-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ଜିଲ୍ଲା

♦️ରେମାଣ୍ଡା ସେଣ୍ଟର ଓ ଦର୍ଶନ ଏକାଡେମୀର ଭବ୍ୟ ଉଦ୍ଘାଟନ

06-Feb-2026



ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ରେମାଣ୍ଡା ଅଞ୍ଚଳ ଅନ୍ତର୍ଗତ ବାଜପେୟୀ ନଗରରେ ସ୍ଥିତ ରେମାଣ୍ଡା ସେଣ୍ଟର ଓ ଦର୍ଶନ ଏକାଡେମୀର ଉଦ୍ଘାଟନ ଉତ୍ସବ ଆଜି ତାରିଖ ୬ ଫେବୃଆରୀ ୨୦୨୬ ରେ ଭବ୍ୟ ଓ ଶ୍ରଦ୍ଧାଭାବର ସହିତ ଅନୁଷ୍ଠିତ ହୋଇଯାଇଛି।

ସାୱନ କିର୍ପାଲ ରୁହାନୀ ମିଶନର ଆୟୋଜନରେ ହୋଇଥିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଆତ୍ମିକ ଶିକ୍ଷା, ନୈତିକ ମୂଲ୍ୟବୋଧ, ସେବାଭାବ ଓ ସାମାଜିକ ସମନ୍ୱୟକୁ ପ୍ରୋତ୍ସାହନ ଦେବା।
ଉଦ୍ଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ କୁମାର ପଟ୍ଟନାୟକ ଯୋଗଦେଇ ଦର୍ଶନ ଏକାଡେମୀର ଆଦର୍ଶ ଓ ଆତ୍ମିକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏପରି ପ୍ରତିଷ୍ଠାନ ମାନବୀୟ ମୂଲ୍ୟବୋଧ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।
ସମ୍ମାନିତ ଅତିଥି ଭାବେ ଟାଙ୍ଗରପାଲି ବିଡିଓ ଶ୍ରୀ ବିରସେନ ବେହେରା, ଟାଙ୍ଗରପାଲି ବିଇଓ ଶ୍ରୀମତୀ ସିନି ବାଡା, ଦର୍ଶନ ଏକାଡେମୀର ଏଡ୍ୟୁକେସନ ଅଫିସର ଶ୍ରୀ ଉନ୍ନୀକୃଷ୍ଣନ, ମହୁଲପାଲି ଦର୍ଶନ ଏକାଡେମୀର ପ୍ରିନସିପାଲ ଡ଼. ପ୍ରଦୀପ ଆର.ଭି. ଓ ମେଜର କିଶୋର କୁମାର ନାଏକ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ସମଗ୍ର ନେତୃତ୍ୱ ଦାୟିତ୍ୱ LMC ମେମ୍ବର ଶ୍ରୀ ଦେବାନନ୍ଦ ନାଏକ ନିର୍ବାହ କରିଥିଲେ।
ଉଦ୍ଘାଟନ ଅବସରରେ ଏକ ବୃହତ୍ ମାରାଥନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରାୟ ୨୦୦ ଜଣ ପିଲା ଅଂଶଗ୍ରହଣ କରିଥିଲେ। ଏହି ମାରାଥନ ଭସ୍ମା ଠାରୁ ଦର୍ଶନ ଏକାଡେମୀ, ରେମାଣ୍ଡା ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଓ ଭସ୍ମା ଥାନାର ପୋଲିସ ପ୍ରଶାସନ ପକ୍ଷରୁ ସହଯୋଗ ମିଳିଥିଲା।
ସକାଳ ବେଳେ ଏକ ପ୍ରଭାତ ଫେରି ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରାୟ ୧୦ଟି କୀର୍ତ୍ତନ ମଣ୍ଡଳୀ ଅଂଶ ନେଇ ସମଗ୍ର ଅଞ୍ଚଳକୁ ଆତ୍ମିକ ପରିବେଶରେ ଭରିଦେଇଥିଲେ।
ସାମାଜିକ ସେବାର ଅଂଶ ଭାବେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ, ସେଠାରେ ୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହା ସହିତ ଏକ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପୁରସ୍କାର ବିତରଣ, ଗଣମାନ୍ୟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା ଓ ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇ ଉପସ୍ଥିତ ସମସ୍ତଙ୍କୁ ଆତ୍ମିକ ଆନନ୍ଦରେ ମୁଗ୍ଧ କରିଥିଲା।
ମଞ୍ଚ ପରିଚାଳନାର ଦାୟିତ୍ୱ ସୁଚାରୁ ଭାବେ ନିର୍ବାହ କରିଥିଲେ ଶ୍ରୀମତୀ ଭାରତୀ ମେହେର ଶିକ୍ଷାଗତ ସଂଯୋଜକ ଓ ଶ୍ରୀମତୀ କାଜଲ ପଟେଲ। କାର୍ଯ୍ୟକ୍ରମ ସଫଳତାରେ ରୁପେଶ ପଟେଲ, ବିଭୁତି ଭୂଷଣ ସାମନ୍ତରାୟ, ସୁବାସିନୀ ନାଏକ, ଶିଖାରାଣୀ ପଟେଲ ସହିତ ମହୁଲପାଲି ଦର୍ଶନ ଏକାଡେମୀର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ନୂତନଭାବେ ଉଦ୍ଘାଟିତ ଏହି ରେମାଣ୍ଡା ସେଣ୍ଟର ଓ ଦର୍ଶନ ଏକାଡେମୀ ଆଗାମୀ ଦିନରେ ଅଞ୍ଚଳର ଶିଶୁ ଓ ଯୁବପିଢ଼ିଙ୍କୁ ଶିକ୍ଷା ସହିତ ଆତ୍ମିକ ଓ ନୈତିକ ଉନ୍ନତିର ପଥ ଦେଖାଇବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like