-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||     

HOME   ରାଜ୍ୟ

ତୃଟିପୂର୍ଣ୍ଣ ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନର ସଂଶୋଧନ ନିମନ୍ତେ ଫୁଲବାଣୀ ବିଧାୟକଙ୍କ ପ୍ରୟାଶ

23-Jul-2025



ଫୁଲବାଣୀ ପୌର ପରିଷଦର ତୃଟିପୂର୍ଣ୍ଣ ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନକୁ ସଂଶୋଧନ କରିବାକୁ ଫୁଲବାଣୀ ମାନ୍ୟବର ବିଧାୟକ ଉମା ଚରଣ ମଲିକଙ୍କ ଉଦ୍ୟମରେ  ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ପୌର ପରିଷଦର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ମାନ୍ୟବର ବିଧାୟକ ଓ ନାଗରିକ କମିଟିର ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ। ନାଗରିକ କମିଟିର ଆବାହକ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ଦେଇ ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବଢାଇବାକୁ  ନଗର ଉନ୍ନୟନ ବିଭାଗ ପକ୍ଷରୁ  ୨୦-୦୩-୨୦୧୮ରୁ କିପରି ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ। ଜନସାଧାରଣଙ୍କ ମତାମତ ଲୋଡା ନଯାଇ  ନିର୍ବାଚିତ କାଉନସିଲ ନଥିବା ବେଳେ ମୂଲ୍ୟାୟନ ଟିମ ମନ ଇଛାରେ ପୂର୍ବରୁ ଦେଉଥିବା ଟିକସର ୨୦- ୩୦ ଗୁଣରୁ ଅଧିକ ଟିକସ ବୃଦ୍ଧି ପାଇଁ  ସୁପାରିଶ କରିଥିଲେ।ଏହାର ସମାଧାନ ପାଇଁ ମାନ୍ୟବର ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଉଦ୍ୟମ କରିଥିବା ବେଳେ  ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ନାଗରିକ କମିଟିର ମତାମତ ଲୋଡିଥିଲେ। ଫୁଲବାଣୀ ସହର ଓଡ଼ିଶାର ୪ନମ୍ବର କାଟେଗୋରୀରେ ଆସୁଥିବା ବେଳେ କେଉଁ ନିୟମାବଳୀ ଆଧାରରେ  ବର୍ଦ୍ଧିତ ହୋଲଡିଂ ଟିକସ ଲାଗୁ ହୋଇଛି ସେ ସମ୍ପର୍କରେ ସୂଚନା ଦେଇଥିଲେ।କିନ୍ତୁ ଫୁଲବାଣୀ ଭଳି  ୪ନମ୍ବର ସହର ପାଇଁ ଏକ ନମ୍ବର ସହରର ଟିକସ ଲାଗୁ କରିବାକୁ କରାଯାଉଥିବା ପ୍ରୟାଶକୁ  ବିରୋଧ କରାଯାଇଥିଲା।ଜମିର ବେଞ୍ଚମାର୍କ ମୂଲ୍ୟକୁ ହୋଲଡିଂ ଟିକସ ହିସାବ କରିବାରେ ପ୍ରଥମ ଥର ପାଇଁ ମିଶାଯାଉ ଥିବାରୁ ଟିକସ ପରିମାଣ ପୂର୍ବ ଟିକସର କୋଡ଼ିଏ ଗୁଣରୁ ଅଧିକ ହେଉଥିବା ଅଭିଯୋଗ ହୋଇଥିଲା,ଯାହା ଜଣେ ହୋଲଡିଂ ଧାରୀ ଦେବା ସମ୍ଭବ ନୁହେଁ।  