-+91-9937148622 |
prerana_bgr@rediffmail.com |
Wednesday 4th November 2026 |
R.N.I. Regd No. ODIODI/2010/46693
Breaking News
09-Feb-2024
ବଲାଙ୍ଗୀର,- ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ସ୍ଥିତ ହାୱାଗାର୍ଡେନ ଖେଳ ପଡିଆରେ ଦୁଇ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଶିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୨ ଗୋଟି ଦଳ ଯଥା ବାରପୁଡୁଗିଆ, ବାନ୍ଧନଘୋର, ଗେର୍ଡି, ଭାଲୁପିଟା, ସୁନାମୁଦି, ଫୌଜିକ୍ଲବ ଲୁଚୁକିବନ୍ଧ, ଚାଣ୍ଟିମୁଣ୍ଡା, ବରଗାଁ, ବଘାପାଲି, ରାମଚନ୍ଦ୍ର ପୁର, କୁଶମେଲ ଏବଂ ସାରସପିଟା ଦଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳ ଫୈାଜି କ୍ଲବ ବନାମ କୁସମେଲ କଲୋନି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଫୈାଜି କ୍ଲବ ଚମ୍ପିୟାନ ହୋଇଥିଲା । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବରିଷ୍ଠ କଳାକାର ଦିଲ୍ଲୀପ ସିଂଦେଓ, ସମ୍ମାନିତ ଅତିଥି ଗୋଲାପ ବାଗ, ଗିରିଧାରୀ କାଲସାଏ, ଗୋବର୍ଦ୍ଧନ କର୍ମୀ, ପ୍ରମୋଦ କର୍ମୀ, ରାଜିବ ସାହୁ, ବିଭୁ ନାଗ, ପ୍ରମୋଦ ପଟେଲ, ବିଘ୍ନରାଜ ସାଏ, ଧିରେନ୍ଦ୍ର ବିଶ୍ୱାଲ ପ୍ରମୁଖ ଯୋଗ ଦେଇ ଜ୍ୟୋତି ରଂଜନ ପାଣିଗ୍ରାହୀ ଟ୍ରଫି ବିଜୟୀ ଦଳକୁ ଏବଂ ରନର୍ସଙ୍କୁ ଲଳିତ ନାୟକ ଟ୍ରଫି ପ୍ରଦାନ କରିଥିବା ବେଳେ ଖେଳକୁ ଜ୍ୟୋତି, ପୁରୁଷୋତ୍ତମ ବୁଡେକ, ସୁରେଶ ନାଏକ, ରାହାସ ବିହାରି ମାଝି ରେଫରି ଦାୟିତ୍ୱ ତୁଳାଇଥିଲେ । ଖେଳକୁ ସଭାପତି ଜୟକୃଷ୍ଣ ମିଶ୍ର ସହ ସଦସ୍ୟ ମିଥୁନ, ସଂଜୟ, ରିଙ୍କୁ, ଶୁଶାନ୍ତ, ଧୁବା, ଦେବାଶିଷ, ପିଣ୍ଟୁ, ଶୁଭମ୍, ସଚିକାନ୍ତ, ମୁଟୁ, ରାହୁଲ, ଗୁଲଠୁ, ବିକାଶ, ମଦନ, ଦିଲିପ, ଦିନେଶ, ରଂଜିତ ଓ ଆକାଶ ପ୍ରମୁଖ ସହଯୋଗ କରିଥିଲେ ।