-+91-9937148622 |
prerana_bgr@rediffmail.com |
Thursday 21st May 2026 |
R.N.I. Regd No. ODIODI/2010/46693
Breaking News
06-Dec-2024
ବୌଦ୍ଧ: ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ତପସ୍ଵିନୀ ପରିବାର ତରଫରୁ "ରାଷ୍ଟ୍ର ଗଠନରେ ନାରୀର ଭୂମିକା " ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଗାୟତ୍ରୀ ପରିବାର ର ବରିଷ୍ଠ ସଦସ୍ୟା ଶ୍ରୀମତୀ ରୁକ୍ମିଣୀ ରାଜୁ, ପ୍ରଜାପତି ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ର ସଞ୍ଚାଳିକା ବ୍ରହ୍ମା କୁମାରୀ ସ୍ମିତା ଭଉଣୀ, ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ବକ୍ତା ଭାବେ ଯୋଗଦେଇ ରାଷ୍ଟ୍ର ଗଠନରେ ନାରୀର ଭୂମିକା ଶୀର୍ଷକ ଉପରେ ଆଲୋଚନା କରି ସମାଜକୁ ଏକ ନୂତନ ଦିଗ୍ ଦର୍ଶନ ଦେଇଥିଲେ। ନାରୀ ନିଜକୁ ପରିବର୍ତ୍ତନ କରି ନିଜ ପରିବାର କୁ ,ରାଷ୍ଟ୍ରକୁ ସକାରାତ୍ମକ ଦିଗରେ ଏକ ସୁସ୍ଥ ସମାଜ,ସମୃଦ୍ଧ ସମାଜ,ଏବଂ ସନ୍ତୁଳନ ସମାଜ ଗଠନ କରିବାରେ ସମର୍ଥ ହୋଇପାରିବା।ସଂଯୋଜିକା ଶ୍ରୀମତୀ ଗୀତା ରାଣୀ ରାୟ ଚୌଧୁରୀ ଆଲୋଚନା ଚକ୍ରରେ ସଭାପତିତ୍ଵ କରିଥିଲାବେଳେ ସହସଂଯୋଜିକା ଶ୍ରୀମତୀ ସରିତା ମେହେର ଅତିଥି ପରିଚୟ କରିବା ସହ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ବରିଷ୍ଠ ସଦସ୍ୟା ଶ୍ରୀମତୀ ପ୍ରଣତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ପୁଷ୍ପାଞ୍ଜଳି ସାହୁ, ଆଶାରାଣୀ ମହାନ୍ତି, ସନ୍ତୋଷିନି ରାଉତ,ବବିତା ପ୍ରଧାନ, ନିନିତା ଦଳବେହେରା,ଲକ୍ଷ୍ମୀ ସାବତ, ଦିପ୍ତିରାଣୀ ଷଡଙ୍ଗୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।