ ନାଗରିକ ନବକୃଷ୍ଣ ସାହୁ, ସ୍ଥାନୀୟ କାଉନସିଲର ନନ୍ଦିନୀ ପୋଢ ଓ ଅନ୍ୟାନ୍ୟ ଲୋକଙ୍କ ସହିତ ଆଲୋଚନାକରିଥିଲେ । ଠିକ ସେହିପରି ତାଲପାଲିବନ୍ଧରେ ବିଜେଡିଦଳର ଧୃବ ଜୁଏଡ, ଚନ୍ଦ୍ରମଣୀ ତ୍ରୀପାଠୀ,କାଉନସିଲର ଅରବିନ୍ଦ ପରୁଆ ପ୍ରମୁଖଙ୍କ ସହିତ ଶତାଧିକ ପୁରୁଷ/ମହିଳା ଉପସ୍ଥିତ ରହିଥିଲେ। କନ୍ଧପାଲିପଡା ବନ୍ଧରେ ବରିଷ୍ଠନେତା ଅଜୟ ଦାସ, କାଉନସିଲର ସରିତା ଦାସ ଓ ଲର୍କିପାଲିବନ୍ଧରେ ନରହରି ରାଉତ,କାଉନସିଲର ସଂସ୍ମିତା ନନ୍ଦ,କନିଷ୍ଠଯନ୍ତ୍ରୀ ଇଂ.ସଂଜୟ ମହାନ୍ତି,ଇଂ.ବସନ୍ତ ନାଏକ,ଇଂ.ରାମା ଖିଲା ପ୍ରମୁଖ ଉପସ୍ଥିତ ରହି ବନ୍ଧପୁନଃରୁଦ୍ଧାର କାମ ବିଷୟରେ ଆଲୋଚନା କରିଥିଲେ । ଆଜି ବିଧାୟକଙ୍କ ଏହି ଗସ୍ତସମୟରେ କାଉନସିଲର ଗଙ୍ଗାଧର ଚାନ୍ଦ,ମୁନା ଖାନ,ଶମ୍ଭୁ ନାଗ ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ନେତାଗଣ ଉପସ୍ଥିତ ରହିଥିଲେ । ପରେ ସାର୍କିଟ ହାଉସଠାରେ ଆୟୋଜିତ ସମୀକ୍ଷା ବୈଠକରେ ପୌରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ପୌରଯନ୍ତ୍ରୀ ଇଂ.କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖଙ୍କ ସହିତ ଆଲୋଚନା କରି ନିର୍ଦ୍ଧାରିତ ସମୟରେ ବନ୍ଧକଟାର ପୁନଃରୁଦ୍ଧାର କାମ ସାରିବାକୁ ନିର୍ଦ୍ଦେଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026

You Might Also Like

                       
  ଜିଲ୍ଲା  

ଗଣିତ ଗବେଷଣା