-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
21-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ଯୁବ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାରକ ଭାବେ ଜଳନ୍ଧର ପଧାନ, ସୁଲଳିତ ପାତ୍ର, ରବି ଶଙ୍କର ବେହେରା, ଅମୁଲ୍ୟ ଭୋଇ ଥିଲେ ଓ ବ୍ଲକ ଚେୟାରମ୍ୟାନ ଶ୍ରୀ କୀର୍ତ୍ତି ଚନ୍ଦ୍ର ଦୁଆନ ଅଧ୍ୟକ୍ଷତା କରିଥିବା ବେଳେ ବି ଏସ ଏସ ଓ ଟିକେଶ୍ୱର ପଟେଲ ଶିବିର ପରିଚାଳନା କରି ଥିଲେ। ଏହି ଶିବିର ଓଡିଶା ସରକାର ଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ କରାଯାଇଅଛି। ଏଥିରେ ଅନେକ ପ୍ରତିଯୋଗୀ ନୃତ୍ୟ, ସଙ୍ଗୀତ ଓ ଚିତ୍ରାଙ୍କନ ରେ ଭାଗ ନେଇଥିଲେ। ପ୍ରତ୍ୟେକ ପ୍ରତିଯୋଗୀ ୧୫ ବର୍ଷ ବୟସ ରୁ ୨୯ ବର୍ଷ ପର୍ଯ୍ୟନ୍ତ ଭାଗ ନେଇ ପାରିବେ ବୋଲି ସରକାର ଙ୍କ ନିର୍ଦେଶ ରହିଅଛି। ପ୍ରତିଯୋଗୀ ମାନେ ବ୍ଲକ ସ୍ତରରୁ ଚୟନ ହେଲା ପରେ ଜିଲ୍ଲା ସ୍ତର କୁ ଯିବେ ଓ ପରେ ରାଜ୍ୟ ସ୍ତର କୁ ଯିବାର ବ୍ୟବସ୍ଥା ରହିଛି। ଅମ୍ବାଭୋନା ବ୍ଲକ ରୁ ସଙ୍ଗୀତ ରେ ସାଲ୍ହେପାଲି ଗ୍ରାମର ଜାଗୃତି ସୁନା, ନୃତ୍ୟ ରେ ଭୁକ୍ତା ଗ୍ରାମ ର ପ୍ରଜ୍ଞ୍ୟାରାଣୀ ବିସର ଓ ଚିତ୍ରାଙ୍କନ ରେ ବେନିଆପାଲି ଗ୍ରାମର କଲ୍ୟାଣୀ ଦେହେରୀ ଙ୍କୁ ବିଚାରକ ମଣ୍ଡଳୀ ଚୟନ କରି ଜିଲ୍ଲା ସ୍ତର କୁ ପଠାଇଛନ୍ତି।