-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||     

HOME   ଜିଲ୍ଲା

ନରସିଂହଙ୍କ ଅଚାନକ ମଣ୍ଡି ପରିଦର୍ଶନ ତୃତୀୟ ମହଲାରୁ ତଳ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଚାଷୀଙ୍କୁ ଶୋଷଣ କରୁଛନ୍ତି- ନରସିଂହ

17-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ସ୍ଥାନୀୟ ଚୁଡାପାଲି ସ୍ଥିତ ଧାନ ମଣ୍ଡି ପରିଦର୍ଶନରେ ଯାଇଥିଲେ । ଦିନ ୧୧ଟାରେ ହୋଇ ସାରିଥିଲେ ସୁଦ୍ଧା ଧାନ ମଣ୍ଡିରେ ମଣ୍ଡି ସଂପାଦକ କିମ୍ବା ସଭାପତି ଅନୁପସ୍ଥିତ ଥିବାରୁ ଧାନ କିଣା କାମ ଆରମ୍ଭ ହୋଇ ନଥିଲା । ମଣ୍ଡିରେ ଉପସ୍ଥିତ ଥିବା ଡାଟା ଅପରେଟର ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଶ୍ନର  ଗୋଟିଏ ମଧ୍ୟ ଉତ୍ତର ଦେଇପାରି ନଥିିଲେ । ସେଠାରେ ଦେଖା ଯାଇଥିଲା ଡିସେମ୍ବର ୪ ରୁ ଆରମ୍ଭ ହୋଇଥିବା ଏହି ମଣ୍ଡିରେ  ଧାନ କିଣା ରେଜିଷ୍ଟରରେ  କୌଣସି ତଥ୍ୟ ଲେଖାଯାଇ ନଥିଲା । ଆହୁରି ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ୧୫ ତାରିଖ ପର୍ଯ୍ୟନ୍ତ ଧାନ କିଣା ତାଲିକାରେ ଯେତେ ଚାଷୀ ଧାନ ବିକିଛନ୍ତି ସେ ସବୁ ଏଫଏକ୍ୟୁ ମାନର ଧାନ ବୋଲି ଲିପିବଦ୍ଧ କରାଯାଇଛି ।  କିନ୍ତୁ ଅନୁଧ୍ୟାନ ତଥା ଉପସ୍ଥିତ ଚାଷୀଙ୍କୁ ଶ୍ରୀ ମିଶ୍ର ପଚାରିବା ବେଳେ କ୍ୱିଣ୍ଟାଲ ପିଛା ୪ କେଜି କଟନି ହେଉଥିବା ସ୍ପଷ୍ଟ ଅଭିଯୋଗ କରିଥିଲେ । ଧାନର ମାନ ତର୍ଜମା କରୁଥିବା ଅଧିକାରୀ ଜଣକ ମାନ ନିର୍ଧାରଣ ଯନ୍ତ୍ର ବିଷୟରେ ଯଦିଓ କିଛି ତଥ୍ୟ ଦେଇଥିଲେ କିନ୍ତୁ ତାହା ସନ୍ତୋଷ ଜନକ ନଥିଲା । ଏପରିକି ସେଠାରେ ଥିବା ବିଭିନ୍ନ ଯନ୍ତ୍ର ପରୀକ୍ଷା ସମୟରେ ସେସବୁ ଥରେ ମଧ୍ୟ ବ୍ୟବହାର ହୋଇ ନଥିବା ଦେଖିବାକୁ ମିଳି ଥିଲା । ଏମାସ ୪ ତାରିଖରୁ ଆରମ୍ଭ ହୋଇଥିବା ମଣ୍ଡିକୁ କେବଳ ଥରେ ଲେଖାଏଁ ଡିଆରସିଏସ୍ ଓ ଏଆରସିଏସ ଆସିଥିବା ବେଳେ ରେଜିଷ୍ଟର ରେ ତାଙ୍କର ସ୍ୱାକ୍ଷର ମଧ୍ୟ ଦେଖିବାକୁ ମିଳି ନଥିଲା । ଯଦିଓ ଧାନକିଣା ନୟମାବଳୀ ହିସାବରେ ଯଦି ଧାନ ଏଫଏକ୍ୟୁ ମାନର ନଥିବେ ତେବେ ତାକୁ ମଣ୍ଡି ଅଧିକାରୀ ଏଫଏକ୍ୟୁ ରେ ପରିବର୍ତ୍ତନ କରି କିଣିବା କଥା କିନ୍ତୁ ମଣ୍ଡିରେ ଏପରି କୌଣସି ମେସିନ ନଥିବା ଖୋଦ ମଣ୍ଡି କର୍ମଚାରୀ ସ୍ୱୀକାର