-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
29-Jan-2025
ବଲାଙ୍ଗୀର:-ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଲି ଗ୍ରାମରେ ହନୁମାନ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାନେଇ କପିଳେଶ୍ୱର ଶିବ ମନ୍ଦିର ମଣ୍ଡପ (କଣ୍ଟାପାଲି) ଠାରେ ଏକ ଜରୁରକାଳୀନ ପ୍ରସ୍ତୁତି ବୈଠକ କମିଟିର ଆବାହକ ସାଧୁରାମ ଦେହେରି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଷ୍ଠା ଉତ୍ସବ ଆସନ୍ତା ଏପ୍ରିଲ ୭ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଅନୁଷ୍ଠିତ ହେବା ପାଇଁ ବୈଠକରେ ସ୍ଥିର କରାଯାଇଛି।ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ କଂସ ଦରବାର ସହ ବିଭିନ୍ନ ଜିଲ୍ଲା ର ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଇଛି।କଂସ ଦରବାର ପାଇଁ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଠେଲକୋମୁଣ୍ଡା ଗ୍ରାମର ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କୁ କଂସ ଭାବରେ ବରଣ କରାଯାଇଛି।ହନୁମାନ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୁବକ ଗୋଷ୍ଟି,ସାମାଜିକ କର୍ମୀ,ସାମ୍ବାଦିକ ଏକାଠି ହୋଇ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ଏଥିରେ କୁଟାସିଂହା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଡିଗ୍ରୀ ମେହେର,ସନ୍ତୋଷ ବିଶି,ଗଦିରାମ ବେହେରା,ଦାମୋଦର ପଧାନ,ପ୍ରଦୀପ ପାତ୍ର,ମିଳନ ସରାଫ,ସଚିନ ସାହୁ,ରବିଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତଥିଲେ।ଶେଷରେ ପୂଜକ ଯୁଧିଷ୍ଠିର ଦେହେରି ଉପସ୍ଥିତ ସମସ୍ତ ସଭ୍ୟ/ସଭ୍ୟା ଙ୍କୁ ଧନ୍ୟବାଦ ଦେଇଥିଲେ।