-+91-9937148622 |
prerana_bgr@rediffmail.com |
Saturday 6th June 2026 |
R.N.I. Regd No. ODIODI/2010/46693
Breaking News
10-Jun-2024
ନୂଆପଡ଼ା (ରାମନାଥ ପଣ୍ଡା )ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅଧିନସ୍ଥ ଟେମରି(ବନ୍ଧପଡା)ଗ୍ରାମର ମୁକ ନାବାଳକ ପୂର୍ଣ୍ଣ ବାଗ ପି ଅର୍ଜୁନ ବାଗ ଗତ ସପ୍ତାହରେ ତାଙ୍କ ଗାଁ ରୁ କେଉଁ ଆଡେ ଚାଲିଯାଇଥିଲେ କିଛି ଜଣାପଡ଼ୁନଥିଲା ।ବାପା ମା ପିଲା ପାଇଁ ଝୁରି ଝୁରି ଖାଦ୍ୟ ମଧ୍ୟ ଖାଉନଥିଲେ ।ନିଜ ଅଞ୍ଚଳରେ ବହୁତ ଖୋଜା ଖୋଜି ଚାଲିଥିଲା କିନ୍ତୁ ପିଲାଟିର ପତ୍ତା ମିଳୁନଥିଲା ।ସେ କହିପାରନ୍ତି ନାହିଁ ବୋଲି ପାଖାପାଖି ୭/୮ ଦିନ କେଉଁଠି ଥିଲେ ଓ କେମିତି ଥିଲେ ଜଣାପଡିନି ।ତାଙ୍କ ହଜିଯାଇଥିବା ଖବରଟି ସାହାଯ୍ୟ ସେନା ଗ୍ରୁପ୍ ରେ ବିଜ୍ଞାପନ ଦିଆଯାଇଥିଲା ।ଆଜି ସାହାଯ୍ୟ ସେନା ସଭାପତି ବେଣୁଧର ଜଗତ କୌଣସି ଏକ କାମରେ ଯାଇଥିବା ସମୟରେ ଖରୀଆର ବନବିଭାଗ କାର୍ଯ୍ୟାଳୟ ପାଖରେ ପିଲାଟିକୁ ଦେଖି ତତକ୍ଷଣାତ୍ ଖାଇବା ବ୍ୟବସ୍ଥା କରିବା ସହ ଏକ ଗାଡ଼ିରେ ବସାଇ ପିଲାର ବାପା ମାଁ ପାଖକୁ ପିଲାଟିକୁ ପହଞ୍ଚାଇଥିଲେ ।ମୁକ ପିଲାର ବାପା ମାଁ ତଥା ତାଙ୍କ ପରିବାରରେ ଖୁସି ଆଣି ଦେଇଛନ୍ତି ବେଣୁ ଧର ବାବୁ ।ବେଣୁ ଧର ଜଗତ ଯିଏକି ଅଞ୍ଚଳର ପ୍ରତ୍ୟେକ ସମସ୍ୟା ଉପରେ ନଜର ରଖି ସମସ୍ୟାର ସମାଧାନ ଉଚିତ୍ ମାର୍ଗରେ ହେବା ପାଇଁ ଉଦାହରଣ ପାଲଟିଯାଇଛନ୍ତି ।ବର୍ତ୍ତମାନ ପୂର୍ଣ୍ଣ ବାଗ ସୁସ୍ଥ ଅବସ୍ଥାରେ ଅଛନ୍ତି ଏବଂ ନିଜ ପରିବାରକୁ ପାଇ ଖୁସି ଅନୁଭବ କରିବା ଦେଖିବାକୁ ମିଳିଛି ।