-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||     

HOME   ଜିଲ୍ଲା

କେତେ ପରୀ କେତେ ଲୁହ, ଶିଶୁ ନିଖୋଜ- ପୋଲିସ ନୀରବ

17-Dec-2020



କଣ୍ଟାବାଞ୍ଜି/ବଲାଙ୍ଗିର, (ପ୍ରେରଣା ଖବର ବ୍ୟୁରୋ) : ମା’ ଆଖିରୁ ଲୁହ ଶୁଖୁନି। ଝିଅର କଥା ମନେ ପଡ଼ିଲେ ବନ୍ଧବାଡ଼ ମାନୁନି ଅମାନିଆ ଲୁହ।  କେତେ ଆଦର, ସ୍ନେହରେ ବଢ଼ାଇଥିଲା । ୬ ବର୍ଷ ଯାହାକୁ କାନିରେ ଜାବୁଡ଼ି ରଖିଥିଲା ସେ ଏବେ କେଉଁଠି ତା ପତ୍ତା ବି ମା’କୁ ଜଣାନାହିଁ। ୟା ଭିତରେ ୬ ବର୍ଷ ବିତି ଗଲାଣି। ଖାଲି ଯାହା ଝିଅର ଫଟୋ ହିଁ ମା’ର ଶେଷ ସନ୍ତକ। ଝିଅ କଥା ମନେ ପଡ଼ିଗଲେ ଫଟୋଟିକୁ ଆଉଁସି ଦେଉଛି। ଏପରି ଛାତି ଥରା ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକରେ।କଣ୍ଟାବାଞ୍ଜି ବ୍ଲକ କୁକୁଡ଼ାହାଡ଼ ଗାଁର ବିନୋଦ ସରାଫ ଓ ତାଙ୍କ ସ୍ତ୍ରୀ ୬ ବର୍ଷ ତଳେ ଦୁଇ ଝିଅ ଓ ପୁଅକୁ ଧରି କଣ୍ଟାବାଞ୍ଜି ରାବଣପୋଡ଼ି ଯାତ୍ରା ଦେଖିବାକୁ ଯାଇଥିଲେ । ହେଲେ ସେଠି ୬ ବର୍ଷର ବଡ଼ ଝିଅ ସ୍ୱପ୍ନା ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲା । ନିଖୋଜ ଝିଅକୁ ଖୋଜି ଦେବା ପାଇଁ ତିନି ମାସ ଯାଏ ଥାନାକୁ ଦୌଡ଼ିଥିଲେ ବାପାମା’ । ହେଲେ ଫଳ କିଛି ମିଳିନଥିଲା । ନା’ ଝିଅକୁ ପାଇଥିଲେ ନା ତା ସମ୍ପର୍କରେ କୌଣସି ଖୋଜଖବର ମିଳିଥିଲା । ୟା ଭିତରେ ୬ ବର୍ଷ ବିତିଯାଇଥିଲେ ବି ନିଖୋଜ ସ୍ୱପ୍ନା ସମ୍ପର୍କରେ ଜାଣିପାରିନି ପୁଲିସ୍‌। ଝିଅ ଫେରିବା ବାଟକୁ କିନ୍ତୁ ଚାହିଁ ରହିଛନ୍ତି ବାପାମା’। ଥାନାକୁ ଦୌଡ଼ି ଦୌଡ଼ି ଆମକୁ ନ୍ୟାୟ ମିଳୁନି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଛୁ ହେଲେ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ସ୍ୱପ୍ନାଙ୍କ ବାପା। ସେହିପରି ନିଜ ପିଲା ଖୋଜଖବର ପାଇ ନ ପାରି ଛଟପଟ ହେଉଛନ୍ତି କଣ୍ଟାବାଞ୍ଜିର ଚାଉଳସୁଖା ଗାଁର ଶ୍ରୀଜିତ ଭୋଇ । ୧୨ ବର୍ଷର ପୁଅ ଦେବରାଜ ଗତ ଜାନୁଆରୀରେ ଗାଁ ନିକଟରେ ଫୁଟବଲ୍ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ନିରାଶ ହୋଇ ଥାନାରେ ଏତଲା ବି ଦିଆଯାଇଥିଲା । ହେଲେ ୧୧ ମାସ ପରେ ବି ଦେବରାଜଙ୍କ ପତ୍ତା ମିଳିନି । ଥାନାରେ ବାରମ୍ବାର ଅଭିଯୋଗ ପରେ ବି କୌଣସି ଫାଇଦା ହୋଇନି ବୋଲି କହିଛନ୍ତି ଶ୍ରୀଜିତ  l ଏପରି ଅନେକ ଘଟଣା ଘଟୁଛି, ଥାନାରେ ଅଭିଯୋଗ ବି ହେଉଛି। ହେଲେ ଏସବୁ ଅଭିଯୋଗ କେବଳ ଫାଇଲ୍ ତଳେ ଚାପି ହେଇ ରହି ଯାଉଥିବା କହିଛନ୍ତି ଖୋଦ୍ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି । ଅପରପକ୍ଷେ ଘଟଣାକୁ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ବଲାଙ୍ଗିର ଏସ୍‌ପି lପରୀ, ପିହୁ, ସ୍ୱାତୀ ଭଳି ରାଜ୍ୟରେ ଏମିତି ଅନେକ ଶିଶୁ ପ୍ରତିମାସ ନିଖୋଜ ହେଉଛନ୍ତି । କାହାର ପତ୍ତା ମିଳୁଛି ତ ଅନେକ ନିଖୋଜ ତାଲିକାରେ ହିଁ ରହିଯାଉଛନ୍ତି । ପୁଲିସ୍‌ରେ ଏତଲା ଦିଆଯାଏ, କିଛି ଦିନ ଖୋଜାଖୋଜି ବି ଚାଲେ। ହେଲେ ଦିନ ଗଡ଼ିବା ସହ ମାମଲା ସବୁ ପୁଲିସ୍‌ ଫାଇଲ୍ ତଳେ ସବୁ ଦିନ ପାଇଁ ଚାପି ହୋଇ ରହିଯାଏ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026

You Might Also Like