-+91-9937148622 |
prerana_bgr@rediffmail.com |
Tuesday 18th March 2025 |
R.N.I. Regd No. ODIODI/2010/46693
Breaking News
24-Jun-2024
ତୁଷୁରା (ପଞ୍ଚାନନ ନାଏକ ): ନିଷାନ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ପାଞ୍ଚଟା ସମୟରେ ଆଭାସୀ ମାଧ୍ଯମରେ ଦେଶପ୍ରେମ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ଶ୍ରୀ ଶ୍ଯାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଶ୍ରୀ ତୁଳସୀ ଜୈନ ଯୋଗଦେଇ ରାଷ୍ଟ୍ର ସର୍ବୋପରି, ରାଷ୍ଟ୍ର ର ଉର୍ଦ୍ଧ୍ଵରେ କେହି ନାହିଁ ଏବଂ ରାଷ୍ଟ୍ର ର ପ୍ରଗତିରେ ସମସ୍ତଙ୍କର ପ୍ରଗତି ନିର୍ଭର କରେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ସିରଜିନା ର ସଂପାଦକ ଶ୍ରୀ ରାଜେନ୍ଦ୍ର ମହାନ୍ତି ଯୋଗଦେଇ ସମସ୍ତଙ୍କୁ ରାଷ୍ଟ୍ରବାଦୀ କବି ହୋଇ ଦେଶରେ ନବ ଜାଗରଣ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ବିଶିଷ୍ଟ ଯୁବକବି,ସଂଗଠକ ତଥା କଳା ଦହନାର ସଂପାଦକ ଶ୍ରୀ ଦିନେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦେଶଭକ୍ତି କବିତା ରଚନା କରି ଦେଶବାସୀଙ୍କ ମନରେ ଦେଶପ୍ରେମ ଜାଗରଣ କରିବାକୁ ଉପସ୍ଥିତ କବିକୁଳଙ୍କୁ ଆହ୍ବାନ ଦେଇଥିଲେ। ନିଷାନ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୋମନାଥ ମିଶ୍ର ଓ ଗୋପିକୃଷ୍ଣ ପାଣ୍ଡିଆ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ନିଜସ୍ଵ ମତ ପୋଷଣ କରିଥିଲେ। ସଭାରେ ଯୋଗଦେଇଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ, ମୁଖ୍ୟବକ୍ତା ଶ୍ରୀ ମହାନ୍ତି ଓ ସମ୍ମାନିତ ଅତିଥି ଶ୍ରୀ ଭୋଇ ଭାଷା ସାହିତ୍ୟ ର ପ୍ରଗତିରେ ନିଷାନ୍ ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ। ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ତୃପ୍ତିମୟୀ ତ୍ରିପାଠୀ ଆବାହନି ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ ବରିଷ୍ଠ କବି ଆଶୁତୋଷ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା ଓ ରୋଶନ ସାହୁଙ୍କ ସୁନ୍ଦର ସଂଯୋଜନା ରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ କବୟିତ୍ରୀ ସାବିତ୍ରୀ ସାହୁ,ଜ୍ଯୋତିରାଣୀ ମିଶ୍ର, କସ୍ତୁରୀ ରଥ,ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ତୃପ୍ତିମୟୀ ତ୍ରିପାଠୀ, ହିରାବତୀ ସାହୁ, ପଦ୍ମାବତୀ ଆଚାର୍ଯ୍ୟ, ଆହ୍ଲାଦିନି ପାଣିଗ୍ରାହୀ ଦାଶ, କବିତା ମିଶ୍ର, ନିରୂପମା ମିଶ୍ର, ରଶ୍ମି ପାତ୍ର, କବି କୁଞ୍ଜବିହାରୀ ଷାଣ୍ଢ, ସହଦେବ ମେହେର, ସନ୍ତୋଷ ବେହେରା,ରାଜୀବ କୁମାର ପଟେଲ, ନାଭିଦତ୍ୟ ଦିଗାଲ୍, ପ୍ରସନ୍ନ ହୋତା, ଚାମ୍ପିଅନ ଦାନି, ସରୋଜ ଆଚାର୍ଯ୍ୟ, ଶୁଭେନ୍ଦୁ ସାଣ୍ଡ, ଚନ୍ଦ୍ରଭାନୁ ବେହେରା, ଖଗେଶ୍ବର ବାଗ,ସତ୍ୟ ନାରାୟଣ ମିଶ୍ର, ସନ୍ତୋଷ କୁମାର ବେହେରା, ସତ୍ୟଭାନୁ ସାହୁ, ବୈରାଗୀ ସାହୁ,ରାଜେନ୍ଦ୍ର ମହାନ୍ତି, ଦିନେଶ ଭୋଇ, ଆଶୁକବି ହେମନ୍ତ ଦାଶ, ଶ୍ୟାମ ସୁନ୍ଦର ପ୍ରଧାନ, ସୋମନାଥ ମିଶ୍ର, ଗୋପିକୃଷ୍ଣ ପାଣ୍ଡିଆ ଓ କୃଷ୍ଣେନ୍ଦୁ ହୋତା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଏହି ଆସରରେ ପଶ୍ଚିମାଞ୍ଚଳ ର ଶତାଧିକ କବି, କବୟିତ୍ରୀ ଯୋଗ ଦେଇଥିଲେ।