ଏହି ଅବସରରେ ମିଳିତ ନାଗରିକ କମିଟି ପକ୍ଷରୁ  ସଭାପତି ଡ ଅରୂପ କୁମାର ଜେନାଙ୍କ ସହ ଆଇନଜୀବୀ ଭି ଭି ରାମଦାସ,ବିଜୟ ମହାନ୍ତି, ବିଜୟକୃଷ୍ଣ ପଟନାୟକ,ରବୀନ୍ଦ୍ରନାଥ ମିଶ୍ର, ବିରଜା ନାହାକ,ଭଗବାନ ମହାନ୍ତି,  ପୂର୍ବତନ ଚେୟାରମ୍ୟାନ କମଳାକାନ୍ତ ପାଣ୍ଡେ, ପ୍ରତାପ ପାତ୍ର,ବରିଷ୍ଠ ନାଗରିକ ପଦ୍ମ ଚରଣ ସ୍ୱାଇଁ,ନବ କିଶୋର ରଥ ,ନବୀନ କିଶୋର ପଣ୍ଡା,ମୋହନ ପ୍ରଧାନ, ସତ୍ୟପ୍ରିୟ ମହାନ୍ତି,ଭୀମସେନ ସାହୁ,ପ୍ରଣବ ମଣ୍ଡଳ,ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ,ଅବନି କହଁର,ନାରାୟଣ ସାହୁ,ଶିବାନନ୍ଦ ପଟନାୟକ, ପରେଶ ମହାପାତ୍ର, ଲିଙ୍ଗରାଜ ଦଳବେହେରା, ସୁଧିର ମହାରଣା, ସଞିବ ପ୍ରଧାନ, ବିଧାୟକ ପ୍ରତିନିଧି ଦେବାଶିଷ ପ୍ରିୟଦର୍ଶନ ପ୍ରମୁଖ ଆଲୋଚନାରେ ଭାଗ ନେଇ ସମସ୍ତଙ୍କୁ ସୁହାଇଲା ଭଳି ଟିକସ ଧାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମାନ୍ୟବର ବିଧାୟକ ଏହାର ଆସୁ ସମାଧାନ ପାଇଁ ଏକ ମିଳିତ କମିଟି ଗଠନ କରି ଟିକସ ଧାର୍ଯ୍ୟ ନିୟମ ଅନୁଯାୟୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଆବଶ୍ୟକ ସ୍ଥଳେ ମାନ୍ୟବର  ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସୂଚନା ଦେଇଥିଲେ। ପୌର ପରିଷଦ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ବୈଷୟିକ ପରାମର୍ଶ ଦାତାଙ୍କ ସହ ୩ଜଣ କାଉନସିଲର କମିଟିରେ ରଖିବାକୁ କାଉନସିଲର ମାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ନାଗରିକ କମିଟି ପକ୍ଷରୁ ଆଇନଜୀବୀ ପ୍ରତାପ ପାତ୍ର,ଭଗବାନ ମହାନ୍ତି ଓ ବିଜୟକୃଷ୍ଣ ପଟ୍ଟନାୟକ,ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ଓ ସଭାପତି ଡ ଅରୂପ ଜେନାଙ୍କୁ କମିଟିରେ ସାମିଲ କରାଯାଇଛି।  ଏହାର ସ୍ଥାୟୀ ସମାଧାନ ପାଇଁ  ୧୫ଦିନ ମଧ୍ୟରେ କମିଟି ଆଲୋଚନା କରି  ଟିକସ ଧାର୍ଯ୍ୟର ମାନଦଣ୍ଡ ସ୍ଥିର କଲେ  ପୌର ପରିଷଦ ଓ  ଜନ ସାଧାରଣ ଉପକୃତ ହୋଇପାରିବେ। ଦୀର୍ଘ ପାଞ୍ଚ ବର୍ଷର ସମସ୍ୟା ସମାଧାନ ପାଇଁ ଉଦ୍ୟମ କରିଥିବା ମାନ୍ୟବର ବିଧାୟକ,ଫୁଲବାଣୀ ଓ ନୂତନ ନିର୍ବାହୀ ଅଧିକାରୀଙ୍କ ପଦକ୍ଷେପ ନେଇଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026

You Might Also Like