-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ରାଜ୍ୟ

ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !

10-May-2026



ବଲାଙ୍ଗୀର/ସୁନ୍ଦରଗଡ(ମଳୟ ମିଶ୍ରଙ୍କ ରିପୋର୍ଟ): ଦୁଇବର୍ଷ ତଳେ ୨୦୨୪ ରେ ଜନୈକା ବିଧବା ଗରିବ ଆଦିବାସୀ ମହିଳାଙ୍କୁ ଜାଲରେ ଫସାଇ ତାଙ୍କ ପୁଅକୁ ଚାକିରୀ ପ୍ରଲୋଭନ ଦେଇ ୧୫ ଲକ୍ଷ ଟଙ୍କା ଠକିନେଇଥିବା ଜଣେ ଆନ୍ତଃଜିଲ୍ଲା ଠକକୁ ଗତ ୨୭ ତାରିଖରେ ବରଗଡ ପୁଲିସ ସହାୟତାରେ ସୁନ୍ଦରଗଡ ପୁଲିସ ବଲାଙ୍ଗୀରରୁ ଗିରଫ କରି ସୁନ୍ଦରଗଡ କୋର୍ଟଚାଲାଣ କରିବା ମାମଲାରେ ପୂର୍ବରୁ ଥରେ ଜାମିନ ଆବେଦନ କରି ବିଫଳ ହେବା ପରେ ଆସନ୍ତାକାଲି ଆଉଥରେ ଅଭିଯୁକ୍ତ ଠକକୁ ଜାମିନ ଆବେଦନ ଜରିଆରେ ଖଲାସ କରିବାକୁ ଆଇନଗତ ଚକ୍ରାନ୍ତ କରାଯାଉ ଥିବାର ସୂଚନା ମିଳିଛି।

ଏଥିପାଇଁ  ରାଜନୈତିକ ଲିଙ୍କ୍ ର ଜନୈକା ମହିଳା ଓକିଲ ଓ ତାଙ୍କ ସହକାରୀ  ଡରାଇ ଧମକାଇ ବଲାଙ୍ଗୀରରୁ ଅଭିଯୁକ୍ତର ପତ୍ନୀଙ୍କୁ ଡକାଇ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଦିଆଇବା ସହ ଆଉ ୩ ଟି ଚେକ୍ ରେ ଆଗାମୀ ୨ ମାସ ମଧ୍ଯରେ ଅବଶିଷ୍ଟ ଠକେଇ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଏକ ବଣ୍ଡ୍ କାଗଜରେ ଅଭିଯୋଗକାରିଣୀଙ୍କର ଦସ୍ତଖତ କରାଇ ନେଇ ଆସନ୍ତାକାଲି କୋର୍ଟକୁ ଡକାଇ ଥିବା ପ୍ରକାଶ।  ଅଧିକନ୍ତୁ ଏହାର ଏକକିତା ନକଲ ସମ୍ପୃକ୍ତ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଦିଆଯାଇ ଥିବା ଜଣାଯାଇଛି। 

