-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||     

HOME   ବିଶେଷ

ଚର୍ଚ୍ଚିତ ନାଗା ସାଧୁ ଙ୍କ କାହାଣୀ ରତ୍ନାକର ରୁ ବାଲ୍ମୀକି,ରଥଯାତ୍ରା ବେଳେ ଇଂରାଜୀ ରେ ଦେଇଥିଲେ ଭାଷଣ

26-Dec-2020



ଭୁବନେଶ୍ୱର,(ଶୁଭାଶିଶଷ ନାୟକ)- ପୁରୀର ଚର୍ଚ୍ଚିତ ନାଗାସାଧୁ ହେଉଛନ୍ତି ବ୍ରହ୍ମପୁର ବଡ଼ ବଜାର ବସିନ୍ଦା।ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ଦିନ ବାବା ସୁରକ୍ଷା ବଳୟ ଡେଇଁ ଶ୍ରୀମନ୍ଦିରକୁ ଦୌଡ଼ି ପଳାଇ ଥିଲେ ଆଉ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ।

  ନିକଟରେ ଶ୍ରୀମନ୍ଦିର ଭିତରକୁ ଧସେଇ ପଶି ଚର୍ଚ୍ଚାକୁ ଆସିଥିଲେ ପୁରୀସ୍ଥିତ ଲଙ୍ଗୁଳି ମଠରେ ରହୁଥିବା ଜଣେ ନାଗାସାଧୁ । ତେବେ ଏହି ନାଗାସାଧୁ ଜଣକ ହେଉଛନ୍ତି ଗଞ୍ଜାମ ବାସିନ୍ଦା । ଆଉ ତାଙ୍କ ନାଁ ହେଉଛି ଟି. ତୁମ୍ବନାଥ ସୁବୁଦ୍ଧି । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ନିବାସୀ ହେଉଛନ୍ତି ତୁମ୍ବନାଥ । ଆଉ ଏବେ ସେ ସାମାଜିକ ମୋହ, ମାୟା ଛାଡ଼ି ‌ସାଜିଛନ୍ତି ନାଗାସାଧୁ । ପ୍ରାୟ ୬/୭ ବର୍ଷ ପୁରୀସ୍ଥିତ ଲଙ୍ଗୁଳି ମଠରେ ଦୀକ୍ଷା ଗ୍ରହଣ କରିବା ପରେ ବାବା ବୈଷ୍ଣବ ପୁରୀ ଭାବରେ ପୁରୀରେ ରହୁଛନ୍ତି । ରଥଯାତ୍ରା ବେଳେ ସେ ଇଂରାଜୀରେ ଭାଷଣ ଦେଇ ପ୍ରଥମେ ଲୋକଲୋଚନକୁ ଆସିଥିଲେ ।

ଗତ ୨୩ ତାରିଖରେ ଅର୍ଥାତ୍ ଯେଉଁଦିନ ପୁରୀ ଶ୍ରୀମନ୍ଦିର ଖୋଲିଲା ସେହି ଦିନ ବାବା ବୈଷ୍ଣବ ପୁରୀ ସୁରକ୍ଷା ବଳୟ ଡେଇଁ ଶ୍ରୀମନ୍ଦିରକୁ ଦୌଡ଼ି ଯାଇଥିଲେ ଆଉ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ବ୍ରହ୍ମପୁରରେ ବାବା ବୈଷ୍ଣବଙ୍କ ପୁରୀ କାଣ୍ଡକୁ ନେଇ ବହୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତୁମ୍ବନାଥ (ବାବା ବୈଷ୍ଣବ ପୁରୀ) ବ୍ରହ୍ମପୁର ସହରର ଏକ ଚର୍ଚ୍ଚିତ ନାମ । କାରଣ ତୁମ୍ବନାଥ ବିଗତ ବର୍ଷ ମାନଙ୍କରେ ଆଇନ ହାତକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏପରିକି ତାଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡ଼ିଥିଲା । ଏବେ ପୁରୀ ଘଟଣା ପରେ ପୁଣି ଚର୍ଚ୍ଚାରେ ଅଛନ୍ତି ତୁମ୍ବନାଥ ।

