-+91-9937148622 |

prerana_bgr@rediffmail.com |

  Friday 27th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    (27-Nov-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ    (27-Nov-2026)       ||      ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ    (27-Nov-2026)       ||      ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   (27-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ଜାତୀୟ ସ୍ତରରେ ସମ୍ମାନିତ ହେଲେ ଟିଟିଲାଗଡ଼ ‘ହ୍ୟାଲୋ କିଡ୍ସ’ ପ୍ଲେ ସ୍କୁଲର ମୁଖ୍ୟ ଫୈଜ ମହମ୍ମଦ ଖାନ୍   (27-Nov-2026)       ||      ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ରାଜ୍ୟପାଳ   (27-Nov-2026)       ||      ରେଲୱେ ଫାଟକରେ ଘଣ୍ଟା ଘଣ୍ଟା ଅପେକ୍ଷା,ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ଜୋରଦାର ମେଡିକାଲ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ହନ୍ତସନ୍ତ,    (27-Nov-2026)       ||      ଦେଓଗାଁ ବ୍ଲକ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା ଜିଲ୍ଲାପାଳଙ୍କ ତଦନ୍ତନିର୍ଦ୍ଦେଶକୁ ବି ବେଖାତିର୍ ! ଖବରପ୍ରକାଶପରେ ତନାଘନା    (27-Nov-2026)       ||      *ଶ୍ରୀ ନୃସିଂହ ମନ୍ଦିରରେ ୯ ଦିନ ଧରି ନବାହ ପରାୟଣ ସମ୍ପନ୍ନ*   (27-Nov-2026)       ||      ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    (27-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   (26-Nov-2026)       ||      ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   (26-Nov-2026)       ||      ମା ଲଷ୍ମୀ ଙ୍କ ଘରେ ଘରେ ପୂଜା    (26-Nov-2026)       ||     

HOME   ଜିଲ୍ଲା

ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା

28-Mar-2026



'ସାମ୍ବାଦିକତା କେବଳ ସମାଚାର ପ୍ରସାର ନୁହେଁ ବରଂ ସମାଜର ପଥ ପ୍ରଦର୍ଶକ ଭାବେ କାମ କରିବା ଏକ ମହତ୍ୱପୂର୍ଣ୍ଣ ଦାୟିତ୍ୱ'

 

ବଲାଙ୍ଗୀର(ପ୍ରେରଣା ଖବର):ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି।ଶିକ୍ଷାବିତ ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ  ବଲାଙ୍ଗୀର ବିଧାୟକ କାଳିକେଶ ନାରାୟଣ ସିଂହ ଦେଓ  ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ, କମିଶନର ଅଫ୍ ଇନକମ୍ ଟ୍ୟାକ୍ସ ଡ. ଶ୍ରୀକାନ୍ତ ଚାଟାର୍ଜୀ, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମଣ ମେହେର ଏବଂ ପ୍ରେରଣା ର ସମ୍ପାଦକ ରଘୁନନ୍ଦନ ସିଂହ ମଂଚାସୀନ ଥିଲେ।ମୁଖ୍ୟ ଅତିଥି ଡ. ସାହୁ ନିଜ ବକ୍ତବ୍ୟ ରେ ଦୀର୍ଘ ୨୧ବର୍ଷ ଧରି ପ୍ରେରଣା ଖବରକାଗଜ ସମାଜରେ

ସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କ ସ୍ୱରକୁ ପ୍ରକାଶ କରୁଛି। ସତ୍ୟ,ନିରପେକ୍ଷ ଓ ଦାୟିତ୍ୱଶୀଳ ସାମ୍ବାଦିକତା ଦ୍ୱାରା ଏହା ଜନମନରେ ବିଶେଷ ସ୍ଥାନ ଅଧିକାର କରିପାରିଛି ବୋଲି କହିଥିଲେ। ମୁଖ୍ୟ ବକ୍ତା ଡ.ଚାଟାର୍ଜୀ ନିଜ ବକ୍ତବ୍ୟରେ ସାମ୍ବାଦିକତାର ମୂଲ୍ୟବୋଧ ଓ ଦାୟିତ୍ୱ ଉପରେ ଆଲୋକପାତ କରି ସାମ୍ବାଦିକତା କେବଳ ସମାଚାର ପ୍ରସାର ନୁହେଁ ବରଂ ସମାଜର ପଥ ପ୍ରଦର୍ଶକ ଭାବେ କାମ କରିବା ଏକ ମହତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି କହିଥିଲେ। ମୁଖ୍ୟ ଅତିଥି  ଭାବେ ଶ୍ରୀ ସିଂଦେଓ ନିଜ ବକ୍ତବ୍ୟରେ ପ୍ରେରଣା ଖବର କାଗଜର ଉନ୍ନତି ଓ ଅନେକ ଖବରକୁ ଖୁବ କମ ସମୟ ମଧ୍ୟରେ ପାଠକ ଙ୍କ ପାଖକୁ ପହଞ୍ଚାଇ ପାରୁଥିବାରୁ  ଶୁଭେଚ୍ଛା ଜଣାଇଥିଲେ ଏବଂ ଭବିଷ୍ୟତ ରେ ଏହା ଆହୁରି ଜନମୁଖୀ ହେଉ ବୋଲି ଆଶା ବ୍ୟକ୍ତ କରିଥିଲେ।ଏହି ଅବସରରେ ପ୍ରେରଣା ଖବରକାଗଜ ର ସ୍ୱତନ୍ତ୍ର ସଂଖ୍ୟା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।ଉନ୍ମୋଚନ ଉତ୍ସବ ପରେ ସମ୍ପାଦକ ଶ୍ରୀ ସିଂ ନିଜ ସମ୍ପାଦକୀୟ ବିବରଣୀ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଭା ପ୍ରାରମ୍ଭରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସାମ୍ବାଦିକ ମଳୟ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଡ. ଭବାନୀ ଶଙ୍କର ପଟେଲ ଅତିଥି ଭାବେ ମଂଚାସୀନ ଥିଲେ। ଚୁମକି ଦାଶ ଓ ପୁଷ୍ପାଞ୍ଜଳି ମେହେର ଏହି କବିତା ପାଠୋତ୍ସବ କୁ ସଂଯୋଜନା କରିଥିବା ବେଳେ ଶତାଧିକ କବି ଓ କବୟିତ୍ରୀ

ସ୍ଵ ରଚିତ କବିତା ପାଠ କରିଥିଲେ।ଏହି ଅବସରରେ କବୟିତ୍ରୀ ନଳିନୀ ପ୍ରଭା ଶତପଥୀ ଙ୍କ ଚତୁର୍ଥ ପୁସ୍ତକ 'ପ୍ରଣୟ କୁସୁମ' ଲୋକାର୍ପିତ ହୋଇଥିଲା।ସମାଜର ବିଭିନ୍ନ କ୍ଷେତ୍ର ରେ ଉପଲବ୍ଧି ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।ପୂର୍ବରୁ ଆୟୋଜିତ ହାଇସ୍କୁଲ ଓ କଲେଜସ୍ତରୀୟ ରଙ୍ଗୋଲି, ଚିତ୍ରାଙ୍କନ, ଓଡ଼ିଆ ପ୍ରବନ୍ଧ,ଓଡ଼ିଆ ବକ୍ତୃତା ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ କିସ ରେସିଡେଣ୍ଟାଲ ସ୍କୁଲ ର ଅଧ୍ୟକ୍ଷ ଆକାଶ ମିଶ୍ର ଧନ୍ୟବଦ ଜ୍ଞାପନ କରିଥିଲେ। ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟାରେ  ସାମ୍ବାଦିକ, କବି, ଲେଖକ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   27-Nov-2026
  ଜିଲ୍ଲା  
ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    27-Nov-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ   27-Nov-2026
  ଜିଲ୍ଲା  
ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   27-Nov-2026
  ଜିଲ୍ଲା  
୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ   27-Nov-2026
  ଜିଲ୍ଲା  
ଭଣ୍ଡାରରେ ବିଘ୍ନରାଜ ପ୍ରତିଷ୍ଠା ଓ ଅଷ୍ଟାଦଶ ପୁରାଣ   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026
  ଜିଲ୍ଲା  
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଭାରତୀୟ ଶିଶୁ ମାନଙ୍କର ପାରିବାରିକ ଲାଳନ ପାଳନ ପୋଷଣ ସେବା କୁ ସୁଦୃଢ କରିବାର ପୁସ୍ତକ ଉନ୍ମୋଚନ।   27-Nov-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   27-Nov-2026
  ଜିଲ୍ଲା  
ଜାତୀୟ ସ୍ତରରେ ସମ୍ମାନିତ ହେଲେ ଟିଟିଲାଗଡ଼ ‘ହ୍ୟାଲୋ କିଡ୍ସ’ ପ୍ଲେ ସ୍କୁଲର ମୁଖ୍ୟ ଫୈଜ ମହମ୍ମଦ ଖାନ୍   27-Nov-2026
  ରାଜ୍ୟ  
ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ରାଜ୍ୟପାଳ   27-Nov-2026

You Might Also Like