-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
ନୂଆଦିଲ୍ଲୀ, (ପ୍ରେରଣା ଖବର ବ୍ୟୁରୋ) - ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଗତ ୨୧ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏକ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପକ୍ଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦେଶବ୍ୟାପୀ ଚାଷୀ ସଂଗଠନର ପ୍ରତିନିଧିଙ୍କୁ ଏହି କମିଟିରେ ସାମିଲ କରିବାକୁ କୁହାଯାଇଛି। ଚାଷୀ ପ୍ରତିନିଧି, କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷଙ୍କୁ ଏକାଠି ବସି ଘଟଣାର ସମାଧାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି! ଏତିସହ ପକ୍ଷ ରଖିବାକୁ ଚାଷୀ ସଂଗଠନକୁ ମଧ୍ୟ ନୋଟିସ ମଧ୍ୟ କରିଛନ୍ତି। ଆସନ୍ତାକାଲି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ସେପଟେ ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିବ। ସର୍ବନିମ୍ନ ସହାୟକ ମୂଲ୍ୟ- MSP ଗ୍ୟାରେଣ୍ଟି ନେଇ ଆଜି କେନ୍ଦ୍ର କ୍ୟାବିନେଟରେ ଆଲୋଚନା ହୋଇପାରେ। ପଞ୍ଜାବ, ହରିଆଣା ଏବଂ ଉତ୍ତର ପ୍ରଦେଶରେ ନୂଆ କୃଷି ଆଇନ୍ ଲାଗୁ ନକରିବାକୁ ଆଜିର କ୍ୟାବିନେଟରେ ନିଷ୍ପତ୍ତି ହୋଇପାରେ ବୋଲି ସୂଚନା ମିଳୁଛି। ଚାଷୀ ବିରୋଧୀ କହି ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ି ବସି କୃଷକମାନେ ଗତ ନଭେମ୍ବର ୨୬ରୁ ଆନ୍ଦୋଳନ କରୁଛନ୍ତି!