-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ମେଡିକାଲ ମେନ ଭାବେ ପରିଚିତ ସମାଜସେବୀଙ୍କ ନିଆରା ସେବା । ସେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହିମା, କଳା ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଚେଷ୍ଠିତ । ସେ ହେଉଛନ୍ତି ମେଡିକାଲ ମେନ ଶ୍ରୀକାନ୍ତ ମିଶ୍ର । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗ୍ରାମର ଶ୍ରୀକାନ୍ତ ମିଶ୍ର ଲୋକଙ୍କ ସେବା କରିବାପାଇଁ ନିଜ ଚାକିରିରୁ ଇସ୍ତଫା ଦେଇ ପ୍ରତିଦିନ ସୋନପୁର ଜିଲ୍ଲା ଡାକ୍ତରଖାନାରେ ଦୁଇ ଓଳି ରୋଗୀଙ୍କ ସହିତ ସାକ୍ଷାତ କରି ତାଙ୍କର ସମସ୍ୟା ବୁଝି ସମାଧାନ କରିଥାନ୍ତି। ତେଣୁ ତାଙ୍କୁ ମେଡ଼ିକାଲ ମେନ ବୋଲି
ଡାକିଥାନ୍ତି। ଏବେ ପୁଣି ଆଉ ପାଦେ ଆଗକୁ ଯାଇ କଣ୍ଟାମାଳ ବ୍ଳକର ପ୍ରତ୍ୟେକ ଗ୍ରାମକୁ ଯାଇ ହରିନାମ ସଂକୀର୍ତ୍ତନ ପାଇଁ ପ୍ରତ୍ୟେକ ଗ୍ରାମରେ ଲୁପ୍ତ ପାଇଥିବା ସଂକୀର୍ତ୍ତନଦଳଙ୍କୁ ଉତ୍ସାହିତ କରି ମୃଦଙ୍ଗ , ତାଳ ଆଦି ପ୍ରଦାନ କରି ଲୋକଙ୍କ ଦୁଃଖ ସୁଖରେ ସାମିଲ ହେବାର ପ୍ରତିଶୃତି ଦେଉଛନ୍ତି। ବର୍ତ୍ତମାନ ଏ ପର୍ଯ୍ୟନ୍ତ ୧୦୦ଟିରୁ ଅଧିକ ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳକୁ ଉତ୍ସାହିତ କରିସାରିଲେଣି । ସୋମବାର ଘଣ୍ଟାପଡ଼ା ପଞ୍ଚାୟତ ସ୍ଥିତ ମାଣିକପୁର ଗ୍ରାମରେ ମହିଳା ଦଳ ଓ ଆମ୍ବଗାଁ ପଞ୍ଚାୟତର ସର୍ଗୀପଡା ଦଳଙ୍କୁ ଖୋଳ ସହ କଳାକାର ପ୍ରମାଣପତ୍ର, ଗୀତା ଓ କେଲଣ୍ଡର ପ୍ରଦାନ କରିଥିଲେ।ତାଙ୍କ ସହ ସମାଜସେବୀ ଅଜିତ ସାହୁ ଉପସ୍ଥିତ ରହିଥିଲେ।