-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଫେବୃଆରୀ ୦୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ତାଲିମ୍ ଶିବିରରେ ଉଦ୍ଘାଟନୀ ସଭାରେ ସଂଯୋଜିକା ଶ୍ରୀମତୀ ରାଜଲତା ଅଲିଭା ଆତ୍ମସୁରକ୍ଷା ତାଲିମ ର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆତ୍ମସୁରକ୍ଷା କ୍ଲବ୍ ସଦସ୍ୟା ଡଃ ଇତିଶ୍ରୀ ଦାସ ନାରୀ ଆତ୍ମସଚେତନ ହେଲେ ନିଜ ସୁରକ୍ଷା ନିଜେ କରିପାରିବ ବୋଲି କହିଥିଲେ। ଡଃ ସୋରଭ ରଞ୍ଜନ ଖମାରୀ ଓ ଡଃ ମହେନ୍ଦ୍ର କୁମାର ଦାଶ ଛାତ୍ରୀମାନଙ୍କୁ ତାଲିମର ଉପାଦେୟତା ଓ ବିଭିନ୍ନ ଅପରାଧିକ ଦଣ୍ଡ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପରେ ମାଷ୍ଟର ଟ୍ରେନର ଶୁଭସ୍ମିତା ଦାଶ ଆତ୍ମସୁରକ୍ଷା ର କିଛି କୌଶଳ ପ୍ରଦର୍ଶନ କରିଥିଲେ। ଅଧ୍ୟାପିକା ସୁଶ୍ରୀ ନର୍ମଦା ଛେତ୍ରୀ ଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ମହାବିଦ୍ୟାଳୟର +୩ ପ୍ରଥମ ବର୍ଷର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଅଧ୍ୟାପିକା ଶ୍ରୀମତୀ ନିରୋଜା ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।