-+91-9937148622 |

prerana_bgr@rediffmail.com |

  Friday 6th November 2026 |

| | | |

R.N.I. Regd No. ODIODI/2010/46693

Breaking News

ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   (06-Nov-2026)       ||      ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର    (06-Nov-2026)       ||      ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   (06-Nov-2026)       ||      ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    (06-Nov-2026)       ||      ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   (06-Nov-2026)       ||      *ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   (06-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   (06-Nov-2026)       ||      ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   (06-Nov-2026)       ||      ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (05-Nov-2026)       ||      ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ    (05-Nov-2026)       ||      ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   (05-Nov-2026)       ||      ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ    (05-Nov-2026)       ||      କଣ୍ଟାବାଞ୍ଜିରେ ଅଘଟଣ : ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ   (05-Nov-2026)       ||      *ଡାବୁଗାଁ ବ୍ଲକରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଷୋୟୀଙ୍କୁ ଭବ୍ୟ ସ୍ୱାଗତ*   (05-Nov-2026)       ||      ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ   (05-Nov-2026)       ||      ଥାନାରେ ସର୍ଦ୍ଦାରଙ୍କର ରାତ୍ରୀକାଳୀନ ସାକ୍ଷାତକାର ♦️ କାରଣ କଣ ?   (05-Nov-2026)       ||      ରାଜନୀତିର ପଶାପାଲେିର ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମେୀଜାର୍ ପ୍ରକଳ୍ପ   (05-Nov-2026)       ||     

HOME   ଜିଲ୍ଲା

ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"

21-Apr-2026



ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗତ ଏପ୍ରିଲ ୧୫ତାରିଖରୁ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଆନୁକୂଲ୍ୟରେ ଚାଲିଥିବା ସାତ ଦିନିଆ ବେସିକ କୋର୍ସ ତାଲିମ ଶିବିର ଉଦଯାପିତ ହୋଇଯାଇଛି।ଏହି ଶିବିରରେ ଶିବିରାର୍ଥୀ ମାନେ ସ୍କାଉଟ ଓ ଗାଇଡ଼ ର ମୂଳନୀତି,ଶିଷ୍ଟାଚାର, ନେତୃତ୍ୱ କୌଶଳ,ସାମାଜିକ ସେବା ସମ୍ବନ୍ଧୀୟ ପ୍ରଶିକ୍ଷଣ ଗ୍ରହଣ କରିବା ସହ ବିଭିନ୍ନ ପ୍ରାକ୍ଟିକାଲ କାର୍ଯ୍ୟକ୍ରମ,ଦଳୀୟ କାର୍ଯ୍ୟ,ଆପତ୍କାଳୀନ

ସହାୟତା ସମ୍ପର୍କରେ ଶିକ୍ଷା ଗ୍ରହଣ କରିଥିଲେ।ବିଶେଷ କରି ପ୍ରବଳ ଗ୍ରୀଷ୍ମ ତାପ ରୁ ପଥିକ ମାନଙ୍କ ଶୋଷ ନିବାରଣ ପାଇଁ ଦିନ ବେଳା ବିଦ୍ୟାଳୟ ସମ୍ମୁଖରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।ପ୍ରତ୍ୟେକ ଦିନ ରାତ୍ରିକାଳୀନ କ୍ୟାମ୍ପ ଫାୟାର କାର୍ଯ୍ୟକ୍ରମରେ ଶିବିରାର୍ଥୀମାନେ ଗୀତ,ନାଚ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ପରିବେଶକୁ ଉତ୍ସବ ମୁଖର କରୁଥିଲେ।ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ସଭାପତିତ୍ୱ କରି ନିଜ ବକ୍ତବ୍ୟରେ ଶିବିରରେ ଅର୍ଜିତ ଜ୍ଞାନ ଓ କୌଶଳକୁ ବିଦ୍ୟାଳୟରେ ପ୍ରୟୋଗ କରି ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବାକୁ ପ୍ରେରଣା ଦେଇଥିଲେ ।ମୁଖ୍ୟ ଅତିଥି ଭାବେ ସମାଜସେଵୀ ଡ଼. ଶ୍ରୀକର ମିଶ୍ର ନିଜ ବକ୍ତବ୍ୟରେ ଆଜିର ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ।ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ନିଜ ବକ୍ତବ୍ୟରେ ସମାଜ ସେବା,ପରିବେଶ ସୁରକ୍ଷା ଓ ଦେଶପ୍ରେମର ମୂଲ୍ୟବୋଧ କୁ ଅନୁସରଣ କରି ଆଗକୁ ବଢିବାକୁ ଆହ୍ୱାନ ଦେଇଥିଲେ।ସ୍କାଉଟ ମାଷ୍ଟର ଅଜିତ ମିଶ୍ର ଓ ଗାଇଡ଼ କ୍ୟାପ୍ଟନ ଜିନିମା ନନ୍ଦ ନିଜ କ୍ୟାମ୍ପ ଅନୁଭୂତି କହିଥିଲେ।ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ବଲାଙ୍ଗୀର ବିଇଓ ନୀଳମଣି ପଟେଲ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

ଜିଲ୍ଲା ସମ୍ପାଦକ ପ୍ରଦୀପ ପାତ୍ର,କୋର୍ସ ଲିଡର ପୀତବାସ ପଟ୍ଟନାୟକ,ପ୍ରିୟଦର୍ଶିନୀ ମହାପାତ୍ର ଙ୍କ ତତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା।କୋର୍ସ ସହଯୋଗୀ ଭାବେ ସୁରଜିତ ସେନ, ନୀଳାଞ୍ଚଳ ଚିର୍ଗୁନ,ବସନ୍ତ ମେହେର, ଜୟଶ୍ରୀ ପୋଢ଼,ଦେବାଶିଷ ମେହେର, କସ୍ତୁରୀ ରଥ,ହେମନ୍ତ ପ୍ରଧାନ ସହଯୋଗ କରିଥିଲେ।ଏହି ତାଲିମ ଶିବିରରେ ୭୦ଜଣ ସ୍କାଉଟ ମାଷ୍ଟର ଓ ୫୫ଜଣ ଗାଇଡ଼ କ୍ୟାପ୍ଟନ ଯୋଗ ଦେଇ ଥିଲେ।ଶିବିରରେ ସଫଳତାର ସହ ଅଂଶ ଗ୍ରହଣ କରିଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ରଞ୍ଜିତ ବେହେରା,ସୁଦର୍ଶନ ନାୟକ,ବ୍ରାହ୍ମଣୀ ଦୀପ,ଚକ୍ରପାଣି ଷଡ଼ଙ୍ଗୀ,ଗୋବିନ୍ଦ ବଗର୍ତି,ସୁଦୀପ୍ତ ଦୀପ,ବୈକୁଣ୍ଠ ଜେନା,ଦନାର୍ଦନ ପାଣ୍ଡେ,ଯୋଗେନ୍ଦ୍ର ପଟେଲ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   06-Nov-2026
  ଜିଲ୍ଲା  
ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର   06-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   06-Nov-2026
  ଜିଲ୍ଲା  
ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    06-Nov-2026
  ଜିଲ୍ଲା  
ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   06-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   06-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   06-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   06-Nov-2026
  ଜିଲ୍ଲା  
ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   05-Nov-2026

You Might Also Like