-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
06-Jul-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ବାହୁଡ଼ା ଯାତ୍ରା ରେ ବ୍ୟାପକ ବିଭ୍ରାଟ ଦେଖାଯାଇଛି। ସନ୍ଧ୍ୟା ୮.୩୦ ପର୍ଯ୍ୟନ୍ତ ମହାପ୍ରଭୁ ଙ୍କ ପହଣ୍ଡି ବିଜେ ନୀତି ହୋଇ ନ ଥିବା ବେଳେ ଶ୍ରଦ୍ଧାଳୁ ଦର୍ଶନ ନ ପାଇ ନିରାଶ ହୋଇ ଫେରିଥିଲେ। ବାହୁଡା଼ ଯାତ୍ରା ପାଇଁ ସନ୍ଧ୍ୟା ୫ ଟା ବେଳୁ ଶ୍ରଦ୍ଧାଳୁ ମାନେ ଦୂର ଦୁରାନ୍ତରୁ ଆସି ପ୍ରବଳ ଭିଡ ଜମେଇ ଥିଲେ l କିନ୍ତୁ ୮.୩୦ ପର୍ୟ୍ୟନ୍ତ ପହଣ୍ଡି ଦର୍ଶନ ନ ପାଇ ନିରାଶ ହୋଇ ଫେରିଛନ୍ତି। ଯେତେ ଯାହା ସମସ୍ୟା ଉପୁଜିଲେ ବି ପ୍ରଶାସନ ତଥା ଦେବୋତ୍ତର ଅଧିକାରୀ ମାନେ ଏଠି କେବେ କେହି ତତ୍ପର ହେଉ ନାହାନ୍ତି l ସତେ ଯେମିତି ସେଇ କାଳିଆ ହିଁ ସହା ଭରସା l ଏ ନେଇ ସନ୍ଧ୍ୟାରେ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା। ନବମୀ ସଂଧ୍ୟାରେ ମହାପ୍ରଭୁ ଙ୍କ ଉପନ ଭୋଗ ଲାଗି ପାଇଁ ବ୍ରାହ୍ମଣ ସମାଜକୁ ଦାୟିତ୍ଵ ସହ କିଛି ପଇସା ଯୋଗାଇ ଦିଆ ଯାଇଥାଏ କିନ୍ତୁ ଚଳିତ ବର୍ଷ ନା ପଇସା ନା ବ୍ରାହ୍ମଣ ସମାଜକୁ ପଚରା ଉଚୁରା କରାଯାଇଥିଲା। ଏହା ସିଧା ସଳଖ ପ୍ରଭୁ ଙ୍କୁ ଅବମାନନା ସହ ବ୍ରାହ୍ମଣ ଙ୍କୁ ଅସମ୍ମାନ ପ୍ରଦର୍ଶନ ହୋଇଛି ବୋଲି ବ୍ରାହ୍ମଣ ସମାଜ କ୍ଷୋଭ ପ୍ରକାଶ କରିବା ସହ ଦେବୋତ୍ତର ଅଧିକାରୀ ଉତ୍ତର ଦାୟୀ ବୋଲି କହିଥିଲେ l ତେଣୁ ସେ ଆସି ଏଠି ଉତ୍ତର ରଖନ୍ତୁ ବୋଲି ଅଡି ବସିଥିଲେ ପଣ୍ଡା ପରିହରି ଓ ସମାଜ l ପରେ ଦେବୋତ୍ତର ଅଧିକାରୀ ଉପ ଜିଲ୍ଲାପାଳ ଏ ସମସ୍ୟା ର ସମ୍ମୁଖୀନ ପାଈଁ ସାହସ ନ କରି ବରିଷ୍ଟ ପ୍ରଶାସନିକ ଅଧିକାରୀ, ଅତିରିକ୍ତ ତହସିଲଦାର ଏବଂ ପୋଲିସ ବିଭାଗର ଅଧିକାରୀ ଙ୍କୁ ପଠାଇ ଥିଲେ l ସେମାନେ ଆସି ମହାପ୍ରଭୁ ଙ୍କ ଠାରେ କ୍ଷମା ପ୍ରାର୍ଥନା କଲା ପରେ ୮.୩୦ ଟା ପରେ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିବା ଓ ଭକ୍ତ ଙ୍କ ଉତ୍କଣ୍ଠା ଦେଖା ଦେଇଥିଲା।