-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ଜିଲ୍ଲା

ବାସନ୍ଦ ଭୟରେ ୧୦ ଘଣ୍ଟା ଧରି ହସ୍ପିଟାଲରେ ପଡି ରହିଲା ଶବ, ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁରେ ପୁରାଇ ଦେଲେନି ଗ୍ରାମବାସୀ; ଶବକୁ ଉଦ୍ଧାର କରି ଶେଷକୃତ୍ୟ ସମ୍ପନ୍ନ କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ

15-Jun-2024



ବଲାଙ୍ଗିର (ଚିତ୍ରସେନ ବେହେରା ): ଏକବିଂଶ ଶତାବ୍ଦୀର ଆଜିକାର ଇଣ୍ଟରନେଟ ଯୁଗରେ ବି ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହୁଛି। ବିଶେଷ କରି ଗ୍ରାମାଞ୍ଚଳରେ ଲୋକେ ଆଜିବି ଅନ୍ଧବିଶ୍ୱାସ ଏବଂ କୁସଂସ୍କାରର ବଶବର୍ତ୍ତୀ ହୋଇ ରହୁଛନ୍ତି। ଯାହାକି ଏକ ବିଡମ୍ବନାର ବିଷୟ ଅଟେ। ଏନେଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ବିଭିନ୍ନ ସମୟରେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ପ୍ରୟାସ କରୁଥିବା ବେଳେ ଜିଲ୍ଲା ପ୍ରଶାସନକୁ ମଧ୍ୟ ବାରମ୍ବାର ଅନୁରୋଧ କରିଆସୁଛି। ହେଲେ ପ୍ରଶାସନିକ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଅଭାବରୁ ଆଜିବି ସମାଜରେ ଏହିଭଳି କୁସଂସ୍କାର ବ୍ୟାପିବା ଦ୍ୱାରା ଅନେକ ପରିବାର ଶୋଷିତ ପୀଡିତ ହୋଇ ଜୀବନ କାଟୁଛନ୍ତି।

ଆଜି ଏହିଭଳି ଏକ ଦୁଃଖଦ ଘଟଣାର ଖବର ପହଞ୍ଚିଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ନିକଟରେ। ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମ ବାସିନ୍ଦା ୪୧ ବର୍ଷୀୟ ଉପେନ୍ଦ୍ର ବଗର୍ତ୍ତି ଅନ୍ୟ ଜାତିର ଜଣେ ଝିଅକୁ ବାହା ହୋଇ ସମ୍ବଲପୁରରେ ବସବାସ କରୁଥିଲେ। ରାଜମିସ୍ତ୍ରୀ ଭାବରେ କାମ କରି ସ୍ତ୍ରୀ ପୁଅ ଝିଅ ସହ ତାଙ୍କର ସଂସାର ଚାଲିଥିଲା। ହଠାତ ଶରୀର ଅସୁସ୍ଥ ହେବାରୁ ତାଙ୍କର ସ୍ତ୍ରୀ ପ୍ରଥମେ ସମ୍ବଲପୁର ଏବଂ ପରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଗତ ରାତି ପ୍ରାୟ ୨ଟା ସମୟରେ ଉପେନ୍ଦ୍ରଙ୍କ ମୃତ୍ୟବରଣ ଘଟି ଯାଇଥିଲା। ଏକାକୀ ସ୍ୱାମୀଙ୍କ ଶବକୁ ନେଇ ସଂସ୍କାର କରିବା ପାଇଁ ନିଜକୁ ଅସହାୟ ମଣିଥିଲେ ସ୍ତ୍ରୀ। ଫଳରେ ଦୀର୍ଘ ୧୦ ଘଣ୍ଟା ଧରି ଶବଟି ହସ୍ପିଟାଲରେ ହିଁ ପଡି ରହିଥିଲା। ଅନେକ ସରକାରୀ ଯୋଜନାରେ ସୁବିଧା ଯୋଗାଇଦେବା ପାଇଁ ସକ୍ଷମ ଥିଲେ ମଧ୍ୟ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ହାତ ବାନ୍ଧି ବସିଥିଲେ।

ଘଟଣା ବିଷୟରେ ଖବର ପାଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ହସ୍ପିଟାଲରେ ପହଞ୍ଚିଥିଲେ। ମୃତକଙ୍କ ସ୍ତ୍ରୀଙ୍କୁ ଆଶ୍ୱାସନା ଜଣାଇବା ସହ ପ୍ରଥମେ ମୃତ ଉପେନ୍ଦ୍ରଙ୍କ ବରାହମାଲସ୍ଥିତ ପରିବାରବର୍ଗଙ୍କୁ ଘଟଣା ବିଷୟରେ ଅବଗତ କରାଯାଇଥିଲା ଏବଂ ତାଙ୍କ ଭାଇଙ୍କୁ ହସ୍ପିଟାଲକୁ ଆସିବା ପାଇଁ ଅନୁରୋଧ କରାଯାଇଥିଲା। ପରେ ଘଟଣା ବିଷୟରେ ପୋଲିସକୁ ଖବର କରାଯାଇ ହସ୍ତକ୍ଷେପ ଲୋଡିଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ମୃତକଙ୍କ ଭାଇ ହସ୍ପିଟାଲରେ ପହଞ୍ଚିବା ପରେ ଶବକୁ ନିଜ ଜନ୍ମମାଟିକୁ ନେଇ ସତ୍କାର କରିବା ପାଇଁ ଅନୁରୋଧ କରାଯାଇଥିଲା। ହେଲେ ମୃତକଙ୍କ ଭାଇ ଫୋନ ଯୋଗେ ପ୍ରଥମେ ନିଜ ଗ୍ରାମର ଜାତି ସମାଜକୁ ଯୋଗାଯୋଗ କରି ଅନୁମତି ଭିକ୍ଷା କରିଥିଲେ। କିନ୍ତୁ ଉପେନ୍ଦ୍ର ନିଜେ ଯାଦବ ସମାଜର ହୋଇଥିବା ବେଳେ ଗଣ୍ଡ ଜାତିର ଝିଅକୁ ବିବାହ କରିଥିବାରୁ ଜାତି ଭାଇମାନେ ଶବକୁ ଗ୍ରାମକୁ ପୁରାଇବା ପାଇଁ ମଧ୍ୟ ମନା କରି ଦେଇଥିଲେ। ତେଣୁକରି ମୃତକଙ୍କ ସ୍ତ୍ରୀ ଓ ଭାଇ ବଲାଙ୍ଗିରରେ ହିଁ ଶବ ସତ୍କାର କରିବା ପାଇଁ ସାହାଯ୍ୟ ଲୋଡିଥିଲେ।

  ଶେଷରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ

ଶବକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର-ଟିଟିଲାଗଡ ରାସ୍ତା ମୁକ୍ତିଧାମକୁ ନେଇ ପରିବାରବର୍ଗଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରି ଫେରିଥିଲେ। ଅତ୍ୟଧିକ ରୋଗାକ୍ରାନ୍ତ ଏବଂ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବାହାରେ ଶବ ପଡି ରହିଥିବାରୁ ବାୟୁ ସଂକ୍ରମଣ ରକ୍ଷା ଦୃଷ୍ଟିରୁ ଶବକୁ ମାଟିରେ ପୋତି ସତ୍କାର କରାଯାଇଥିଲା। ଏହି କାର୍ଯ୍ୟରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ରବୀନ୍ଦ୍ର ପ୍ରଧାନ ଓ ସୁମିତ ମିଶ୍ର ସାମିଲ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like