-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
10-Jan-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି):ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିପାଇଁ ବରୀ ବ୍ଲକ ଅଧିନସ୍ଥ ରତ୍ନଗିରି ବୌଦ୍ଧପୀଠ ଚଳଚଞ୍ଚଳ ହୋଇପଡିଛି। ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଅଧିକାରୀ ମାନେ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ଵାଗତ କରିବା ନିମନ୍ତେ କୌଣସି ପ୍ରକାର ତ୍ରୁଟି ଯେଭଳି ନ ଘଟେ ସେଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ସଚେତନ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବାର ବ୍ଲକ ଭାରପ୍ରାପ୍ତ ବିଡିଓ ମହେଶ୍ୱର ସେଠି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ବିଶେଷ କରି ରତ୍ନଗିରି ବୌଦ୍ଧ ପୀଠ ପରିସର ଓ ସ୍ଥାନୀୟ ଅଞ୍ଚଳକୁ ସଫା ସୁତୁରା, ଅଲୋକିକରଣ ସହିତ ପ୍ରବାସୀ ଭାରତୀୟ ମାନଙ୍କ ଆଗମନ କୁ ସୁରକ୍ଷା ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ଦେଖିବାକୁ ମିଳିଛି। ବିଶେଷକରି ପ୍ରବାସୀ ଭାରତୀୟ ମାନେ ଆସିବା ଘଟଣା ପ୍ରଚାରିତ ହେବା ଯୋଗୁଁ ବରୀ ଅଞ୍ଚଳର ଲୋକମାନେ ସେମାନଙ୍କୁ ଦେଖିବା ନିମନ୍ତେ ରତ୍ନଗିରି ବୌଦ୍ଧ ପୀଠରେ ପହଞ୍ଚି ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଛି।ଏତଦ୍ବ୍ୟତୀତ ବରୀ ଅଂଚଳରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ,ଯୁବ ସମାଜସେବୀ ତଥା ଦଳଗତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ମାନେ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ ତୋରଣ ଲଗାଇଥିବାର ଦେଖିବାକୁ ମିଳିଛି। ଆସନ୍ତା କାଲି ପ୍ରବାସୀ ଭାରତୀୟ ମାନେ ବୌଦ୍ଧ ପୀଠକୁ ପରିଦର୍ଶନରେ ଆସିବା ନେଇ ସୂଚନା ମିଳି ଥିବାରୁ ପ୍ରଶାସନ ଅଧିକ ତପ୍ତର ହୋଇ ଉଠିଛି।