-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
19-Apr-2025
ସୋନପୁର(ପ୍ରେରଣା ଖବର): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋନପୁରରେ ଆଜି ବିପୁଳ ସ୍ବାଗତ ସମ୍ଧର୍ଦ୍ଧନା କରାଯାଇଛି । ସୋନପୁର ସହରର ପ୍ରୋଗ୍ରେସ ଇନ୍ ହୋଟେଲ ସାମନାରେ ସୁବର୍ଣ୍ଣପୁର ଜିଲ୍ଲା ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ସୋନପୁର ର ଟାଣୁଆ ନେତା ବଳଦେବ ବେଦବାକଙ୍କ ନେତୃତ୍ବରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବଲଙ୍ଗିରରେ କେନ୍ଦ୍ରୟ ବିଦ୍ୟାଳୟର ଭିତ୍ତପସ୍ତର ସ୍ଥପନ କାର୍ଯ୍ୟକ୍ରମ ସାରି ଆଜି ସନ୍ଧ୍ୟାରେ ସୋନପୁର ସଗ୍ତ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କସୁବର୍ଣ୍ଣପୁରଙ୍କୁ ସୁବର୍ଣ୍ଣପବୁର କେନ୍ଦ୍ରୟୀ ବିଦ୍ୟାଳୟ ବିଲାଟିକା-1 ଏବଂ ବାଲବାଟିକ-2 ଖୋଲିବା ପାଇଁ ବୃଦ୍ଧିଜିବୀ ସୁରେଶ ପାତ୍ରଙ୍କ ନେତୃତ୍ବରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଅନେକ ବିଜେପି କର୍ମୀ ଏବଂ ବୁଦ୍ଧୀଜୀବି ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତମାନେ ପୁଷ୍ୟମାଲ୍ୟ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ କରିଥିଲେ ।ଏହି ସ୍ବାଗତ କାର୍ଯ୍ୟକ୍ରମରେ ସୋନପୁର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷା ଦମୟନ୍ତି ବାରିକ ,ଶ୍ରଦ୍ଧାଞ୍ଜଳୀ ମିଶ୍ର, ଭକ୍ତଚରନ ଖୁରା,କେଦାର ଦାସ, ବେନିମାଧବ ବେଡ଼ବାକ୍, ଜତେନ୍ଦ୍ରିୟ ମହାପତ୍ର,ପ୍ରଣବନ୍ଧୁ ଦାସ(ବାପି),ସଞ୍ଜିବ ବେଦବାକ,କେଶବ ସାହୁ,ଛବି ମେହେର ପ୍ରମୁଖ ଯୋଗଦେଇଥିଲେ ।