-+91-9937148622 |

prerana_bgr@rediffmail.com |

  Wednesday 4th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   (04-Nov-2026)       ||      ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   (04-Nov-2026)       ||      ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ    (03-Nov-2026)       ||      ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା    (03-Nov-2026)       ||      ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   (03-Nov-2026)       ||      ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      ଡାବୁଗାଁ ବ୍ଲକ୍ ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ ହେଲେ ରାଜେନ୍ଦ୍ର ବିଷୟୀ   (03-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (03-Nov-2026)       ||      ଗାଏବ ହୋଇଗଲା ଜିସି କଲେଜ ପରିଚାଳନା କମିଟି ପୁସ୍ତକ,,,,, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କର୍ମଚାରୀଙ୍କ ଅହୋରାତ୍ର ଧାରଣା   (03-Nov-2026)       ||      କଣ୍ଟାମାଳରେ ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ   (03-Nov-2026)       ||      ‘ବିକଶିତ ଭାରତ-୨୦୪୭’ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର♦️ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ   (03-Nov-2026)       ||      ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   (02-Nov-2026)       ||      ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   (02-Nov-2026)       ||      ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ    (02-Nov-2026)       ||      ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   (02-Nov-2026)       ||      ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   (02-Nov-2026)       ||      ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   (02-Nov-2026)       ||      ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   (02-Nov-2026)       ||     

HOME   ଜିଲ୍ଲା

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶିପାଲିରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

17-Feb-2025



ବରଗଡ଼/ଭଟଲି(ପ୍ରେରଣା ଖବର): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କାଶିପାଲିର  ବହୁ ପ୍ରତୀକ୍ଷିତ ବାର୍ଷିକ ଉତ୍ସବ ପାଳନ  ଗତ ଫେବୃଆରୀ ୧୬, ୨୦୨୫ରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ , ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
 ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପବିତ୍ର ମହାପାତ୍ରଙ୍କ ଦ୍ୱାରା ଆନୁଷ୍ଠାନିକ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଆରମ୍ଭ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଦାମ ସେଟ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।ଏଥିରେ ମୁଖ୍ୟବକ୍ତା ଭାବେ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ କିଶୋର କୁମାର ହୋତା ଯୋଗ ଦେଇଥିଲେ। ତାଙ୍କ ବକ୍ତବ୍ୟରେ "ଶିକ୍ଷା ହେଉଛି ଭବିଷ୍ୟତ ଗଠନର ଚାବିକାଠି, ଏବଂ  କାଶିପାଲିର ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହ ଭିତରେ ଏବଂ ବାହାରେ ଉତ୍କର୍ଷ ହାସଲ କରିବା ପାଇଁ ସର୍ବଦା ଚେଷ୍ଟିତ ହେବା ଆବଶ୍ୟକ," ବୋଲି ସେ ମନ୍ତବ୍ୟ ଦେଇଥିଲେ। ସମ୍ମାନୀତ ଅତିଥି  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ ବଢେଇ ତାଙ୍କ ଅଭିଭାଷଣରେ ପିଲାମାନଙ୍କୁ ବାହାର ଦୁନିଆଁ ସହିତ ଯୋଡ଼ି ହୋଇ ନିଜକୁ ଏକ ଭଲ ମଣିଷ ରୂପେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗ୍ରାମର ଗୌନ୍ତିଆଣି ଶ୍ରୀମତୀ ବିଦୁମୁଖି ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନରସିଂହ ଚରଣ ସାହୁ, ଗ୍ରାମ୍ୟ ଶାନ୍ତି କମିଟି ସମ୍ପାଦକ ଶ୍ରୀଯୁକ୍ତ ବିଦ୍ୟାଧର ମହାପାତ୍ର, ସ୍କୁଲର ପୂର୍ବତନ ଚେୟାରମେନ ଶ୍ରୀଯୁକ୍ତ ମାନଭଞ୍ଜନ ପଧାନ ମଞ୍ଚାସୀନ ଥିଲେ । 

ଉଦଯାପନି ଉତ୍ସବରେ ମୂଖ୍ୟଅତିଥି ଭାବେ ଭଟଲି ବିଧାୟକଙ୍କ ମାତା ତଥା ବିଶିଷ୍ଟ ସମାଜସେବିକା ଶ୍ରୀମତି ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ଯୋଗ ଦେଇ ତାଙ୍କ ଅଭିଭାଷଣରେ, " ସ୍କୁଲର ସ୍ଥିର ଶିକ୍ଷାଗତ ଉତ୍କର୍ଷତା ଏବଂ ସାମଗ୍ରିକ ବିକାଶରେ ପ୍ରୟାସ ପାଇଁ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ନାରଙ୍ଗପୁର କ୍ଲଷ୍ଟର ସିଆର୍ ସିସି ଶ୍ରୀଯୁକ୍ତ ଗୁପ୍ତଚନ୍ଦ୍ର ରାୟ, ଝାଙ୍କରପାଲି କ୍ଲଷ୍ଟର ସିଆର୍ ସିସି ସାନନ୍ଦ ସାହୁ, ଭଟଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ଯୋଗେଶ୍ୱର ପଧାନ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାଳପାଲି ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଭୁଏ ମଞ୍ଚାସୀନ ଥିଲେ।

