-+91-9937148622 |
prerana_bgr@rediffmail.com |
Sunday 13th October 2024 |
R.N.I. Regd No. ODIODI/2010/46693
Breaking News
16-Sep-2024
ପାଟପୁର ଥାନା ତପ୍ତପାଣି ମା କନ୍ଧୁଣି ଦେବୀଙ୍କ ମନ୍ଧିର ନିକଟରେ ସୋମବାର ସକାଳୁ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଛି ଯାତ୍ରୀବାହି ବସ୍। ଧକ୍କା ଦେବା ଫଳରେ ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ l ସୂଚନା ମୁତାବକ ସୋମବାର ଭୋରୁ ଗଜପତି ଜିଲ୍ଲା ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା "ପଦ୍ମାଳୟା" ନାମକ ଏକ ଯାତ୍ରୀବାହି ବସ୍ କନ୍ଧୁଣୀ ଦେବିଙ୍କ ମନ୍ଦିର ନିକଟରେ ଗାଡି ଚାଳକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛ କୁ ଧକ୍କା ଦେଇଥିଲା। କିନ୍ତୁ ବସ୍ ରେ ବସିଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣାର ସମ୍ମୁଖୀନ ବସ୍ ର ଯାତ୍ରୀମାନେ ଅନ୍ୟ ବସ୍ ରେ ଗମନ କରିଛନ୍ତି ଓ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।