-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ରାଜନୀତି

କଂଗ୍ରେସ କଣ କରିଛି, ଆମେ ହିସାବ ଦେଲୁ, ବିଜେଡି ଓ ବିଜେପି ଦୁଇ ଭାଇ କଣ କରିଛ, ହିସାବ ଦିଅ

06-Nov-2025



ନୂଆପଡାର ନ୍ୟାୟ ଓ ବିକାଶ ପାଇଁ ମୃତ୍ୟୁ ମଧ୍ୟ ଗ୍ରହଣୀୟ : ଘାସିରାମ

ନୂଆପଡା(ପ୍ରେରଣା ଖବର): ବିକଶିତ ନୂଆପଡାର ସ୍ବପ୍ନ ସାକାର କରିବାକୁ ନେଇ କଂଗ୍ରେସର ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମ ଆଜି ନୂଆପଡାସ୍ଥିତ ଖୁଣ୍ଟିଆ ଭବନଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଓ ଦଳର ବରିଷ୍ଠ  ନେତୃବୃନ୍ଦଙ୍କ ଉପସ୍ଥିତିରେ ଲୋକାର୍ପଣ ହୋଇଯାଇଛି ।
ଇସ୍ତାହାର ଚାରି ପର୍ଯ୍ୟାୟକୁ ନେଇ ଘୋଷଣା ହୋଇଛି । କଂଗ୍ରେସର ଅବଦାନ: କଂଗ୍ରେସ ସରକାର ସମୟରେ ବିକାଶ ମୂଳକ କାର୍ଯ୍ୟ କଣ କରିଥିଲା ।

କଂଗ୍ରେସ ଇସ୍ତାହାର:  ଆଗାମୀ ଦିନରେ କଣ ସବୁ ବିକାଶମୂଳକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛି ।

ପ୍ରତିକାର ଲୋଡ଼ା : ବିଭିନ୍ନ କ୍ଷେତ୍ରରେ ସରକାର ଅଚଳବସ୍ଥା ସୃଷ୍ଟି କରିଛନ୍ତି ତାକୁ ସୁଧାରି ଏସବୁ କ୍ଷେତ୍ରକୁ କାର୍ଯ୍ୟକ୍ଷମ କରିବା ।
ବିଜେଡି ବିଜେପି :ବିଜେଡି ସରକାରରେ ଥିବାବେଳେ କଣ ସବୁ ପ୍ରତିଶୃତି ଦେଇଥିଲେ ଏବଂ ଦୀର୍ଘ ୨୪ ବର୍ଷଧରି ନୂଆପଡାକୁ ଅଣଦେଖା କରିଥିଲେ ତଥା ବର୍ତ୍ତମାନର ବିଜେପି ସରକାର କିଭଳି ପ୍ରତ୍ୟେକ ଦିନ କଞ୍ଚା ମିଛ କହୁଛନ୍ତି ଏସବୁ ବିଷୟ ଲୋକଙ୍କ ଗୋଚରାର୍ଥେ ପ୍ରକାଶ କରା ଯାଇଛି । 

ମାଟିର ପୁଅ ଘାସିରାମ :  କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ କିଭଳି ବିଗତ ୪୦ ବର୍ଷଧରି ଜନତାଙ୍କ ସେବାରେ ଅବିରାମ ସଂଘର୍ଷ କରି ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ପାରିଛନ୍ତି ଆଲୋଚନା କରା ଯାଇଛି । 
କଂଗ୍ରେସ ଦଳ ଓ ଦଳର ନେତୃବୃନ୍ଦ ନୂଆପଡା ବିକାଶକୁ ନେଇ କେତେ ଗମ୍ଭୀର ଯୋଜନା ଭିତ୍ତିକ ଓ ପ୍ରଣାଳୀଯୁକ୍ତ ଇସ୍ତାହାରରୁ ସ୍ପଷ୍ଟ ଜଣା ପଡୁଛି । ଅପର ପକ୍ଷେ ବିଜେଡି ଓ ବିଜେପି କେବଳ ମିଥ୍ୟା ଓ ପ୍ରତାରଣାଯୁକ୍ତ ବାହାସ୍ଫୋଟ ମାରି ଲୋକଙ୍କୁ ଛଳନା କରିବାରେ ବ୍ୟସ୍ତ ।

ଏହି ଇସ୍ତାହାରରେ କଂଗ୍ରେସ ନୂଆପଡା ବିକାଶ ଯୋଜନା ପ୍ରସ୍ତୁତ କରିବା ସହ ବିଧାୟକ ପ୍ରାର୍ଥୀଙ୍କ ଏକ ଆବେଗପୂର୍ଣ୍ଣ ନିବେଦନ ମଧ୍ୟ ଅଛି ।ଶ୍ରୀ ମାଝୀ ନୂଆପଡାବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି  ଦୀର୍ଘ ୪୦ ବର୍ଷର ମୋର ରାଜନୈତିକ ଜୀବନକୁ ଆପଣମାନେ ଅତି ନିକଟରୁ ଦେଖି ଆସିଛନ୍ତି, ଆପଣ ମାନଙ୍କ ଅଧିକାର ପାଇଁ ଲଢେଇରେ ମୁଁ ଆଜୀବନ ସାଲିସ ବିହୀନ ସଂଗ୍ରାମ କରି ଆସିଛି । କୌଣସି ଲୋଭ ବା ଲାଭର ବଶବର୍ତ୍ତୀ ହୋଇନାହିଁ । ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୋର ଲଢେଇ ଜାରୀ ରହିବ । ଏହି ଉପନିର୍ବାଚନରେ ଆପଣଙ୍କ ଆଶୀର୍ବାଦ ମୋର ଲଢେଇକୁ ଆହୁରି ଶକ୍ତିଶାଳୀ କରିବ ।
ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମରେ ସଭାପତି ଭକ୍ତ ଚରଣ ଦାସ ସାଂସଦ ଥିବାବେଳେ ନୂଆପଡ଼ାର ବିକାଶକୁ ନେଇ ବିବରଣୀ ପ୍ରଦାନ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନୂଆପଡ଼ା ପାଇଁ କଂଗ୍ରେସ କଣ କରିଛି ଆମେ ତାହାର ହିସାବ ଦେଲୁ ; ବିଜେଡି - ବିଜେପି ଗତ ୨୬ ବର୍ଷରେ କଣ କରିଛନ୍ତି ତାହାର ହିସାବ ଦେବାର ସମୟ ଆସିଛି ବୋଲି ଆହ୍ଵାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲ୍ଲାକା , ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ କଂଗ୍ରେସ ଇସ୍ତାହାର ସମ୍ପର୍କରେ ବର୍ଣ୍ଣନା କରି ଥିବା ବେଳେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପିସିସି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥ ସ୍ୱରୂପ ଦାସ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା,  ଡ ଲଲାଟେନ୍ଦୁ ମହାପାତ୍ର, ବିଧାୟକ ସି ଏସ ରାଜେନ୍ ଏକ୍କା, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like