-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
07-Jun-2025
ସଂସ୍କାର ଜ୍ୟୋତି କେନ୍ଦ୍ର,ବୁର୍ଲା ତରଫରୁ ଦ୍ବାଦଶ ବାର୍ଷିକି ଉତ୍ସବ 'ସମ୍ଭାବନା -୨୦୨୫' ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନର ପ୍ରଫେସର ଡକ୍ଟର ସଞ୍ଜତ କୁମାର ସାହୁ ଯୋଗଦେଇଥିଲେ। ସେ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ଗବେଷକ ପବିତ୍ର ବାଗ ଏବଂ ଆଲୋକ କେନ୍ଦ୍ରର ପ୍ରତିଷ୍ଠାତା ମନୋଜ ସାହୁ ଉପସ୍ଥିତ ରହି ପିଲାମାନଙ୍କର ସର୍ବାଙ୍ଗୀଣ ଉନ୍ନତି ସକାଶେ ଅନେକ ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମ କରିବା ଦ୍ବାରା ପିଲାମାନେ ଶିକ୍ଷା ପ୍ରତି ଆକୃଷ୍ଟ ହେବେ ବୋଲି ମତପୋଷଣ କରିଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ଏବଂ ଶିକ୍ଷକମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ହରି ଓମ ଭାଇ, ହରିହର ବେହେରା, ସଂସ୍କାର ଜ୍ୟୋତି କେନ୍ଦ୍ରର ପରିଚାଳନା କମିଟିର ସମସ୍ତ ସଦସ୍ଯ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରିଆ ପିକେ ନୃତ୍ୟ, ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ପ୍ରସ୍ତୁତ 'ପହଲଗାମ ଆକ୍ରମଣ' ନାଟକ ଏବଂ ଅନେକ ଗୀତ, ନୃତ୍ଯ କାର୍ଯ୍ଯକ୍ରମ ରଖାଯାଇଥିଲା। ଶେଷରେ ସଂସ୍କାର ଜ୍ୟୋତି କେନ୍ଦ୍ରର ପ୍ରତିଷ୍ଠାତା ସୁକାନ୍ତ ବେହେରା ଧନ୍ଯବାଦ ପ୍ରଦାନ କରିଥିଲେ ।