-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
13-Sep-2025
(ପ୍ରେରଣା ଖବର)
ରାଜା ଲାଞ୍ଜିଗଡ ଭୈରବଦେବଙ୍କର ଝାମୁଯାତ୍ରା ରେ ନିଖିଳ ଉତ୍କଳ ଖଡୁରା ସମାଜ ତରଫରୁ ପ୍ରସାଦ ବଣ୍ଟନ ଆୟୋଜନ କରଯାଇଥିଲା ଏହି ଯାତ୍ରା ରେ ଦୂର ଦୁରାନ୍ତ ରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା. ନିଜର ମନସ୍କାମନା ତଥା ଦେବଙ୍କ ପାଶେ ନିଜର କଷ୍ଟ ଦୁଃଖ ଲାଘବ କରିବା ପାଇଁ ନିଜକୁ ସମର୍ପି ଦେଇଥିଲେ ଏହି ଯାତ୍ରାରେହଜାର ହଜାର ଭକ୍ତ ଙ୍କୁ ନିଖିଳ ଉତ୍କଳ ଖଡୁରା ସମାଜ,ଭବାନୀପାଟଣା
ଆୟୋଜକ - ଲାଞ୍ଜିଗଡ଼ ଓ ଭବାନୀପାଟଣା ପକ୍ଷ ରୁ ପ୍ରସାଦ ବଣ୍ଟନ କରାଯାଇଥିଲା!ଆଜି ର କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଖଡୁରା ସମାଜ,ଭବାନୀପାଟଣା ର ସଭାପତି ରବୀନ୍ଦ୍ର ନାୟକ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର , ଜିଲ୍ଲା ସଂଯୋଜକ ନରସିଂହ ନାୟକ, ସଦସ୍ୟ ସନ୍ତୋଷ ନାୟକ,ବିଜୟ ନାୟକ ଏବଂ ଲାଞ୍ଜିଗଡର ସଦସ୍ୟ ସନାତନ ନାୟକ,ମିଲନ କୁମାର ନାୟକ, ପରେଶ ନାୟକ,ରମେଶ ନାୟକ, ସତ୍ୟନାରାୟଣ ନାୟକ, ଭୋଳାନାଥ ନାୟକ,ସତ୍ୟବାନ୍ ନାୟକ, ସିମାଞ୍ଚଳ ନାୟକ,ସୁନିଲ ସୁବୁଦ୍ଧି ଯୋଗ ଦେଇ ଭୈରବ ଦେବ ଙ୍କ କୃପା ଭିକ୍ଷା କରିଥିଲେ!