-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
10-Jun-2025
ବଲାଙ୍ଗୀର(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ପାଇକବାହାଲ ଗ୍ରାମପଞ୍ଚାୟତ ରେ ଦୀର୍ଘଦିନ ହେଲା ଅଚଳାବସ୍ଥା ଦେଖା ଦେଇଛି । ପଞ୍ଚାୟତରେ ଜଣେ ମଦ୍ୟପ ପଞ୍ଚାୟତନିର୍ବାହୀ ଅଧିକାରୀ ଯୋଗଦେବା ଦିନଠାରୁ କାମ କରୁନଥିବାରୁ ପଞ୍ଚାୟତବାସୀ ଅତିଷ୍ଠ ହୋଇପଡିଛନ୍ତି ।
ସେଥିପାଇଁ ପଞ୍ଚାୟତର ସରପଞ୍ଚ ପିଙ୍କି ଶିକା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହସ୍ତଗତ ହୋଇଥିବା ଅଭିଯୋଗରୁ ଜଣାଯାଇଛି ଯେ, ସରକାର ବିଭିନ୍ନ ଯୋଜନାରେ ପଞ୍ଚlୟତମାନଙ୍କୁ ଅନୁଦାନ ଦେଉଛନ୍ତି। ଉନ୍ନୟନ କାମ ପାଇଁ ପଞ୍ଚାୟତରୁ ପ୍ରସ୍ତାବ ପଠାଯାଇ ପ୍ରଶାସନିକ ଅନୁମୋଦନ ହୋଇ ଅନୁଦାନ ଆସୁଛି। କିନ୍ତୁ ଉକ୍ତ ପ୍ରକଲ୍ପଗୁଡିକୁ କାମ କରାଇବାରେ ବ୍ୟାପକ ଅନୀୟମିତତା କରାଯାଉଛି। ସରପଞ୍ଚ ପଦବୀରେ ଥିବା ଜଣେ ମହିଲା ସରପଞ୍ଚଙ୍କ ବିରୋଧ କରୁଥିବା କିଛି ୱାର୍ଡସଭ୍ୟ ପଞ୍ଚାୟତରେ ଉନ୍ନୟନ କାମ କରାଇ ନ ଦେବାକୁ ଚାପପ୍ରୟୋଗ କରୁଛନ୍ତି। ଏପରିକି ଗ୍ରାମପଞ୍ଚାୟତ ବୈଠକରେ ପଞ୍ଚାୟତରେ କୌଣସି ଉନ୍ନୟନ କାମ କରା ନ ଯାଉ ବୋଲି ମଧ୍ୟ ଉକ୍ତ ପିଇଓ କିଛି ୱାର୍ଡସଭ୍ୟଙ୍କ ସହିତ ମିଶି ପ୍ରସ୍ତାବ ପାରିତ କରିଥିବା ଅଭିଯୋଗ ହେଉଛି। ଗ୍ରାମପଞ୍ଚାୟତ ସଭାବହିରେ କଣ ଲେଖାଗଲା ତାହା ସରପଞ୍ଚ ଜାଣିବାର ଅଧିକାର ରହିଛି। କିନ୍ତୁ ପିଇଓ କେତେକ ୱାର୍ଡସଭ୍ୟଙ୍କ ସହିତ ମିଶି ବେଆଇନ ଭାବରେ ପଞ୍ଚାୟତରେ ଉନ୍ନୟନ କାମ ନ କରିବାକୁ ପ୍ରସ୍ତାବ କରିଥିବା ଅଭିଯୋଗ ଉଠିଛି। ଏପରିକି ଖୋଦ ପିଇଓ ନିଜେ ମଧ୍ୟ ଏଭଳି ପ୍ରସ୍ତାବ କରାଯାଇଥିବା ସ୍ୱୀକାର ମଧ୍ୟ କରୁଛନ୍ତି। ପିଇଓ ଦିନତମାମ ମଦନିଶାରେ ମସଗୁଲ ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁନଥିବା ଓ ଜଣେ ପିଅନ ହାତରେ ପଞ୍ଚାୟତ ଚାଲୁଥିବା ଅଭିଯୋଗ ହେଉଛି। ରାଜ୍ୟସରକାର ଗରୀବ ଲୋକଙ୍କୁ ବାସଗୃହ ଯୋଗାଇବାକୁ ଘୋଷଣା କରିଛନ୍ତି। କିନ୍ତୁ ଅବେଦନକାରୀଙ୍କ ଘରକୁ ଯାଇ ପିଇଓ ଯାଞ୍ଚ କରି ରିପୋର୍ଟ ଦେଉନଥିବାରୁ ହିତାଧିକାରୀମାନେ ବଞ୍ଚିତ ମଧ୍ୟ ହେବେ ବୋଲି ଆଶଂକା କରାଯାଇଛି। ଠିକ ସେହିପରି ପୂର୍ବରୁ କାମ ହୋଇଥିବା ପ୍ରକଲ୍ପର ଶ୍ରମିକଙ୍କ ପାଉଣା ତଥା ଅନ୍ୟାନ୍ୟ ବିିଲ ମଧ୍ୟ ସେ କରୁନାହାଁନ୍ତି । ପିଇଓଙ୍କ ଏଭଳି କାର୍ଯ୍ୟାକଳାପକୁ ନେଇ ତରଭା ବିଡିଓ,ଅଧ୍ୟକ୍ଷ ଓ ଜିପିଇଓ ମଧ୍ୟ ଅବଗତ ଥିଲେ ହେଁ ତାଙ୍କ ନିର୍ଦ୍ଦେଶକୁ ମଧ୍ୟ ପିଇଓ ମାୟାଧର ଦାସ ଖାତିର କରୁନଥିବା ଅଭିଯୋଗ ହୋଇଛି। ଶେଷରେ ସରପଞ୍ଚ ଲୋକଙ୍କ ଅଭିଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରି ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ନେଇ ପିଇଓ ମାୟାଧର ଦାସଙ୍କୁ ପଚାରିବାରୁ ବିରୋଧି ୱାର୍ଡସଭ୍ୟମାନେ କାମ ନକରାଇଦେବାକୁ ଚାପ ପ୍ରୟୋଗ କରୁଛନ୍ତି । ଏପରିକି ପଞ୍ଚାୟତ ବୈଠକରେ ଉନ୍ନୟନ କାମ ନକରିବାକୁ ରେଜୁଲେସନ କରାଇଛନ୍ତି ବୋଲି କହିଛନ୍ତି। ସେଥିପାଇଁ ଉନ୍ନୟନ କାମ ହେଉନଥିବା ପିଇଓ ଶ୍ରୀ ଦାସ କହିଛନ୍ତି।