କରିଥିଲେ । ମଣ୍ଡି କର୍ମଚାରୀଙ୍କ କହିବା ଅନୁସାରେ ଧାନ ବସ୍ତା ପଇସା ଓଜନ ହିସାବରେ ଦିଆଯାଉଛି କିନ୍ତୁ ସେ ସମ୍ବନ୍ଧୀୟ କୌଣସି ଲିଖିତ ବୀବରଣୀ ନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । ନିୟମାନୁସାରେ ନାମ ମାତ୍ର ଚାଷୀ ବା କ୍ଷୁଦ୍ର ଚାଷୀଙ୍କ ଧାନ ପ୍ରଥମେ କିଣା ଯିବା କଥା କିନ୍ତୁ ଏହି ମଣ୍ଡିରେ ପ୍ରଥମେ କେବଳ ବୃହତ ଚାଷୀଙ୍କ ଧାନ କିଣା ଯାଉଥୀବା ବେଳେ କାଁ ଭାଁ କ୍ଷୁଦ୍ର ଚାଷୀଙ୍କ ଠାରୁ ଧାନ କିଣା ଯାଉଥିବା ଜଣା ପଡିଥିଲା । ଯାହାକି ଧାନ କିଣା ରେ ଦୁର୍ନୀତି ସ୍ପଷ୍ଟ ବାରି ହେଉଥିବା ବିଧାୟକ ଶ୍ରୀ ମିଶ୍ର କହିଥିଲେ । ସୂଚନାଯୋଗ୍ୟ ଯେ ଚାଷୀ ଅଭିଯୋଗ କରୁଥିବା ୪ କେଜି କଟନି ଧାନ ମଣ୍ଡି ର ଗୋଦାମ ଘରେ ଗଚ୍ଛିତ ଥିବା ଦେଖା ଯାଇଥିଲା । ଏପରିକି କୌଣସି ଚାଷୀ ମଧ୍ୟ ସେ ସବୁ ଧାନ ତାଙ୍କର ବୋଲି ଦାବୀ କରିନ ଥିଲେ । ଅଚାନକ ପରିଦର୍ଶନ ସରିବାର କିଛି ସମୟ ପୂର୍ବରୁ  ଗୋପବନ୍ଧୁ ସହୁ ଉପସ୍ଥିତ ହୋଇ ଧାନ କିଣା ରେଜିଷ୍ଟରରେ ଏଆରସିଏସ ଓ ଡିଆରସିଏସ ତଥା   ପର୍ଚେଜ ସ୍ଲିପରେ ଚାଷୀଙ୍କ ଦସ୍ତଖତ ଅଛି ବୋଲି କରିଥିବା ଦାବୀ ରେଜିଷ୍ଟର ଦେଖିଲା ବେଳେ ମିଛ ବୋଲି ପ୍ରମାଣିତ ହୋଇଥିଲା । ଧାନ କିଣା ନୀତି ଅନୁସାରେ ମଣ୍ଡିରେ ଚାଷୀ ଏବଂ ମଣ୍ଡି କର୍ମଚାରୀ ବ୍ୟତିତ କୌଣସି ତୃତୀୟ ପକ୍ଷ ରହିବେ ନାହିଁ, ଏବଂ ଜିଲ୍ଲାସ୍ତରୀୟ ଧାନ କିଣା ବୈଠକରେ ମଣ୍ଡିରେ ସିସି କ୍ୟାମେରା ଲଗାଯାଇଥିବା ନିଷ୍ପତ୍ତି ହୋଇଥିଲା । କିନ୍ତୁ ମଣ୍ଡିରେ ସିସି ଟିଭି ର ଦେଖା ନଥିଲା ତା ବ୍ୟତିତ ବେଆଇନ ଭାବେ ମଣ୍ଡିରେ ମିଲ ମାଲିକମାନେ ଧାନ କିଣା ସମୟରେ ଉପସ୍ଥିତ ରହିଥିବା ପ୍ରମାଣ ମିଲିଥିଲା । ସମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଶ୍ରୀ ମିଶ୍ର କହିଥିଲେ ରାଜ୍ୟରେ ଧାନକିଣା ଏକ ମହା ଦୁର୍ନୀତିରେ ପରିଣତ ହୋଇଛି । ଏଥିରେ ତୃତୀୟ ମହଲାରୁ ତଳ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଚାଷୀଙ୍କୁ ଶୋଷଣ କରୁଛନ୍ତି । ଏ ଦର୍ନୀତି ଓ ଶୋଷଣ ବିରୁଦ୍ଧରେ ସରକାର ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଚାଷୀ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026

You Might Also Like