-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
20-May-2026
ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଫଳ ପ୍ରକାଶ ପାଇଇଛି । ମଧ୍ୟାହ୍ନ ୧୨.୩୦ ରେ CHSE କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ପରୀକ୍ଷା ଫଳ ପ୍ରକାଶ ପରେ ଅପରାହ୍ନ 3ଟାରେ results.odisha.gov.in ଓ results.digilocker.gov.in ଲଗଇନ୍ କରି ପରୀକ୍ଷାର୍ଥୀ ସେମାନଙ୍କର ଫଳ ଜାଣିପାରିବେ ।ବିଜ୍ଞାନରେ ଛାତ୍ରଙ୍କ ପାସ୍ ହାର ୮୭.୪୧%। ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୯୦.୨୪% ରହିଛି। ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୮୬.୬୭% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩% ରହିଛି। କଳାରେ ଛାତ୍ରଙ୍କ ପାସ୍ ହାର ୭୭.୯୭%, ଛାତ୍ରୀଙ୍କ ପାସ୍ ହାର ୮୯.୪୫% ରହିଛି। ଅପରପକ୍ଷରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ୍ ହାର ୭୭.୮୨ ପ୍ରତିଶତ ରହିଛି। ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୩.୪୩ ପ୍ରତିଶତ ରହିଛି।ମୋଟ ୩ ଲକ୍ଷ ୪୧ ହଜାର ୭୮୧ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ପାସ୍ ହାର ରହିଛି ୮୫.୮୫ ପ୍ରତିଶତ।ସେହିପରି ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ।ରେଜଲ୍ଟ ପ୍ରକାଶ ପରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ।କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ସୁଯୋଗ ମିଳିବ। ପିଲା ଜଣଙ୍କ ପାସ୍ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁଯୋଗ ଦିଆଯିବ। ଜୁଲାଇ ପ୍ରଥମ ସପ୍ତାହରେ ହେବ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା।
ଚଳିତ ବର୍ଷ ବାର୍ଷିକ ପରୀକ୍ଷା ପାଇଁ ମୋଟ ୪,୦୦,୭୩୬ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଛନ୍ତି। ଯେଉଁଥିରେ କଳାରେ ୨,୫୬,୦୪୨, ବିଜ୍ଞାନରେ ୧,୧୪,୨୩୮, ବାଣିଜ୍ୟରେ ୨୪,୫୩୩ ଏବଂ ବୃତ୍ତିଗତ ଅଧ୍ୟୟନରେ ୫,୯୨୩ ଜଣ ଛାତ୍ରଛାତ୍ରୀ ସାମିଲ ଅଛନ୍ତି।