 ପ୍ରକାଶ ଯେ, ପ୍ରଥମେ ଫେସ୍ ବୁକ୍ ରେ ବନ୍ଧୁତା ସ୍ଥାପନ କରି ବରଗଡ ଜିଲ୍ଲାର ଗାଇସିଲେଟ ଥାନାନ୍ତର୍ଗତ କନ୍ଦାଗାଡ ଗ୍ରାମର ଜଣେ ଅଭ୍ୟାସଗତ ଠକ ସରୋଜ କୁମ୍ଭାର ଓରଫ ସରୋଜ କୁମାର ଓରଫ ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀ ନିଜକୁ ଆୟକର ବିଭାଗର କମିଶନର ବୋଲି ଠକି ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନାନ୍ତର୍ଗତ ଭାଲୁଗାଡର ବିଧବା ମହିଳା ରଞ୍ଜିତା କାଲୋଙ୍କ ଠାରୁ ତାଙ୍କ ପୁଅ ଫିରୋଜ କାଲୋକୁ ଚାକିରୀ କରାଇ ଦେବାର ମିଥ୍ୟା ପ୍ରଲୋଭନ ଦେଇ ଫୋନ୍ ପେ', ବ୍ୟାଙ୍କ ଓ ନଗଦ ମିଶାଇ ୧୫ଲକ୍ଷ ଟଙ୍କା ଠକିନେଲା ପରେ ଆହୁରି  ୧୦ ଲକ୍ଷ ଦାବି କରି ନ ଦେବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆଉ ଧରାଛୁଆଁ ନ ଦେବାରୁ ସେ ଠକେଇର ଶିକାର ହୋଇଛନ୍ତି ଅନୁଭବ କରି ଗତ ୨୦୨୪ ରେ ଭସ୍ମା ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ସେତେବେଳର ଆଇ.ଆଇ ସି ସୁଶାନ୍ତ କୁମାର ପରିଡା ସୁନ୍ଦରଗଡ ଥାନାକୁ ବଦଳି ହୋଇ ଯିବା ପରେ ସୁନ୍ଦରଗଡ ଏସଡିପିଓ ନିର୍ମଳ ମହାପାତ୍ରଙ୍କ ତତ୍ତ୍ବାବଧାନରେ  ନବନିଯୁକ୍ତ ଆଇ ଆଇ ସି ଅମର ହୋତାଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଟିମ୍ ସାଇବର ତଦନ୍ତ କରି ଅଭିଯୁକ୍ତକୁ ଠାବ କରି ଗତ ୨୬ ତାରିଖରେ ଆସି ବଲାଙ୍ଗୀର ପ୍ୟାଲେସ ଲାଇନ୍ ରେ ରହୁଥିବା ଅଭିଯୁକ୍ତ ଠକକୁ ବଲାଙ୍ଗୀର ଟାଉନଥାନାର ଭାଗିରଥୀ ଛକରୁ ଉଠାଇ ନେଇ ଗିରଫ କରିଥିବା ଓ ତା' ଠାରୁ ଏକ ହୁଣ୍ଡାଇ ଭେରେନା କାର୍ , ୮ ଟି ବ୍ୟାଙ୍କ ପାସ୍ ବୁକ୍ , ୫ ଟି ଏଟିଏମ, ଗୋଟିଏ ସାମସଙ୍ଗ ଟାବଲେଟ୍ , ଚେକ୍ ବୁକ୍ ଆଦି ଜବତ କରି ପରଦିନ କୋର୍ଟ ଚାଲାଣ କରିଥିବା ଭସ୍ମାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ନିର୍ମଳ ମହାପାତ୍ରଙ୍କ ଠାରୁ ପ୍ରକାଶ । ଅଭିଯୁକ୍ତ ଏବେ ସୁନ୍ଦରଗଡ ଜିଲ୍ଲା କାରାଗାରରେ ରହିଛି।

ଅଭିଯୁକ୍ତର ପତ୍ନୀ କରିସ୍ମା ବାରିକ ବଲାଙ୍ଗୀର ଟାଉନଥାନା ଅନ୍ତର୍ଗତ ପ୍ୟାଲେସ୍ ଲାଇନ୍ ର ଏମ୍ ସ ସ୍କୁଲ୍ ଗଳିର ଏଲ୍ ବି ଏସ୍ ହେରିଟେଜ୍ ନାମକ ଏକ ଭବ୍ୟ ଆପାର୍ଟମେଣ୍ଟରେ ଭଡାରେ ରହୁଛନ୍ତି ଓ ଏବେ ବି ତାଙ୍କ ପାଖରେ ଏକ କାର୍ ଓ ୫ ଟି ସ୍କୁଟି+ ବାଇକ୍ ରହିଥିବା ଦେଖାଯାଇଛି। ସେ ଗତ ୬ ତାରିଖରେ ସୁନ୍ଦରଗଡ ଯାଇ ଥରେ ଜାମିନ ଆବେଦନ କରି ବିଫଳ ହେବା ପରେ ଓକିଲଙ୍କ ଜରିଆରେ ଅଭିଯୋଗକାରିଣୀ ଙ୍କୁ ଡକାଇ ୫ ଲକ୍ଷ ଟଙ୍କା ଦେବା ସହ ଏକ ବଣ୍ଡ୍ ପେପରରେ ତାଙ୍କ ଠାରୁ ଇଂରାଜୀରେ ଲିଖିତ ଏକ ରାଜିନାମା ଲେଖାଇ ନେଇ ଆଉ ୩ ଟି ଚେକ୍ ରେ  ଠକେଇର ବାକି ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଥିବା ପ୍ରକାଶ  । ଏହି ଅଗ୍ରୀମ ରାଜିନାମାର ଏକକିତା ନକଲ ମଧ୍ଯ ଭସ୍ମା ଥାନାରେ ଦିଆଯାଇଛି । 

