-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
31-Oct-2024
ବଲାଙ୍ଗୀର (ପ୍ରେରଣା ଖବର): ଅକ୍ଟୋବର ମାସ ପୁଣ୍ୟ ପବିତ୍ର ଶ୍ୟାମାକାଳୀ ପୂଜା ତଥା ଦୀପାବଳୀ ଉତ୍ସବ ପାଳନ ଅବସରରେ ଆମ ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ବଲାଙ୍ଗୀର ପକ୍ଷରୁ ମହାନ୍ ଯୋଗୀ ପ୍ରେମୀ ଯୋଗନିଷ୍ଠ ଆନନ୍ଦ ଚନ୍ଦ୍ର ବେହେରାଙ୍କ ସୁପୁତ୍ରଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ସୂର୍ଯ୍ୟ ପ୍ରକାଶ ସେଠୀଙ୍କ ସୁପୁତ୍ର ଆଶୀର୍ବଚନ ନିମନ୍ତେ ସୂର୍ଯ୍ୟ ନଗର ସ୍ଥିତ ଅନାଥlଶ୍ରମରେ, ଅସହାୟ ଦୁର୍ବଳ ନିଃସହାୟ ନିରୁପାୟ ମାନଙ୍କୁ କିଛି ଭୋଜନ ବ୍ୟବସ୍ଥା କରିବା ସହିତ, ସେମାନଙ୍କ ନିରୋଗ ଓ ସୁସ୍ଥ କାମନା କରି, କିଛି ମଧୁର ଆଳାପ ଆଲୋଚନା ହୋଇ, ନିଜକୁ ଧନ୍ୟ ମନେ କରିଛନ୍ତି । ଏହି ନାରାୟଣ ସେବାରେ ଯେଉଁମାନେ ନିଜକୁ ସମ୍ପୂର୍ଣ୍ଣ ଜଡ଼ିତ ରଖିଥିଲେ ସେହି ସମାଜସେବୀ, ବୁଦ୍ଧିଜୀବୀ ହେଲେ ବିଶିଷ୍ଟ ଗୁଣିଜ୍ଞାନୀ ବ୍ୟକ୍ତି ପ୍ରକାଶ କୁମାର ଦାସ, ସୁଶାନ୍ତ କୁମାର ପଣ୍ଡା, ଇଂ. ସୌମ୍ୟରଂଜନ ମେହେର, ଦୟାନିଧି ବାଗ, ସୁବ୍ରତ ପଟେଲ, ଶୁର୍ଚ୍ଚନ ପୁଟେଲ, ଟଙ୍କଧର ମହାକୁର , ଚୌବ ବର୍ଗ ବରାଳ, ୟାମୁଦ ମହମ୍ମଦ, ଯଶୋବନ୍ତ ରାଉତ, ଅନ୍ତର୍ଯ୍ୟାମୀ ଦାସ, ସୀତାରାମ ଦାସ, ବିରଞ୍ଚି ଗହୀର ଓ ତାଙ୍କ ସହଯୋଗୀ ସହଦେଵ ଧରୁଆ, ତତ୍ ସହିତ ଭଉଣୀମାନେ ହେଲେ ଶ୍ରୀମତୀ ସୁଦେଶ୍ନା ରାଉତ, ଶ୍ରୀମତୀ ସଙ୍ଗୀତା ପଟେଲ୍, ଶ୍ରୀମତୀ ମାନିନୀ ମେହେର, ଶ୍ରୀମତୀ ସ୍ୱାଗତିକା ବରାଳ, ରୋଜିନା ବେଗମ୍, ସୁଶ୍ରୀ ସ୍ନେହାରିକା ସାଏ ଓ ସୁଶ୍ରୀ ସୋମା ମେହେର ତଥା ଆମ ଅନ୍ୟ ସମାଜସେବୀ ଯୋଗୀ ଭାଇ ଭଉଣୀମାନେ ସହଯୋଗ କରିଥିଲେ ।