-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||     

HOME   ରାଜ୍ୟ

୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା

29-Nov-2025



ବଲାଙ୍ଗୀର(ପ୍ରେରଣା ଖବର): ୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ସତର ବର୍ଷରୁ କାମ ବାଳକ ବର୍ଗର ଫୁଟବଲ ପ୍ରତିଯୋଗିତା ନକଆଉଟ ମ୍ୟାଚ ଏକ ନମ୍ବର ଗ୍ରାଉଣ୍ଡ ସଦେଇପାଲି ଖେଳ ପଡ଼ିଆଠାରେ କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ମଧ୍ୟରେ ହୋଇଥିଲା ଓ ଟ୍ରାଇବ୍ରେକର ବଳରେ କେନ୍ଦ୍ରାପଡ଼ା ଦଳ ୩-୨ ଗୋଲରେ ବିଜୟୀ ହୋଇଥିଲା l ଦ୍ଵିତୀୟ ମ୍ୟାଚ ଢେଙ୍କାନାଳ ଓ ମାଲକାନଗିରି ମଧ୍ୟରେ ହୋଇଥିଲା ଓ ଢେଙ୍କାନାଳ ଦଳ ୩-୦ ରେ ଵଜୟୀ ହୋଇଥିଲା l କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ମଧ୍ୟରେ କ୍ଵାଟର ଫାଇନାଲ ମ୍ୟାଚ ହୋଇଥିବା ବେଳେ ୧-୦ ଗୋଲରେ ବିଜୟୀ ହୋଇ ଢେଙ୍କାନାଳ ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା l ସେହିପରି ୨ ନମ୍ବର ଗ୍ରାଉଣ୍ଡ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡ଼ିଆଠାରେ ପ୍ରଥମ ମ୍ୟାଚ ସୁନ୍ଦରଗଡ଼ ଦଳ କୋରାପୁଟକୁ ୨-୦ ଗୋଲରେ ହରାଇ