ଉତ୍ସବର ପ୍ରମୁଖ ଆକର୍ଷଣଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ପନ୍ଦନଶୀଳ ସାଂସ୍କୃତିକ ପ୍ରଦର୍ଶନ ଅନ୍ତର୍ଭୁକ୍ତ ଥିଲା, ଯାହା ପାରମ୍ପରିକ ନୃତ୍ୟଠାରୁ ଆରମ୍ଭ କରି ଆଧୁନିକ ସମ୍ୱଲପୁରୀ ଗୀତ ପର୍ଯ୍ୟନ୍ତ ଥିଲା ଯାହା ସେମାନଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରଦର୍ଶନ କରିଥିଲା। ସ୍ଥାନୀୟ ସଂସ୍କୃତି ଏବଂ ପରମ୍ପରାକୁ ପାଳନ କରି ଲୋକ ସଙ୍ଗୀତ ଉପରେ ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା।

ଏହି କାର୍ଯ୍ୟକ୍ରମରେ ପୁରସ୍କାର ବଣ୍ଟନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ସମାପ୍ତିସୂଚକ ଆକଳନ - ୧ , କ୍ରୀଡା, ନାଚ ଗୀତ ଏବଂ ସହପାଠ୍ୟକ୍ରମ  କାର୍ଯ୍ୟକଳାପରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା।  ବିଭିନ୍ନ ପ୍ରତିଯୋଗିତାକୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କହେନମୁଣ୍ଡା ର ପ୍ରଧାନଶିକ୍ଷକ ଜଳଧର ଲୁହା, ସାନ-ଅମଲିପାଲି  ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁନୀଲ ଦାଶ  ଏବଂ ଜୟପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମୀରା ବଘେଲ ପରିଚାଳନା କରିଥିଲେ । ତତ୍ପରେ ପଞ୍ଚସଖା ଶିକ୍ଷାସେତୁ ଯୋଜନାରେ ଯଥାକ୍ରମେ ପଚାଶ ହଜାର ଓ ତିରିଶ ହଜାର ଆର୍ଥିକ ସହାୟତା ଦେଇଥିବା ଗ୍ରାମ୍ୟ ଶାନ୍ତି କମିଟି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କୁ ମାନପତ୍ର  ଦ୍ଵାରା ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୁନ୍ଦର ଓ ଆକର୍ଷଣୀୟ କରିବାରେ ବିଦ୍ୟାଳୟର ଶିକ୍ଷକ ନେହେରୁ ପାଇକ, ଗୋବିନ୍ଦ ବାଗ, ଦେବ ପ୍ରସାଦ ବାଗ, ଶିକ୍ଷୟିତ୍ରୀ ସୁନୀତା ମହାପାତ୍ର ସହଯୋଗ କରିଥଲେ। ସମସ୍ତ କାର୍ଯ୍ୟକ୍ରମରେ ଅଡଗାଁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ରାଜ୍ୟପାଳ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଧାନ ଧନ୍ୟବାଦ୍ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   04-Nov-2026
  ଜିଲ୍ଲା  
ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   04-Nov-2026
  ଜିଲ୍ଲା  
ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ   03-Nov-2026
  ଜିଲ୍ଲା  
ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା   03-Nov-2026
  ଜିଲ୍ଲା  
ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   03-Nov-2026
  ରାଜ୍ୟ  
ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ   03-Nov-2026
  ଜିଲ୍ଲା  
*ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   03-Nov-2026
  ଜିଲ୍ଲା  
*ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   03-Nov-2026
  ଜିଲ୍ଲା  
ଡାବୁଗାଁ ବ୍ଲକ୍ ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ ହେଲେ ରାଜେନ୍ଦ୍ର ବିଷୟୀ   03-Nov-2026
  ଜିଲ୍ଲା  
ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   03-Nov-2026
  ଜିଲ୍ଲା  
ଗାଏବ ହୋଇଗଲା ଜିସି କଲେଜ ପରିଚାଳନା କମିଟି ପୁସ୍ତକ,,,,, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କର୍ମଚାରୀଙ୍କ ଅହୋରାତ୍ର ଧାରଣା   03-Nov-2026
  ଜିଲ୍ଲା  
କଣ୍ଟାମାଳରେ ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ   03-Nov-2026

You Might Also Like