-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
29-Nov-2025
ବଲାଙ୍ଗୀରରେ ପରିତ୍ୟକ୍ତା ଅସହାୟ ମହିଳା ଓ ଶିଶୁ ମାନଂକୁ ଆଶ୍ରୟ ଦେଇ ଥିବା ଅନୁଷ୍ଠାନ ପଲ୍ଲୀ ନିକେତନ ଦ୍ୱାରା ପରିଚାଳିତ ସ୍ଵଧାର ଗୃହ ବା ଶକ୍ତି ସଦନକୁ ସତ୍ଯନାରାୟଣ ବେହେରା ସ୍ମୃତି ସେବା ସମ୍ମାନ ପ୍ରଦାନ ଅବସରରେ ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ ମଂଚ ସଂଯୋଜନାର ଅନୁଷ୍ଠିତ ଏହି ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭା ଓ ସେବା ସମ୍ମାନ ପ୍ରଦାନ ସ୍ଵଧାର ଗୃହ ବା ଶକ୍ତି ସଦନ ପରିସରରେ ଆୟୋଜିତ ହୋଇଥିଲା।ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସହକାରୀ
କଲେକଟର ପ୍ରଶାନ୍ତ କୁମାର ମହାପାତ୍ର, ସ୍ଵଧାର ଗୃହ ପ୍ରକଳ୍ପ ସୁରକ୍ଷା ଅଧିକାରୀ ସୁଜାତା ଦୋରା, ଶିକ୍ଷାବିତ ସନାତନ ଠାକୁର ଯୋଗଦେଇଥିଲେ। ସ୍ଵଧାର ଗୃହ ତରଫରୁ ଏହି ସମ୍ମାନ ଗ୍ରହଣ କରିଥିଲେ ଏହାର ସମ୍ପାଦକ ଉଚ୍ଚାଟାନନ୍ଦ ମହାକୁର ଓ ଅନ୍ୟମାନେ।ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ର। ପରେ ପରେ ନ୍ୟାସ ଦ୍ବାରା ଆୟୋଜିତ ସ୍ଵଧାର ଗୃହ ଅନ୍ତେବାସୀଙ୍କ ସହ ଏକା ସାଙ୍ଗରେ ବସି ଭୋଜନ କରିଥିଲେ ନିମନ୍ତ୍ରିତ ଅତିଥି ଅନ୍ୟମାନେ। ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ନ୍ୟାସ ଟ୍ରଷ୍ଟି ସୁଧାକର ବେହେରା, ସୁନୀଲ ବେହେରା, ଗୁପ୍ତେଶ୍ୱର ପୃଷ୍ଟି, ଦେବଦତ୍ତ ବେହେରା ପ୍ରମୁଖ।