-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||      ଜିଲ୍ଳା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ବନ୍ଦ ଡାକରା ପୁର୍ଣ ସଫଳ    (20-May-2026)       ||     

HOME   ଜିଲ୍ଲା

ପାଇକବାହାଲ ପଞ୍ଚାୟତରେ ଅଚଳାବସ୍ଥା... ମଦ୍ୟପ ପିଇଓଙ୍କ କାର୍ଯ୍ୟାକଳାପରେ ପଞ୍ଚାୟତବାସୀ ଅତିଷ୍ଠ, ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ସରପଞ୍ଚ

10-Jun-2025



ବଲାଙ୍ଗୀର(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ପାଇକବାହାଲ ଗ୍ରାମପଞ୍ଚାୟତ ରେ ଦୀର୍ଘଦିନ ହେଲା ଅଚଳାବସ୍ଥା ଦେଖା ଦେଇଛି । ପଞ୍ଚାୟତରେ ଜଣେ ମଦ୍ୟପ ପଞ୍ଚାୟତନିର୍ବାହୀ ଅଧିକାରୀ ଯୋଗଦେବା ଦିନଠାରୁ କାମ କରୁନଥିବାରୁ ପଞ୍ଚାୟତବାସୀ ଅତିଷ୍ଠ ହୋଇପଡିଛନ୍ତି ।

ସେଥିପାଇଁ ପଞ୍ଚାୟତର ସରପଞ୍ଚ ପିଙ୍କି ଶିକା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହସ୍ତଗତ ହୋଇଥିବା ଅଭିଯୋଗରୁ ଜଣାଯାଇଛି ଯେ, ସରକାର ବିଭିନ୍ନ ଯୋଜନାରେ ପଞ୍ଚlୟତମାନଙ୍କୁ ଅନୁଦାନ ଦେଉଛନ୍ତି। ଉନ୍ନୟନ କାମ ପାଇଁ ପଞ୍ଚାୟତରୁ ପ୍ରସ୍ତାବ ପଠାଯାଇ ପ୍ରଶାସନିକ ଅନୁମୋଦନ ହୋଇ ଅନୁଦାନ ଆସୁଛି। କିନ୍ତୁ ଉକ୍ତ ପ୍ରକଲ୍ପଗୁଡିକୁ କାମ କରାଇବାରେ ବ୍ୟାପକ ଅନୀୟମିତତା କରାଯାଉଛି। ସରପଞ୍ଚ ପଦବୀରେ ଥିବା ଜଣେ ମହିଲା ସରପଞ୍ଚଙ୍କ ବିରୋଧ କରୁଥିବା କିଛି ୱାର୍ଡସଭ୍ୟ ପଞ୍ଚାୟତରେ ଉନ୍ନୟନ କାମ କରାଇ ନ ଦେବାକୁ ଚାପପ୍ରୟୋଗ କରୁଛନ୍ତି। ଏପରିକି ଗ୍ରାମପଞ୍ଚାୟତ ବୈଠକରେ ପଞ୍ଚାୟତରେ କୌଣସି ଉନ୍ନୟନ କାମ କରା ନ ଯାଉ ବୋଲି ମଧ୍ୟ ଉକ୍ତ ପିଇଓ କିଛି ୱାର୍ଡସଭ୍ୟଙ୍କ ସହିତ ମିଶି ପ୍ରସ୍ତାବ ପାରିତ କରିଥିବା ଅଭିଯୋଗ ହେଉଛି। ଗ୍ରାମପଞ୍ଚାୟତ ସଭାବହିରେ କଣ ଲେଖାଗଲା ତାହା ସରପଞ୍ଚ ଜାଣିବାର ଅଧିକାର ରହିଛି। କିନ୍ତୁ ପିଇଓ କେତେକ ୱାର୍ଡସଭ୍ୟଙ୍କ ସହିତ ମିଶି ବେଆଇନ ଭାବରେ ପଞ୍ଚାୟତରେ ଉନ୍ନୟନ କାମ ନ କରିବାକୁ ପ୍ରସ୍ତାବ କରିଥିବା ଅଭିଯୋଗ ଉଠିଛି। ଏପରିକି ଖୋଦ ପିଇଓ ନିଜେ ମଧ୍ୟ ଏଭଳି ପ୍ରସ୍ତାବ କରାଯାଇଥିବା ସ୍ୱୀକାର ମଧ୍ୟ କରୁଛନ୍ତି। ପିଇଓ ଦିନତମାମ ମଦନିଶାରେ ମସଗୁଲ ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁନଥିବା  ଓ ଜଣେ ପିଅନ ହାତରେ ପଞ୍ଚାୟତ ଚାଲୁଥିବା ଅଭିଯୋଗ ହେଉଛି। ରାଜ୍ୟସରକାର ଗରୀବ ଲୋକଙ୍କୁ ବାସଗୃହ ଯୋଗାଇବାକୁ ଘୋଷଣା କରିଛନ୍ତି। କିନ୍ତୁ ଅବେଦନକାରୀଙ୍କ ଘରକୁ ଯାଇ ପିଇଓ ଯାଞ୍ଚ କରି ରିପୋର୍ଟ ଦେଉନଥିବାରୁ ହିତାଧିକାରୀମାନେ ବଞ୍ଚିତ ମଧ୍ୟ ହେବେ ବୋଲି ଆଶଂକା କରାଯାଇଛି। ଠିକ ସେହିପରି ପୂର୍ବରୁ କାମ ହୋଇଥିବା ପ୍ରକଲ୍ପର ଶ୍ରମିକଙ୍କ ପାଉଣା ତଥା ଅନ୍ୟାନ୍ୟ ବିିଲ ମଧ୍ୟ ସେ କରୁନାହାଁନ୍ତି । ପିଇଓଙ୍କ ଏଭଳି କାର୍ଯ୍ୟାକଳାପକୁ ନେଇ ତରଭା ବିଡିଓ,ଅଧ୍ୟକ୍ଷ ଓ ଜିପିଇଓ ମଧ୍ୟ ଅବଗତ ଥିଲେ ହେଁ ତାଙ୍କ ନିର୍ଦ୍ଦେଶକୁ ମଧ୍ୟ ପିଇଓ ମାୟାଧର ଦାସ ଖାତିର କରୁନଥିବା ଅଭିଯୋଗ ହୋଇଛି। ଶେଷରେ ସରପଞ୍ଚ ଲୋକଙ୍କ ଅଭିଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରି ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ନେଇ ପିଇଓ ମାୟାଧର ଦାସଙ୍କୁ ପଚାରିବାରୁ ବିରୋଧି ୱାର୍ଡସଭ୍ୟମାନେ କାମ ନକରାଇଦେବାକୁ ଚାପ ପ୍ରୟୋଗ କରୁଛନ୍ତି । ଏପରିକି ପଞ୍ଚାୟତ ବୈଠକରେ ଉନ୍ନୟନ କାମ ନକରିବାକୁ ରେଜୁଲେସନ କରାଇଛନ୍ତି ବୋଲି କହିଛନ୍ତି। ସେଥିପାଇଁ ଉନ୍ନୟନ କାମ ହେଉନଥିବା ପିଇଓ ଶ୍ରୀ ଦାସ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026
  ରାଜ୍ୟ  
ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   20-May-2026

You Might Also Like