ବିଜୟୀ ହୋଇଥିଲା l ଦ୍ଵିତୀୟ ମ୍ୟାଚରେ ମୟୁରଭଞ୍ଜ ଓ ନୟାଗଡ ମଧ୍ୟରେ ହୋଇଥିବା ବେଳେ ମୟୁରଭଞ୍ଜ ଦଳ ୧-୦ରେ ବିଜୟ ହୋଇଥିଲା l ତୃତୀୟ ମ୍ୟାଚ ମୟୁରଭଞ୍ଜ ଓ ସୁନ୍ଦରଗଡ଼ ମଧ୍ୟରେ ହୋଇଥିବା ବେଳେ ଏଥିରେ ମୟୁରଭଞ୍ଜ ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା l ଏହି ଗ୍ରାଉଣ୍ଡରେ ମୟୁରଭଞ୍ଜ ଓ ବାଲେଶ୍ୱର ମଧ୍ୟରେ କ୍ଵାଟର ଫାଇନାଲ ମ୍ୟାଚ ହୋଇଥିଲା ଓ ଖେଳ ଅମୀମାଂସିତ ହୋଇଥିବାରୁ ଟ୍ରାଇବ୍ରେକର ସହାୟତାରେ ମୟୁରଭଞ୍ଜ ଦଳ ୫-୪ଗୋଲରେ ବିଜୟ ଲାଭ କରିଥିଲା l ସେହିପରି ତୃତୀୟ ଗ୍ରାଉଣ୍ଡ ମିଶନ ଖେଳ ପଡ଼ିଆ ଠାରେ ପୁରୀ ଓ ବାଲେଶ୍ୱର ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଓ ଖେଳ ଅମୀମାଂସିତ ରହିଥବାରୁ ଟ୍ରାଇବ୍ରେକର ସହାୟତାରେ ବାଲେଶ୍ୱର ଦଳ ୩-୧ଗୋଲରେ ବିଜୟୀ ହୋଇଥିଲା l ସେହିପରି ଦ୍ଵିତୀୟ ମ୍ୟାଚ ଅନୁଗୁଳ ଓ ସୋନପୁର ମଧ୍ୟରେ ହୋଇଥିବା ବେଳେ ଅନୁଗୁଳ ଦଳ ୪-୦ ଗୋଲରେ ବିଜୟୀ ହୋଇ କ୍ଵାଟର ଫାଇନାଲକୁ ପ୍ରବେଶ କରି କ୍ଵାଟର ଫାଇନାଲରେ ଏକ ଚିତ୍ତାକର୍ଷକ ମ୍ୟାଚରେ ବଲାଙ୍ଗୀର ଠାରୁ   ୪-୧ଗୋଲରେ ପରାସ୍ତ ହେଲା l ଚତୁର୍ଥ ଗ୍ରାଉଣ୍ଡ ଆର.ଏନ. ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ପଡ଼ିଆର ପ୍ରଥମ ମ୍ୟାଚରେ ବଲାଙ୍ଗୀର ଦଳ ନୂଆପଡା କୁ ୬-୦ଗୋଲରେ ପରାସ୍ତ କରିଥିବାବେଳେ ଦ୍ଵିତୀୟ ମ୍ୟାଚରେ ଗଞ୍ଜାମ ଦଳ ବରଗଡ ଦଳକୁ ୨-୦ ଗୋଲରେ ପରାସ୍ତ କରିଥିଲା l ତୃତୀୟ ମ୍ୟାଚରେ ବଲାଙ୍ଗୀର ଦଳ ଗଞ୍ଜାମ ଦଳକୁ ୨-୦ ଗୋଲରେ ପରାସ୍ତ କରି କ୍ଵାଟର ଫାଇନାଲକୁ ପ୍ରବେଶ କରି ଅନୁଗୁଳ ଦଳକୁ ୪-୧ ଗୋଲରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା l ସେହିପରି ପଞ୍ଚମ ଗ୍ରାଉଣ୍ଡର ପ୍ରଥମ ମ୍ୟାଚରେ ନବରଙ୍ଗପୁର ଦଳ ଖୋର୍ଦ୍ଧାକୁ ୩-୦ ଗୋଲରେ ପରାସ୍ତ କରିଥିଲା l ଦ୍ଵିତୀୟ ମ୍ୟାଚରେ କେନ୍ଦୁଝର ଦଳ କଟକ ଦଳକୁ ୨-୧ ଗୋଲରେ ପରାସ୍ତ କରି କ୍ଵାଟର ଫାଇନାଲକୁ ପ୍ରବେଶ କରିଥିଲା l ନବରଙ୍ଗପୁର ଓ କେନ୍ଦୁଝର ମଧ୍ୟରେ ହୋଇଥିବା କ୍ଵାଟର ଫାଇନାଲ ମ୍ୟାଚ ଟ୍ରାଇବ୍ରେକର ଯୋଗେ କେନ୍ଦୁଝର ଦଳ ୪-୩ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା l ସୂଚନା ଯୋଗ୍ୟ ପ୍ରଥମ ସେମିଫାଇନାଲ ମ୍ୟାଚ ଗାନ୍ଧୀ ଷ୍ଟାଡିୟମଠାରେ ଆସନ୍ତା କାଲି  ସକାଳ ୭. ୩୦ମି. ସମୟରେ ଢେଙ୍କାନାଳ ଓ ମୟୁରଭଞ୍ଜ ମଧ୍ୟରେ ହେବାକୁ ଥିବାବେଳେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ କେନ୍ଦୁଝର ଓ ବଲାଙ୍ଗୀର ମଧ୍ୟରେ ଆର.ଏନ. ସିଂଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ସକାଳ ୭.୩୦ମି. ସମୟରେ ହେବ l ଆସନ୍ତା କାଲି ଉଭୟ ମ୍ୟାଚରୁ ବିଜୟୀ ହୋଇଥିବା ଦଳ ଗାନ୍ଧୀ ଷ୍ଟାଡିୟମ ଠାରେ ସକାଳ ୯ ଘଣ୍ଟା ସମୟରେ ଫାଇନାଲ

ମ୍ୟାଚରେ ଅଂଶଗ୍ରହଣ କରିବେ। ଏହି ମ୍ୟାଚ ଗୁଡିକୁ କୁ ଆବାହକ ନରସିଂହ ନାଇଡ଼ୁ, ମନୋରଞ୍ଜନ ପ୍ରହରାଜ,ବୈକୁଣ୍ଠ ଜେନା, ରାମକୃଷ୍ଣ ବେହେରା,ଭାଗିରଥି ମଲ୍ଲିକ, ପର୍ଯ୍ୟବେକ୍ଷକ ଦୁର୍ଯ୍ୟୋଧନ ରାଉତ ଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ ଅଧିକାରୀ,ବ୍ଲକ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷକ,ଶିକ୍ଷକ, ଶିକ୍ଷୟତ୍ରୀ,ବିଭିନ୍ନ ଅଫିସିଆଲ ଓ ରାଜ୍ୟ ସ୍ତର ରୁ ଆସିଥିବା  ପ୍ରତିନିଧି ସମସ୍ତ ଖେଳ ପଡିଆର ଖେଳ ପରିଚାଳନାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026

You Might Also Like