ସୂଚନାଯୋଗ୍ୟ, ସିଟି ହାଇସ୍କୁଲରେ ସ୍କୁଲ ଶିକ୍ଷା ସରିବା ପରେ ତୁମ୍ବନାଥ ବିନାୟକ ଆଚାର୍ଯ୍ୟ କଲେଜରେ ପାଠ ପଢ଼ିଥିଲେ । ସେତେବେଳେ ସେ ଜଣେ ଜଣାଶୁଣା ଛାତ୍ର ନେତା ଭାବେ ପରିଚିତ ଥିଲେ । କିନ୍ତୁ ୨୦୦୭-୦୮ରେ ସେ କଲେଜ ପଢ଼ା ଅଧାରୁ ଛାଡି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଗୋ-ସୁରକ୍ଷା ଦିଗରେ ଆଗେଇ ଆସିଥିଲେ । ତୁମ୍ବନାଥ ରାଜଗାଙ୍ଗପୁରରେ ବାବା ତେଜେଶ୍ବରମୟୀଙ୍କ ନାମରେ ରହି ଗୋ ସୁରକ୍ଷା ପାଇଁ କାମ କରୁଥିଲେ । ଏହାର କିଛି ବର୍ଷ ପରେ ଅପରାଧିକ କାର୍ଯ୍ୟକଳାପ ସହ ଜଡ଼ିତ ହୋଇ ଯାଇଥିଲେ । 
ସୂଚନା ଅନୁଯାୟୀ, ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ସାହି ଛକରେ ଗତ ୨୦୧୦ ଜୁଲାଇ ୨୨ ତାରିଖରେ ଧୀର ସାମଲ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ସେହି ଘଟଣାରେ ତୁମ୍ବନାଥଙ୍କ ନାମ ସାମନାକୁ ଆସିଥିଲା । କିନ୍ତୁ ପରେ ମାନ୍ୟବର ହାଇକୋର୍ଟ ତୁମ୍ବନାଥଙ୍କ ନାମକୁ ଅଭିଯୁକ୍ତ ତାଲିକାରୁ କାଟି ଦେଇଥିଲେ । ପୁଣି କିଛି ମାସ ପରେ ଏକ ମାମଲାରେ ତୁମ୍ବନାଥ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ ଜେଲରେ ବିଚାରାଧୀନ ବନ୍ଦୀ ଥିଲେ । ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨୦୧୦ ନଭେମ୍ବର ୩ତାରିଖରେ ସେ ଡାକ୍ତରଖାନାରୁ ଖସି ପଳାଇଥିଲେ । 

ସେହିପରି ୨୦୧୧ ମେ ୨୪ ତାରିଖରେ ବାରଖମା ଫାଣ୍ତି ଅଧିକାରୀ ମମତା ପତିଙ୍କୁ ତୁମ୍ବନାଥ ହାଣି ଦେଇଥିଲେ । ଏଥିରେ ମମତା ଆହତ ହୋଇଥିଲେ । ପୋଲିସ ତୁମ୍ବନାଥଙ୍କୁ ଗିରଫ କରିଥିଲା । ପରେ ସେ ଜାମିନ୍‌ରେ ବାହାରିଥିଲେ । କୋର୍ଟରେ ହାଜର ପାଇଁ ତୁମ୍ବନାଥଙ୍କୁ ବାରମ୍ବାର ସମନ୍‌ ଯାଇଥିଲା । ହେଲେ ସେ କୋର୍ଟରେ ହାଜର ହୋଇ ନଥିଲେ । ଫଳରେ କୋର୍ଟ ତାଙ୍କ ନାମରେ ଗିରଫ ପରଵାନା ଜାରି କରିଥିଲେ । ତୁମ୍ବନାଥଙ୍କୁ ଗିରଫ କରିବା ପାଇଁ ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତୁମ୍ବନାଥ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ରହୁଥିବା ନେଇ ସୂଚନା ମିଳିଥିଲା । ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ତାଙ୍କୁ ୨୦୧୫ ଜୁନ୍‌ ୮ତାରିଖରେ ଗିରଫ କରି ବ୍ରହ୍ମପୁର ଆଣିଥିଲା ।


ଏହାପରଠୁ ତୁମ୍ବନାଥ ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ଅପରାଧ ଠାରୁ ନିଜକୁ ଦୂରେଇ ରଖି ସେ ଏବେ କିଛି ବର୍ଷ ହେଲା ପୁରୀରେ ରହୁଛନ୍ତି । ଲଙ୍ଗୁଳି ମଠରେ ରହି ଶିକ୍ଷା ଗ୍ରହଣ କରୁଛନ୍ତି । ଭବିଷ୍ୟତରେ ଜଣେ ଦକ୍ଷ ନାଗାସାଧୁ ହୋଇ ତପସ୍ବୀ ଉପାଧି ପାଇବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ।


News Comment




Photo in News

Advertisment
Lastest News
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026

You Might Also Like