ଉଲ୍ଲେଖଯୋଗ୍ଯ ଯେ, ପୂର୍ବରୁ ଏହି ଠକ ବିରୋଧରେ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ଭୁବନେଶ୍ଵରରେ ଏକାଧିକ ଠକେଇ ଅଭିଯୋଗ ରହିଛି  ଓ ସେ କେତେବେଳେ ନିଜକୁ ପ୍ରଫେସର ( ଜବତ କରାଯାଇ ନ ଥିବା ବଲାଙ୍ଗୀରରେ ରଖାଯାଇଥିବା ତାଙ୍କ ପତ୍ନୀଙ୍କ କାର୍ ପଛପଟେ 'ପ୍ରଫେସର' ଲେଖାହୋଇଥିବା), କେତେବେଳେ ଆୟକର ବିଭାଗର କମିଶନର, ବିକ୍ରିକର କମିଶନର ଓ ଅନ୍ଯାନ୍ଯ ମିଥ୍ୟା ପରିଚୟ ଦେଇ ବର୍ଷ ବର୍ଷ ଧରି ବିଭିନ୍ନ ଠକେଇରେ ଜଡିତ ରହି ବିଳାସ ବ୍ୟସନରେ ରହିଆସୁ ଥିବା ସ୍ଥଳେ, ତା' ପାଖରେ ଥିବା ଏତେ ସଂଖ୍ୟକ ଯାନବାହନକୁ କେତେଜଣ ଓ କେଉଁମାନେ ବ୍ୟବହାର କରୁଛନ୍ତି ; ଏହାର ସମ୍ପୂର୍ଣ୍ଣ ତଦନ୍ତ ଅନିବାର୍ଯ୍ୟ ଥିବା ବେଳେ, ତାଙ୍କ ପତ୍ନୀଙ୍କୁ ମଧ୍ଯ ଏପରି ଠକେଇରେ ସମ୍ପୃକ୍ତି ରହିଥିବା ତଦନ୍ତକାରୀ ପୁଲିସ ସୂତ୍ରରୁ ପ୍ରକାଶ  ।  ଯଦି ଉକ୍ତ ଅଭିଯୁକ୍ତ ଠକ ଜଣକ ଜାମିନରେ ଜେଲ୍ ହାଜତରୁ ବାହାରକୁ ବାହାରନ୍ତି, ପତ୍ନୀଙ୍କ ସହ କେଉଁଆଡ଼େ ଫେରାର୍ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜନସାଧାରଣଙ୍କ ମଧ୍ଯରେ ଚର୍ଚ୍ଚା ହେଉଛି ।

ତେବେ ପ୍ରଶ୍ନ ଉଠିବା ସ୍ବାଭାବିକ୍ ଯେ, ଗତ ମାସ ୧୭ ତାରିଖରେ କୋର୍ଟଚାଲାଣ କରାଯାଇଥିବା ଜଣେ ଏଭଳି ଗିରଫ ଆନ୍ତଃଜିଲ୍ଲା ଠକ ବିରୁଦ୍ଧରେ ସମ୍ପୂର୍ଣ୍ଣ ତଦନ୍ତ ଓ ଅଭିଯୋଗଫର୍ଦ୍ଦ କୋର୍ଟରେ ଦାଖଲ ପୂର୍ବରୁ ତାଙ୍କୁ ପରୋକ୍ଷ ରାଜନୈତିକ ଲିଙ୍କ୍ ରେ ଉପରୋକ୍ତ ଆଇନଗତ ଚକ୍ରାନ୍ତ କେତେଦୂର ସ୍ପୃହଣୀୟ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ?


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like