-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
20-May-2025
(ଡୋଲେଶ୍ୱର ବାଗ)
ଅଭିନବ ଉପାୟରେ ବାଉଁଶ କାରିଗରୀ ଦ୍ଵାରା ନୂଆପଡ଼ା ଜିଲ୍ଳାର ଭୋଗଲିକ ମାନଚିତ୍ର ସୁନ୍ଦର ପ୍ରତିକୃତି ତିଆରି କରିଛନ୍ତି l ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ର ପୋଖତ ବାଉଁଶ କାରିଗର ମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା କୁଲା, ଭୂଗା, ଟୁପା,ପାଛିଆ, ପର୍ଲା, ଝାମ୍ପି, ଚାଙ୍ଗରି, ଭୁର୍କି, ଧୂକ୍ନା, ଖଟ ପିଢା, ଖଲେଇ, ଡଙ୍ଗା ଇତ୍ୟାଦି ନିର୍ମାଣ କରିଛନ୍ତି। ବାଉଁଶ ପାତିଆ ରେ, ବାଁଉଶ ଆଧାର ଉପରେଏହି କଳାକୃତି ନିର୍ମିତ ହୋଇଅଛି ନୂଆପଡ଼ା ଜିଲ୍ଲା ର ଭୌଗଳିକ ଆକୃତି ମଡେଲ୍ ଉପରେ ନିର୍ମିତ ହୋଇଛି l ଏହି କଳାକୃତି କୁ କାରିଗର ମାନେ ଜିଲ୍ଲାପାଳଙ୍କୁ ବୋଡ଼େନ ବ୍ଲକ ର ଲର୍କା ପଞ୍ଚାୟତର ଖୋର୍ଲା ଗ୍ରାମରେ ଅନୁଷ୍ଠିିତ ହୋଇଥିବା ପରିବର୍ଦ୍ଧିତ ଜନ ଶୁଣାଣୀ ଶିବିର ତଥା ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ ପ୍ରଦର୍ଶିତ କରିଥିଲେ । କଲାକୃତ ଦେଖିବାକୁ ଅତି ସୁନ୍ଦର ଦିଶୁଥିବା ଏହି ବାଉଁଶ କାରିଗରୀକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଖୁବ୍ ପ୍ରସଂଶା କରି ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଛନ୍ତି l ସେମାନଙ୍କୁ ଆବଶ୍ୟକ ସୁଯୋଗ ତଥା ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l