-+91-9937148622 |
prerana_bgr@rediffmail.com |
Saturday 6th June 2026 |
R.N.I. Regd No. ODIODI/2010/46693
Breaking News
10-Jun-2025
ବଲାଙ୍ଗିର(ପ୍ରେରଣା ଖବର): ଇତିମଧ୍ୟରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ନୂତନ ସଭ୍ୟସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ମହାସଭାର ଜିଲ୍ଲା ସଭାପତି ଗୋପବନ୍ଧୁ ପୁରୋହିତଙ୍କ ନେତୃତ୍ୱରେ ଏବଂ ସଭ୍ୟ ବାଳକୃଷ୍ଣ ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଜୋରସୋର ରେ ଚାଲିଛି।ସମାଜର ଅନେକ ସମସ୍ୟାକୁ ନେଇ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିବା ପାଇଁ ସମାଜ ତାର ଆଗାମୀ କାର୍ଯ୍ୟପନ୍ଥା ପ୍ରସ୍ତୁତ କରୁଛି।ବ୍ରାହ୍ମଣ ସମାଜର ସାମଗ୍ରିକ ବିକାଶ ଦିଗରେ ଏହି ମହାସଭା ସବୁବେଳେ କାର୍ଯ୍ୟ କରିବ।ଅବହେଳିତ ଏବଂ ତଳ ସ୍ତରରେ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପ୍ରୟାସ ଜାରି ରହିବ।ସମାଜରେ ହେଉଥିବା ବିବାହ ବିଚ୍ଛେଦ ଗୁଡ଼ିକୁ ସମାଧାନ କରି ସେହି ପରିବାରକୁ ଏକତ୍ରିତ କରାଯାଇ ପାରିବାରିକ ସୁଖ ଶାନ୍ତି ଫେରାଇ ଆଣିବାକୁ ନିରନ୍ତର ପ୍ରୟାସ ଜାରି ରହିବ।ଏଣୁ ବ୍ରାହ୍ମଣ ସମାଜର ପ୍ରତ୍ୟେକ ସଭ୍ୟ ନିଜ ନିଜ ଭିତରେ ଥିବା ମନାନ୍ତର ଏବଂ ମତାନ୍ତରକୁ ଭୁଲି ସମସ୍ତେ ଏକତ୍ରିତ ହୋଇ ସମାଜକୁ ସୁଦୃଢ଼ କରିବା ପାଇଁ ଆବାହକ ବାଳକୃଷ୍ଣ ଷଡ଼ଙ୍ଗୀ ବିନମ୍ର ନିବେଦନ କରିଛନ୍ତି।